ନାହାନ୍ତି ଗଣିତ, ହିନ୍ଦୀ, ସଂସ୍କୃତ ଶିକ୍ଷକ

ନିରାକାରପୁର,୧୭।୯(ମାନସ ଚନ୍ଦ୍ର ପଟ୍ଟନାୟକ) ବିଦ୍ୟାଳୟର ଉନ୍ନତୀକରଣ ଓ ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରିବା ସହିତ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ଯୋଜନା ସବୁ କେଉଁଠି ପହଞ୍ଚୁଛି ତ’ କେଉଁଠି ଅପହଞ୍ଚ । ଫଳରେ ଅନେକ ସ୍ଥାନରେ ଶିକ୍ଷକ ଓ ଶ୍ରେଣୀଗୃହର ଅଭାବ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଫଳରେ ଛାତ୍ରୀଛାତ୍ରମାନେ ହଇରାଣ ହେଉଛନ୍ତି। ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନୂଆଗଡ ପଞ୍ଚାୟତ ହରିପୁର ଉଗ୍ରତାରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଉକ୍ତ ବିଦ୍ୟାଳୟଟି ୧୯୭୭ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ମୋଟ ୪୦୩ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ତେବେ ୬, ୭ ଓ ୮ ଶ୍ରେଣୀ ପାଇଁ ୫ଜଣ ଶିକ୍ଷକ ରହିଥିବା ବେଳେ ୯ ଓ ୧୦ମ ଶ୍ରେଣୀ ପାଇଁ ୩ଜଣ ଶିକ୍ଷକ ରହିଛନ୍ତି। ଫଳରେ ପାଠପଢ଼ାରେ ବ୍ୟାହତ ସୃଷ୍ଟି ହେଉଥିବା ଛାତ୍ରୀଛାତ୍ର ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ସଂସ୍କୃତ, ହିନ୍ଦୀ, ଗଣିତ, ଖେଳ ଓ ପ୍ରଧାନ ଶିକ୍ଷକ ପଦବୀ ଦୀର୍ଘବର୍ଷ ହେବ ଖାଲିପଡିଥିବା ବେଳେ ପିଅନ ଓ କ୍ଲର୍କ ପଦବୀ ୫ ବର୍ଷହେବ ଖାଲିପଡିଛି। ଏନେଇ ସ୍କୁଲ ପରିଚାଳନା କମିଟି ଓ ସ୍କୁଲ ପକ୍ଷରୁ ବାରମ୍ବାର ଜିଲାପାଳ, ଜିଲା ଓ ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ ଅଭିଯୋଗ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ସ୍କୁଲ ପରିଚାଳନା କମିଟି ସଭାପତି ଅଜୟ କୁମାର ଛୋଟରାୟ କହିଛନ୍ତି, ଶିକ୍ଷକଙ୍କ ଅଭାବ ସମ୍ପର୍କରେ ବାରମ୍ବାର ବିଇଓ, ଡିଇଓଙ୍କୁ ଅଭିଯୋଗ କରିବା ସହିତ ଗତ ୨୮ ତାରିଖରେ ଜିଲାପାଳଙ୍କ ଗ୍ରଭାନ୍ସରେ ଦେଖାହୋଇ ଲିଖିତ ଅଭିଯୋଗ କରିଥିଲୁ। ହେଲେ କୌଣସି ସୁଫଳ ମିଳିଲା ନାହିଁ। ପିଲାଙ୍କ ପରୀକ୍ଷା ପୂର୍ବରୁ ପଦବୀ ପୂରଣ ନ କରାଯାଏ ତେବେ ସ୍କୁଲରେ ତାଲା ପକାଇବୁ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ବିଶ୍ୱାଳ କହିଛନ୍ତ, ଏବେ ମୁଁ ଦାୟିତ୍ୱ ନେଇଛି। ଏହା ପୂର୍ବରୁ ଯିଏ ଦାୟିତ୍ୱରେ ଥିଲେ ସେ ଏ ସମ୍ପର୍କରେ ଅଭିଯୋଗ କରିବା ସହିତ ପରିଚାଳନା କମିଟି ମଧ୍ୟ ଅଭିଯୋଗ କରିଛି। ତେବେ ଉପରିସ୍ଥ ଅଧିକାରୀଙ୍କ ପକ୍ଷରୁ କେତେ ପଦବୀ ଖାଲି ଅଛି ବୋଲି ରିପୋର୍ଟ ମଗାଯାଇଛି ବୋଲି ସୂଚନା ଦେଇଛନ୍ତି। ସେହିପରି ଏ ସମ୍ପର୍କରେ ବ୍ଲକ୍‌ ଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ସାହୁ କହିଛନ୍ତି, ଏନେଇ ମୋ ପାଖରେ ସୂଚନା ନାହିଁ। ତଥାପି ବୁଝାବୁଝି କରୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri