ଖୋର୍ଦ୍ଧା

ନିଶାଦ୍ରବ୍ୟ କାରବାରରେ ଲାଗୁନି ଅଙ୍କୁଶ

ବେଗୁନିଆ,୧ା୨(ଡି.ଏନ୍‌.ଏ.): ବେଗୁନିଆ ସଦର ମହକୁମା ଓ ଏହି ଥାନା ଅଞ୍ଚଳରେ ଥିବା ଗ୍ରାମାଞ୍ଚଳରେ ଏବେ ନିଶାଦ୍ରବ୍ୟ କାରବାର ବଢ଼ିଚାଲିଛି। ମଦ, ଗଞ୍ଜେଇ, ମାଦକ ଦ୍ରବ୍ୟ ସବୁ ଚୋରାରେ କାରବାର ହେଉଥିବାବେଳେ ପୋଲିସ ଓ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଥିବାରୁ ଅଞ୍ଚଳର ଯୁବକମାନେ…

ଜବତ ଜେସିବି ଛଡ଼ାଇନେଲେ ପଥର ମାଫିଆ

ବାଣପୁର,୧ା୨(ଡି.ଏନ୍‌.ଏ): ଟାଙ୍ଗୀ ରେଞ୍ଜ ଅଧୀନ ଚକଡ଼ାପଥର ଡିପିଏଫ ଅଞ୍ଚଳରେ ପଥର ଖନନକୁ ନେଇ ରବିବାର ପଥର ମାଫିଆ ଓ ବନ ବିଭାଗର କର୍ମଚାରୀମାନେ ମୁହାଁମୁହିଁ ହୋଇଛନ୍ତି। ପଥର ମାଫିଆମାନେ ଏକ ଜବତ ଜେସିବିକୁ ବଳପୂର୍ବକ ଛଡ଼ାଇ ନେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,…

ନନ୍ଦନକାନନରେ ପର୍ଯ୍ୟଟକ କମିଲେ

ବାରଙ୍ଗ,୧ା୨(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ କେବଳ ରବିବାରରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢୁଥିବାର ଲକ୍ଷ୍ୟ କରାଯାଉଥିବାବେଳେ ଏହି ରବିବାର ପର୍ଯ୍ୟଟକ ସଂଖ୍ୟା କମିଯାଇଛି। ଗତ ୨୪ତାରିଖ ରବିବାରଠାରୁ ମାସ ଶେଷ ୩୧ତାରିଖ ରବିବାରରେ ନନ୍ଦନକାନନରେ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ତୁଳନାତ୍ମକ ଭାବେ କମିଥିବାବେଳେ…

ମାଟିରେ ମିଶିଲା ୧୪୦ରୁ ଊର୍ଦ୍ଧ୍ୱ ଦୋକାନ

ଖୋର୍ଦ୍ଧା ଅଫିସ,୨୯।୧: ଖୋର୍ଦ୍ଧା ଜିଲା ଜଟଣୀ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଲାଗି ଅଧିକ ଜମିର ଆବଶ୍ୟକତା ରହିଛି। ଏଥିଲାଗି ସୀତାରାମ ଛକର ୧୪୦ରୁ ଊର୍ଦ୍ଧ୍ୱ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି। ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଦୋକାନୀମାନେ ନିଜ ହାତରେ ନିଜ ଦୋକାନକୁ ଭାଙ୍ଗିଛନ୍ତି।…

ବ୍ୟବସାୟୀଙ୍କୁ ମାଡ଼ମାରି ନେଇଗଲେ ୬.୭୨ଲକ୍ଷ

ବେଗୁନିଆ,୨୮।୧(ଡି.ଏନ୍‌.ଏ.): ବେଗୁନିଆ ଥାନା ଅଧୀନ ପିଚୁକୁଳି-ସାନପଦର ଗ୍ରାମ ମଧ୍ୟରେ ଥିବା କେନାଲ ନିକଟରେ ମଙ୍ଗଳବାର ରାତିରେ କେତେଜଣ ଦୁର୍ବୃତ୍ତ ଦୁଇ ଗୋରୁ ବ୍ୟବସାୟୀଙ୍କୁ ମାଡ଼ମାରି ୬,୭୨,୦୦୦ଟଙ୍କା ଲୁଟି ନେଇଛନ୍ତି। ବ୍ୟବସାୟୀ ଲିୟାକତ ଖାନ ଓ ମୁସ୍ତାଫା ଖାନଙ୍କ ଅଭିଯୋଗକ୍ରମେ ପୋଲିସ ଏକ…

ମହିଳାଙ୍କୁ ପ୍ରତାରଣା: ଜେଲ ଗଲେ ଏସ୍‌ଆଇ

ଖୋର୍ଦ୍ଧା ଅଫିସ,୨୭ା୧: ଖାକିରେ ଲାଗିଲା କଳଙ୍କ। ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ପ୍ରେମ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଏସ୍‌ଆଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଭୂଷଣ୍ଡପୁର ଅଞ୍ଚଳର ଟାଙ୍ଗୀ ଥାନାରେ…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ

ଖୋର୍ଦ୍ଧା ଅଫିସ,୨୬।୧: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ୭୨ ତମ ସାଧାରଣତନ୍ତ୍ର ଦିବସ ବିଜେବି ହାଇସ୍କୁଲ ପଡ଼ିିଆରେପାଳିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ…

ରାସ୍ତାରେ ଦନ୍ତା, ଗାଡ଼ି ଛାଡ଼ି ଦୌଡ଼ିଲେ ଲୋକେ

ଖୋର୍ଦ୍ଧା ଅଫିସ,୨୪।୧: ହାତୀ ପୁଣି ସହରମୁହାଁ ହୋଇଛନ୍ତି। ଶନିବାର ଭୋର ୬ଟାରେ ଭୁବନେଶ୍ୱର-ଚେନ୍ନାଇ ୧୬ନଂ. ଜାତୀୟ ରାଜପଥ ଦଳେଇପୁଟ ଛକରେ ୨ ଦନ୍ତାହାତୀଙ୍କୁ ଦେଖିବାକୁ ମିଳିଥିଲା। ଘନକୁହୁଡ଼ି ଯୋଗୁ ଲୋକେ ହଠାତ୍‌ ହାତୀକୁ ଦେଖି ପାରି ନ ଥିଲେ। ରାଜପଥରେ ହାତୀଙ୍କୁ…

ଗାଁ ଶ୍ମଶାନ ଉପରେ ପଥର ମାଫିଆଙ୍କ ଆଖି

ଖୋର୍ଦ୍ଧା ଅଫିସ,୨୨।୧: ଖୋର୍ଦ୍ଧା ଜିଲାରେ ସରକାରୀ ଜମି, ଗ୍ରାମ୍ୟ ଜଙ୍ଗଲ ଏବଂ କାଜୁ ଜଙ୍ଗଲରୁ ପଥର ମାଫିଆମାନେ ମାଙ୍କଡ଼ା ପଥର ଓ ମୋରମ ଚାଲାଣ କରୁଥିବାବେଳେ ଏବେ ସେମାନଙ୍କ ଲୋଲୁପ ଦୃଷ୍ଟି ଗାଁ ଶ୍ମଶାନ ଜମି ଉପରେ ପଡ଼ିଛି। ଗତ କିଛିଦିନ…

ବରୁଣେଇ ପୀଠ ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ନାହିଁ: ପର୍ଯ୍ୟଟକଙ୍କୁ ବିମୁଖ କରୁଛି ଆବର୍ଜନା

ଖୋର୍ଦ୍ଧା ଅଫିସ,୨୨।୧: କରୋନା କଟକଣା ଯୋଗୁ ଦୀର୍ଘ ୯ ମାସ ବନ୍ଦ ରହିବା ପରେ ଖୋର୍ଦ୍ଧା ଜିଲାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ଖୋଲିଛି। ଜିଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ବରୁଣେଇ ପୀଠରେ ଧିରେ ଧିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ଏହାର ପ୍ରାକୃତିକ…

ସଂଗ୍ରାମୀଙ୍କ ଗାଁ ଚମ୍ପାଇଲୋ ଅବହେଳିତ

ଖୋର୍ଦ୍ଧା ଅଫିସ,୨୦ା୧: ‘ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’। ସ୍ବାଧୀନତା ସଂଗ୍ରାମ ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏହି ଡାକରା ଭାରତୀୟଙ୍କ ମଧ୍ୟରେ ଶିହରଣ ସୃଷ୍ଟି କରିଥିଲା। ଏହି ଡାକରାରେ ଉଦ୍‌ବୁଦ୍ଧ ହୋଇ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ…

ଧାନକିଣାରେ ବ୍ୟାପକ ଅନିୟମିତତା: ଚାଷୀଙ୍କ ଧାନ କିଣୁଛନ୍ତି ମିଲର୍ସ ୧୮।୧

ଖୋର୍ଦ୍ଧା ଅଫିସ,୧୮।୧: ଖୋର୍ଦ୍ଧା ଜିଲାରେ ଧାନକିଣାରେ ବ୍ୟାପକ ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି। ଧାର୍ଯ୍ୟ ଦିନ ପରିବର୍ତ୍ତେ ଛୁଟିଦିନରେ ଧାନ ଉଠାଯାଉଛି। ମଣ୍ଡିକୁ ଧାନ ଆସିବା ପରିବର୍ତ୍ତେ ମିଲର୍ସମାନେ ସିଧାସଳଖ ଚାଷୀଙ୍କ ଠାରୁ ଧାନ କିଣୁଛନ୍ତି। ସମବାୟ ସମିତି ଏବଂ ମିଲର୍ସଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri