ଦୁର୍ବଳ ମୌସୁମୀ ଚାଷୀଙ୍କ ଚିନ୍ତା ବଢ଼ାଉଛି

ଖୋର୍ଦ୍ଧା,୪ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ବର୍ଷା ଅଭାବରୁ ଚାଷଜମି ଫାଟି ଆଁ କଲାଣି। ମୌସୁମୀ ଆଗମନରେ ବିଳମ୍ବ, ସ୍ବଳ୍ପ ବୃଷ୍ଟି କାରଣରୁ ବୁଣାଯାଇଥିବା ଧାନ ଗଜାମରୁଡ଼ି ହେବା ସହ ଅଦ୍ୟାବଧି ଅନେକ ସ୍ଥାନରେ ଧାନତଳି ପକାଯାଇପାରିନାହିଁ। ଶୁଖିଲା ବିଲକୁ ଦେଖି ଚାଷୀକୁଳ ଏବେ ମୁଣ୍ଡରେ ହାତ ବସିଛି। ଜୁନ୍‌, ଜୁଲାଇରେ ସ୍ବାଭାବିକ ବର୍ଷାଠାରୁ ଯଥେଷ୍ଟ କମ୍‌ ପରିମାଣ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି। ଗତ ତିନିଦିନ ହେବ ଲଘୁଚାପ ବର୍ଷା ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ତେବେ ଏହା ଯଥେଷ୍ଟ ନୁହଁ। ଧାନ ବେଉଷଣ ଏବଂ ରୁଆପୋତା ସମୟରେ ସ୍ବଳ୍ପ ବୃଷ୍ଟି ଚାଷୀଙ୍କ ସମସ୍ୟା ବଢାଇଛି। ଅନ୍ୟପଟେ ଗତ ୩୧ ତାରିଖରୁ ଜିଲା କୃଷି ଏବଂ ମୃତ୍ତିକା ସଂରକ୍ଷଣ ବିଭାଗୀୟ କର୍ମଚାରୀ ବିଭିନ୍ନ ଦାବି ନେଇ କୃଷି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା ବେଳେ କାର୍ଯ୍ୟବନ୍ଦ କରିଛନ୍ତି। କୃଷି ଅଧିକାରୀ, କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଚାଷୀ ଯୋଗାଯୋଗ କରି ନ ପାରି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
କୃଷି ବିଭାଗର ସୂଚନା ପ୍ରକାରେ, ଜିଲାରେ ଚଳିତବର୍ଷ ୧ଲକ୍ଷ ୨୦ହଜାର ୧୫୦ହେକ୍ଟର ଚାଷଜମି ରହିଛି। ଚଳିତ ଖରିଫ ଋତୁରେ ୧ ଲକ୍ଷ ୩ ହଜାର ୧୬୦ ହେକ୍ଟର ଜମିରେ ଧାନ ଫସଲ ହେବ। ତନ୍ମଧ୍ୟରୁ ୧୭ହଜାର ୪୭୫ ହେକ୍ଟର ଢିପ, ୪୩ହଜାର ୩୩୮ ହେକ୍ଟର ସମତୁଲ ଜମି ଏବଂ ଅବଶିଷ୍ଟ ୪୮,୮୦୭ ହେକ୍ଟର ତଳିଆ ଜମିରେ ଖରିଫ ଧାନ ଫସଲ ଅମଳ ଲକ୍ଷ୍ୟ ରହିଥିବା ବେଳେ ୨ହଜାର ହେକ୍ଟର ଜମିରେ ଅଣଧାନ ଚାଷ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ସେହିପରି ଦୟା, ମଲାଗୁଣୀ ଆଦି ନଦୀ ଦ୍ୱାରା ୨୧,୦୯୦ ହେକ୍ଟର ଚାଷଜମିକୁ ଜଳସେଚନ ବ୍ୟବସ୍ଥା ରହିଥିବା ବେଳେ କେନାଲ ଦ୍ୱାରା ୬୮୧୫ହେକ୍ଟର ଜମି, ଉଠାଜଳସେଚନ ଦ୍ୱାରା ୩୩୧୭ ହେକ୍ଟର, ନଳକୂପ ଜରିଆରେ ୭୩୦ ହେକ୍ଟର ଏବଂ ଅନ୍ୟାନ୍ୟ ପ୍ରାକୃତିକ ଉତ୍ସ ଦ୍ୱାରା ୧୫୯ ହେକ୍ଟର ଚାଷଜମିକୁ ଜଳସେଚିତ ହୋଇଥାଏ। ଜିଲା ବ୍ୟାପୀ ପ୍ରାୟ ୫୬,୭୨୧ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ରହିଥିବା କୃଷି ବିଭାଗ ପକ୍ଷରୁ ଜଣାପଡିଛି। ତେବେ ଏବେ ବି ଢିପ ଜମି ପଡିଆ ପଡିରହିଛି। ଫଳରେ ଚାଷୀ ଚିନ୍ତାରେ ପଡିଛି। ବ୍ୟାଙ୍କରୁ ଋଣ କରି ଭଲ ଫସଲ ଅମଳ ପାଇଁ ଆଶା କରିଥିବା ଚାଷୀ ଚିନ୍ତାରେ ପଡିଛି।
ନବ ନିର୍ମାଣ କୃଷକ ସଙ୍ଗଠନ ଚାଷୀ ନେତା ସୁରେଶ ମାନସିଂ କହିଛନ୍ତି, ଗତ ଦୁଇବର୍ଷ ହେବ ସ୍ବାଭାବିକଠାରୁ କମ୍‌ ବର୍ଷା, ଅନାବୃଷ୍ଟି ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଗଜା ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଚାଷୀ ଚାଷ କରିଥିବା ବେଳେ ଅମଳ ସମୟରେ ଲଘୁଚାପ ବର୍ଷା, ବନ୍ୟା ଓ ବାତ୍ୟା ଯୋଗୁ ବିଲରେ ପାଣି ଜମିରହିବାରୁ ପାଚିଲା ଧାନ ପଚିଶଢି ନଷ୍ଟ ହୋଇଥିଲା। ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମାନ ଦୃଶ୍ୟ ରହିଛି। ସେହିପରି ଯୁବ ଚାଷୀ ନେତା ଏମ. ମହମ୍ମଦ ଅଲ୍ଲୀ କହିଛନ୍ତି, କେନାଲରେ ପାଣି ନାହିଁ। ମଲାଗୁଣି ଓ ରାଜୁଆ ବ୍ୟାରେଜରେ ପାଣି ନାହିଁ। ପ୍ରତିବର୍ଷ ଚାଷୀ ଏନେଇ ହୋହଲ୍ଲା କରୁଛନ୍ତି। ଜଳସେଚନ ଏବଂ ଜିଲା ପ୍ରଶାସନକୁ ଦାବିପତ୍ର ଦେଉଛନ୍ତି। ତେବେ ପ୍ରତିଶ୍ରୁତି ମିଳୁଛି, ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଚାଷୀ ପ୍ରତିବର୍ଷ ଚାଷୀ କ୍ଷତି ସହୁଛନ୍ତି। ଏହାର ସ୍ଥାୟୀ ପ୍ରତିକାର ପାଇଁ ବାରମ୍ବାର ଦାବି ସତ୍ତ୍ୱେ ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ ଅବହେଳା ଏଥିରେ ବାଧକ ସାଜିଛି। ଉଇଲକିଶନ ନଗର ଚାଷୀ ଗୋପାଳ ପ୍ରଧାନ କହିଛନ୍ତି, ଜୁନ ମାସରେ ତଳିପକା ଯାଇ ଜୁଳାଇରେ ଧାନରୁଆ କାମ ସରିଥିଲା। ତେବେ ଚଳିତବର୍ଷ ସ୍ବାଭାବିକଠାରୁ କମ୍‌ ବର୍ଷା ଯୋଗୁ ଦୁଇଥର ବିହନ ବୁଣାଯାଇଛି। ବର୍ଷାର ଦେଖା ନ ଥିବାରୁ ଜମି ଫାଟି ଆଁ କଲାଣି। ଭାଜପା କୃଷକ ନେତା ଶ୍ରୀରଞ୍ଜନ ମଙ୍ଗରାଜ କହିଛନ୍ତି, ଚାଷୀ ପ୍ରତିବର୍ଷ ସ୍ବଳ୍ପ ବୃଷ୍ଟି, ବନ୍ୟା ବାତ୍ୟା ଯୋଗୁ କ୍ଷତି ସହୁଛି। ସରକାର କେବଳ ଘୋଷଣା, ଭାଷଣବାଜିରେ ସୀମିତ ରହିଛନ୍ତି। ରାଜ୍ୟ ସରକାର ଚାଷଜମିକୁ ଜଳସେଚନ ପାଇଁ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରନ୍ତୁ। ୫-ଟି ସଚିବ ଜିଲା ଗସ୍ତ ବେଳେ ଚାଷୀଙ୍କ ସମସ୍ୟା କଥା ମଧ୍ୟ ବୁଝନ୍ତୁ, ବାସ୍ତବ ଚିତ୍ର ଜାଣିପାରିବେ ବୋଲି ମଙ୍ଗରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ODI ପୂର୍ବରୁ BCCIର ବଡ଼ ଘୋଷଣା: ଦଳରୁ ବାଦ୍‌ ପଡ଼ିଲେ ଶୁଭମନ ଗିଲ, ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ, ଦେଖନ୍ତୁ ଚୂଡାନ୍ତ ଏକାଦଶ ତାଲିକା

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ‘ବେ ଓଭାଲ’ (ତୌରଙ୍ଗା)ରେ ଖେଳାଯିବ। ଘରୋଇ ଦଳ ପାଇଁ ଏହି ମ୍ୟାଚ ‘କର…

ୟୁପି ନିର୍ବାଚନରେ ଭାଜପାର ନୂଆ ଚାଲ୍‌! ସୂର୍ଯ୍ୟକୁମାର ନା ଦେବିଶା, କାହାକୁ ମିଳିବ ଟିକେଟ୍‌? ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଦୁଇଟି ଫଟୋ ଏବେ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ନିଜ ଅଧିନାୟକତ୍ୱରେ ଭାରତକୁ…

୫ କୋଟି ନା ୪୧ କୋଟି… ପୱନ କଲ୍ୟାଣଙ୍କ ପତ୍ନୀ ଆନ୍ନା କେତେ ପାଇବେ ଭରଣପୋଷଣ ରାଶି? ଜାଣନ୍ତୁ…

ଅମରାବତି,୧୦।୧୧: ଆନ୍ଧ୍ରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ତଥା ଅଭିନେତା ପୱନ କଲ୍ୟାଣଙ୍କ ତୃତୀୟ ବିବାହର ଅନ୍ତ ଘଟିଛି। ବିବାହର ୧୩ ବର୍ଷ ପରେ ପୱନ କଲ୍ୟାଣ ଏବଂ ତାଙ୍କ ପତ୍ନୀ…

ଗଜପତିରେ ଚାଞ୍ଚଲ୍ୟ: ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା

ମୋହନା,୧୦।୧(ମନ୍ମଥ ମିଶ୍ର) ମଦ ପିଇବା ପରେ ବଚସା ହୋଇ ଏକ ହତ୍ୟାକାଣ୍ଡ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ଏକ ନିଛାଟିଆ ରାସ୍ତାରେ ଘରକୁ ଫେରୁଥିବା ବେଳେ ଜଣେ…

ଅଜବ ବଜାର: ଯେଉଁଠାରେ ନଳା ପାଣି-କାଦୁଅରୁ ବାହାରୁଛି ସୁନା; ଲକ୍ଷଲକ୍ଷ ଟଙ୍କାରେ ହେଉଛି ବିକ୍ରି!

ବିହାରର ଆରା ସହରର ଐତିହାସିକ ଗୁଦ୍ରି ବଜାର ଏହାର ସୁନା-ରୂପା ଅଳଙ୍କାର ବ୍ୟବସାୟ ଏବଂ ସରାଫା ଦୋକାନଗୁଡ଼ିକ ପାଇଁ ପ୍ରସିଦ୍ଧ। କିନ୍ତୁ ଏହି ବଜାରର ପରିଚୟର ଏପରି…

‘ଏହା ସମସ୍ତଙ୍କ ସ୍ବପ୍ନ…’ ଅଂଶୁଲ କାମ୍ବୋଜ ଦେଲେ ବଡ଼ ବୟାନ; ଧୋନି-ଫ୍ଲେମିଂଙ୍କ ବିଷୟରେ କ’ଣ କହିଲେ, ଜାଣନ୍ତୁ

ନୂଆଦିଲ୍ଲୀ,୧୦।୧୧: ଭାରତୀୟ କ୍ରିକେଟ ଦଳର ୨୫ ବର୍ଷୀୟ ଦ୍ରୁତ ବୋଲର ଅଂଶୁଲ କାମ୍ବୋଜ, ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡରେ ନିଜ ବୋଲିଂ ଯାଦୁ ଦେଖାଇ ଚର୍ଚ୍ଚାରେ ଅଛନ୍ତି। କାମ୍ବୋଜ ଭାରତ…

ମଧ୍ୟବିତ୍ତଙ୍କୁ ଝଟ୍‌କା: Surf Excel ରୁ Wheel ପର୍ଯ୍ୟନ୍ତ ସବୁ ଡିଟରଜେଣ୍ଟ ପାଉଡର୍‌ ଦର ବଢ଼ିଲା; ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୦।୧୧: ସାଧାରଣ ଲୋକଙ୍କ ରୋଷେଇ ପରେ ବର୍ତ୍ତମାନ ଲଣ୍ଡ୍ରି ବଜେଟ ମଧ୍ୟ ବିଗିଡ଼ିବାକୁ ଯାଉଛି। ଏଫଏମସିଜି (FMCG) ଦିଗ୍ଗଜ କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ (HUL) ଏହାର…

ବନ୍ୟା କ୍ଷତିଗସ୍ତଙ୍କୁ ସହାୟତା ଦାବି ତେଜିଲା, ବ୍ଲକ, ତହସିଲ କାର୍ଯ୍ୟାଳୟ ଘେରାଉ କଲା ବିଜେଡି

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବନ୍ୟା ପ୍ରପୀଡ଼ିତଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ଦାବିରେ ବିଜୁ ଜନତା ଦଳ(ବିଜେଡି) ସାନଖେମୁଣ୍ଡି ବ୍ଲକ କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?