ପରିତ୍ୟକ୍ତ ଅବସ୍ଥାରେ ପାଇକ ସଂଗ୍ରହାଳୟ

ଖୋର୍ଦ୍ଧା,୧୧ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଂସ୍କୃତି ଭବନ ପରିସରରେ ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହୀଦ ସ୍ତମ୍ଭ ଉଦ୍‌ଘାଟନ ସହ ପାଇକ ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ୨୫ଲକ୍ଷ ଟଙ୍କା ବ୍ୟୟରେ ଏହି କୋଠା ନିର୍ମାଣ କରାଯାଇଥିଲା। ଖୋର୍ଦ୍ଧା ପାଇକ ବୀରଙ୍କ ବୀରତ୍ୱ କାହାଣୀ ଓ ସ୍ମୃତିକୁ ସାଉଁଟିବା ସକାଶେ ରାଜ୍ୟ ସରକାର ଖୋର୍ଦ୍ଧାରେ ପାଇକ ସଂଗ୍ରହାଳୟ ନିର୍ମାଣ କରିଥିଲେ। ଲକ୍ଷ୍ୟ ଥିଲା ବ୍ରିଟିଶ ସହିତ ଲଢେଇ କରି ବଳିଦାନ ଦେଇଥିବା ପାଇକଙ୍କ ବୀରତ୍ୱର ଗାଥା, ସେମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର, ଖଣ୍ଡା, ବର୍ଚ୍ଛା, ଢାଲ, ପାଇକ ବୀରଙ୍କ ତୈଳଚିତ୍ର, ପ୍ରାଚୀନ କୀର୍ତ୍ତିରାଜି ପ୍ରଭୃତି ଏହି ସଂଗ୍ରହାଳୟରେ ସ୍ଥାନ ପାଇବ। ଆଗାମୀ ପିଢିଙ୍କୁ ପାଇକ ବୀରଙ୍କ ବୀରତ୍ୱ ସମ୍ପର୍କରେ ଅବଗତ କରାଇବା ତଥା ଏହି ଜାତିର ଗୌରବକୁ ସମାଜରେ ପ୍ରତିଷ୍ଠିତ କରାଇବା ଉକ୍ତ ସଂଗ୍ରହାଳୟର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ତେବେ କୌଣସି କାରଣରୁ ଏହି କୋଠା ଉଦ୍‌ଘାଟନ ହୋଇପାରି ନ ଥିଲା। ଫଳରେ କୋଠାଟି ପରିତ୍ୟକ୍ତ ଅବସ୍ଥାରେ ରହିଛି।
ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଛାତ, କାନ୍ଥ ଫାଟିି ଆଁ କରିବା ସହ ଲୁହାଫାଟକରେ କଳଙ୍କି ଲାଗିଯାଇଛି। ଏପରିକି କୋଠା ପରିସର ବିଷଧର ସାପଙ୍କ ବାସସ୍ଥାନ ପାଲଟିଛି। ଗତ ୨୦୧୯ ଫନୀ ବାତ୍ୟାରେ ଏହି କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ତେଣୁ କୋଠା କାମରେ ଲାଗିବା ନେଇ ଆଶଙ୍କା ଦେଖାଦେଇଛି। ଅନ୍ୟପଟେ ଗୁରୁଜଙ୍ଗଠାରେ ୯୦ ଦଶକରେ ଆରମ୍ଭ ହୋଇଥିଲା ସମରକଳା ଏକାଡେମୀ। ସେହି ସମୟରେ ପାଇକଙ୍କ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୁବକମାନେ ସମରକଳା ଓ ପାଇକ ଆଖଡ଼ା ସମ୍ପର୍କରେ ପ୍ରଶିକ୍ଷଣ ନେଉଥିଲେ। କୁହାଯାଏ, ସେହି ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ଏହି ସ୍ଥାନ ପରିଦର୍ଶନ କରି କଳାର ଉଚ୍ଚ ପ୍ରଶଂସା କରିଥିଲେ। ତେବେ ଆବଶ୍ୟକ ଭିତ୍ତିିଭୂମି ଅଭାବରୁ ଏହା ଆଗକୁ ବଢିପାରିଲା ନାହିଁ। ପ୍ରୋତ୍ସାହନ ଅଭାବରୁ ମାଟିରେ ମିଶିଗଲା।
  ୨୦୨୨ ଜୁନ୍‌ରେ ୧୧ ବର୍ଷ ପରେ ଖୋର୍ଦ୍ଧା ବ୍ଳକ ପକ୍ଷରୁ ପାଇକ ସଂଗ୍ରହାଳୟ କୋଠା ପୁନରୁଦ୍ଧାର କାର୍ଯ୍ୟ କରାଯାଇଥିଲା। ତେବେ ନିର୍ମାଣ ହେବା ପରଠାରୁ ମୁଖ୍ୟ ଫାଟକରେ ତାଲା ଝୁଲୁଥିବା ବେଳେ ପ୍ରଥମଥର ଲାଗି ମୁଖ୍ୟ ଫାଟକ ତାଲା ଖୋଲିଥିଲା। ଦୀର୍ଘ ଦିନ ଧରି ଅନାବନା ଗଛଲତାରେ ଲୁଚି ଯାଇଥିବା ଏହି କୋଠାର ପୁନରୁଦ୍ଧାର ଚାଲିଥିବା ନେଇ ପ୍ରଚାରିତ ହେବା ପରେ ବିଭିନ୍ନ ପାଇକ ସଙ୍ଗଠନ ମଧ୍ୟରେ ଆନନ୍ଦ ଖେଳିଯାଇଥିଲା। ତେବେ କୋଠା ମରାମତି ପରେ ପୁଣି ଥରେ ଏଠାରେ ତାଲା ଝୁଲିଲା। ପାଇକ ସଙ୍ଗଠନଗୁଡ଼ିକର ଆଶା ମଉଳିଗଲା।
  ପାଇକ ଫାଉଣ୍ଡେଶନ କର୍ତ୍ତୃପକ୍ଷ କହିଛନ୍ତି, ଗୋଟିଏ ଜାତି ତାର ବୀରତ୍ୱ, କଳା, ସଂସ୍କୃତି, ଭାସ୍କର୍ଯ୍ୟକୁ ନେଇ ପରିଚୟ ବହନ କରେ। ସଂସ୍କୃତି ପରମ୍ପରା ବିଲୁପ୍ତ ହେଲେ ସେହି ଜାତିର ସମୃଦ୍ଧି ନଷ୍ଟ ହେବା ସହ ଅଧୋପତନ ମଧ୍ୟ ଘଟିଥାଏ। ଯେଉଁ ପାଇକ ପୁଅ ଦିନେ ଇଂରେଜଙ୍କୁ ଧୂଳି ଚଟାଇଥିଲେ, ଯାହାଙ୍କ ନଁା ଶୁଣିଲେ ବ୍ରିଟିଶ ସାମ୍ରାଜ୍ୟ ଥରି ଉଠୁଥିଲା, ସେହି ବୀରତ୍ୱ ମାଟିର ସୁଯୋଗ୍ୟ ସନ୍ତାନଙ୍କ କାହାଣୀ କେବଳ ଇତିହାସ ପୃଷ୍ଠାରେ ରହିଯାଇଛି। ଐତିହ୍ୟ ଗବେଷକ ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ କୁହନ୍ତି, ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଖୋର୍ଦ୍ଧା ପାଇକ ବୀରଙ୍କ ଅବଦାନ ଅତୁଳନୀୟ। ସ୍ବାଧୀନୋତ୍ତର ଭାରତର ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ଆନ୍ଦୋଳନର ମାନ୍ୟତା ମିଳିଛି। ସେହି ପାଇକଙ୍କ ବୀରତ୍ୱର ଗାଥା ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ତଥା ଭବିଷ୍ୟତ ପିଢିଙ୍କ ସକାଶେ ଏଠାରେ ପାଇକ ସଂଗ୍ରହାଳୟ ପାଇଁ ଯୋଜନା ହୋଇଥିଲା। ତାହା କେବଳ ସଭା,ସମିତି, ଚର୍ଚ୍ଚା, ଆଲୋଚନା, ପର୍ଯ୍ୟାଲୋଚନା ମଧ୍ୟରେ ସୀମିତ ହୋଇ ରହିଗଲା। ସାମାଜିକ କର୍ମୀ ଶୋଭନ ଘୋଷ କହିଛନ୍ତି, ଲାଲମାଟିର ଗଡ଼ ଖୋର୍ଦ୍ଧା ଆଜି ଅବହେଳିତ ଅବସ୍ଥାରେ ରହିଛି। ପାଇକ ସଂଗ୍ରହାଳୟ ସ୍ଥାପନ ହେଲେ, ପାଇକମାନଙ୍କ ଯୁଦ୍ଧ ରଣକୌଶଳ ସମ୍ପର୍କରେ ଆଗାମୀ ଯୁବପିଢି ଜାଣିବାର ସୁଯୋଗ ପାଇଥାନ୍ତେ। ଏ ମାଟିର ଗୌରବ ବଢିଥାନ୍ତା। ରାଜନୈତିକ ଇଚ୍ଛାଶକ୍ତି ଓ ଜିଲା ପ୍ରଶାସନର ଆନ୍ତରିକତା ଅଭାବରୁ ଏହି କୋଠା କାର୍ଯ୍ୟକ୍ଷମ ନେଇ ଆଶଙ୍କା ରହିଛି। କଳିଙ୍ଗ ପାଇକ ସଙ୍ଗଠନର ସମ୍ପାଦକ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ କହିଛନ୍ତି, ୨୦୧୯ ଡିସେମ୍ବର ୮ରେ ବରୁଣେଇ ପାହାଡ଼ ପାଦ ଦେଶରେ ତତ୍କାଳୀନ ରାଷ୍ଟ୍ରପତି ପାଇକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସ୍ତାବିତ ସ୍ଥାନରେ ଖଣ୍ଡେ ଇଟା ପଡିନି। ପ୍ରସ୍ତାବିତ ସ୍ମାରକୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ବେଳେ ସଂଗ୍ରହାଳୟ ପ୍ରତିଷ୍ଠା ଆଶା କ୍ଷୀଣ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି, ଜିଲାର କଳା, ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନର ବିକାଶ ଲାଗି ଗୁରୁତ୍ୱ ଦିଆଯାଉଛି। ପାଇକ ସ୍ମାରକୀ ନିର୍ମାଣ ପାଇଁ ରହିଥିବା ଜମି ବିବାଦ ତୁଟିଛି। ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

Enter your email to get our daily news in your inbox.

All Right Reserved By Dharitri.Com

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?