ଶହୀଦ ସ୍ମୃତିିସ୍ତମ୍ଭ ଅବହେଳିତ

ଖୋର୍ଦ୍ଧା,୧୧ା୯(ପ୍ରଭାତ ପାଣିଗ୍ରାହୀ): ସ୍ବାଧୀନତା ଆନ୍ଦୋଳନରେ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ସମ୍ମାନ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲା ସଂସ୍କୃତି ଭବନ ପରିସରରେ ଶହୀଦ ସ୍ମୃତିସ୍ତମ୍ଭ ପ୍ରତିଷ୍ଠା ହୋଇଥିଲା। ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ମୃତିସ୍ତମ୍ଭକୁ ଉଦ୍‌ଘାଟନ କରିଥିଲେ। ତେବେ ଏହି ସ୍ମୃତିସ୍ତମ୍ଭ ଗତ କିଛିବର୍ଷ ହେଲା ଅବହେଳିତ ଅବସ୍ଥାରେ ରହିଥିବାରୁ ଏହା ଚାରିପଟେ ଗଛଲତା ମାଡ଼ିଗଲାଣି। ଏହି ସ୍ତମ୍ଭ ନିର୍ମାଣବେଳେ ଦେଶମାତୃକା ପାଇଁ ଜୀବନକୁ ବଳି ଦେଇ ଶହୀଦ ହୋଇଥିବା ବୀରପୁରୁଷଙ୍କ ନାମଫଳକ ଲଗାଇବା ନିମନ୍ତେ ସ୍ଥିର ହୋଇଥିଲା। ତାହା ମଧ୍ୟ ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସ୍ତମ୍ଭ ସ୍ମାରକୀ ଚାରିପଟେ ଅନାବନା ଗଛଲତା ସହ ଉପର ଭାଗରେ ବରଗଛ ଉଠିଲାଣି। ଏହା ଭଗ୍ନ ଅବସ୍ଥାରେ ରହିଛି। ସ୍ତମ୍ଭର ଚାରିପଟେ ବୀରତ୍ୱ ଚିହ୍ନ ସ୍ବରୂପ ପାଇକ ବୀରଙ୍କ ଯୋଦ୍ଧା ବେଶ ଚିତ୍ରିତ ହୋଇଥିବାବେଳେ ଏହା ଏବେ ନଷ୍ଟ ହେବାକୁ ବସିଛି। ଶହୀଦ ସ୍ତମ୍ଭ ପୁନରୁଦ୍ଧାର ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ସେହିପରି ବରୁଣେଇ ପାଦଦେଶରେ ମଧ୍ୟ ଅନୁରୂପ ଭାବେ ଶହୀଦ ସ୍ତମ୍ଭ ରହିଛି। ଏହାର ଚାରିପାଖ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଅଳିଆ ଆବର୍ଜନା ମଧ୍ୟରେ ଶହୀଦ ସ୍ତମ୍ଭ ଲୁଚିଯିବାକୁ ବସିଲାଣି। ସ୍ତମ୍ଭ ଉପରେ ମଦ ବୋତଲ ଗଡୁଥିବାବେଳେ ବିଡି, ସିଗାରେଟ ପଡି ରହୁଥିବା ଦେଖିବାକୁ ମିିଳିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହା ଭଗ୍ନ ଅବସ୍ଥାକୁ ଚାଲି ଆସିଲାଣି। ତେବେ ଜିଲା ସଂସ୍କୃତି ଭବନଠାରେ ନିର୍ମିତ ହୋଇଥିବା ଶହୀଦ ସ୍ତମ୍ଭର ପୁନରୁଦ୍ଧାର କିଏ କରିବ ଓ କେଉଁ ବିଭାଗ ଦ୍ୱାରା ଏହା ନିର୍ମାଣ ହୋଇଥିଲା ସେନେଇ ଜିଲା ପ୍ରଶାସନ ନିକଟରେ ଖବର ନ ଥିବା ବେଳେ କେହି ମୁହଁ ଖୋଲିବାକୁ ନାରାଜ। ବରୁଣେଇସ୍ଥିତ ଶହୀଦ ସ୍ତମ୍ଭର ପୁନରୁଦ୍ଧାର କରାଯିବ ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏନେଇ ବରିଷ୍ଠ ବୁଦ୍ଧିଜୀବୀ ଜ୍ଞାନରଞ୍ଜନ ଦାଶ କହିଛନ୍ତି, ପୂଜ୍ୟପୂଜା ହେଉଛି ଏ ମାଟିର ସ୍ବାଭିମାନ। ଶହୀଦମାନେ ଏ ଦେଶର ଗର୍ବ ଓ ଗୌରବ। ଦେଶ ସ୍ବାଧୀନତା ପଛରେ ଏମାନଙ୍କ ତ୍ୟାଗ ଓ ବଳିଦାନ ଅତୁଳନୀୟ। ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ଫଳକଟିଏ ମଧ୍ୟ ଆଜିପର୍ଯ୍ୟନ୍ତ ଶହୀଦ ସ୍ତମ୍ଭ ନିକଟରେ ଲାଗିପାରିଲା ନାହିଁ। ଏହା ଏକ ବିଡ଼ମ୍ବନାର ବିଷୟ। ଏନେଇ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଯେଉଁ ଜାତି ନିଜ ପୂର୍ବ ଇତିହାସକୁ ଭୁଲିଯାଏ, ସେ ଜାତିର ପତନ ସୁନିଶ୍ଚିତ। ଆଗାମୀ ପିଢିଙ୍କ ପାଇଁ ଶହୀଦ ସ୍ତମ୍ଭର ସୌନ୍ଦର୍ଯ୍ୟକରଣ, ପୁନରୁଦ୍ଧାର ଜରୁରି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?