ଚାଇନାକୁ ଲମ୍ବିଛି ଭାଲୁ ର଼୍ୟାକେଟ

ଖୋର୍ଦ୍ଧା ଅଫିସ,୨୫ା୪: ଖୋର୍ଦ୍ଧାର ପିତାପଲ୍ଲୀ-ଗଙ୍ଗପଡ଼ା ରାସ୍ତା ପାର୍ଶ୍ୱସ୍ଥ ଭୁଆସୁୁଣୀ ମନ୍ଦିର ନିକଟରୁ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଗତ ଗୁରୁବାର ୫ଟି ଭାଲୁଛୁଆକୁ ଉଦ୍ଧାର କରିଥିଲେ। ସେହିପରି ଉକ୍ତ ଦିନ ସନ୍ଧ୍ୟାରେ ଗଡ଼ଖୋର୍ଦ୍ଧାରୁ ୨ଟି ଭାଲୁଛୁଆକୁ ଉଦ୍ଧାର କରାଯାଇଥିଲା। ସମସ୍ତ ଭାଲୁଛୁଆକୁ ନନ୍ଦନକାନନକୁୁ ପଠାଇ ଦିଆଯାଇଥିଲା। ତେବେ ଗୋଟିଏ ଦିନରେ ଚନ୍ଦକା ଜଙ୍ଗଲରୁ ୭ଟି ଭାଲୁଛୁଆ ଖସି ଆସିବାକୁ ନେଇ ନାନା ଚର୍ଚ୍ଚା ଚାଲିିଛି। ଏଥିରେ ଏକ ର଼୍ୟାକେଟ ସମ୍ପୃକ୍ତ ରହିଥିବା ସନ୍ଦେହ କରାଯାଉଛି। ଏପରି କି ଏହି ର଼୍ୟାକେଟର ଚେର ଚାଇନାକୁ ଲମ୍ବିଥିବା କୁହାଯାଉଛି। ଅନ୍ୟପଟେ ପ୍ରିନ୍ସିପ୍ରାଲ ଚିଫ୍‌ କଞ୍ଜରଭେଟର ଅଫ ଫରେଷ୍ଟ(ପିସିସିଏଫ) ଏହାର ତଦନ୍ତ ପାଇଁ ରିଜିଓନାଲ ଚିଫ୍‌ କଞ୍ଜରଭେଟର ଅଫ ଫରେଷ୍ଟ (ଆରସିସିଏଫ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କୋଭିଡ୍‌ ସଂକ୍ରମଣ ଲାଗି ରାଜ୍ୟରେ ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ଶଟ୍‌ଡାଉନ ଜାରି ରହିଛି। ଏଥିସହ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଚେକିଂ କଡ଼ାକଡ଼ିି କରାଯାଇଛି। କୌଣସି ସ୍ଥାନରୁ ଭାଲୁ ଛୁଆକୁ ଧରି ଓଡ଼ିଶା ସୀମା ଦେଇ ବାହାର ରାଜ୍ୟକୁ ଚାଲାଣ ଲାଗି ଯୋଜନା କରିଥିବା ବେଳେ ଧରାପଡିଯିବା ଭୟରେ ଭାଲୁଛୁଆକୁ ପିତାପଲ୍ଲୀ ରାସ୍ତାକଡରେ ଛାଡି ଚାଲିଯାଇଥିବା ସନ୍ଦେହ ଉପୁଜୁଛି। ଉଦ୍ଧାର ଭାଲୁଛୁଆ ମଧ୍ୟରେ ୨ଟି ବଡ ଏବଂ ୩ଟି ଶିଶୁ ରହିଥିଲେ। ସେମାନଙ୍କ ପାଖରେ ମା’ ଭାଲୁ ନ ଥିବା ଏବଂ ସମସ୍ତ ଭାଲୁଛୁଆ ରାସ୍ତା ଉପରେ ଖେଳୁଥିବା ଦେଖିବାକୁ ମିଳିଥିଲା। କେତେଜଣ ପରିବେଶବିତ୍‌ଙ୍କ କହିବାନୁଯାୟୀ, ଅନ୍ତର୍ଜାତୀୟ ବଜାରରେ ଭାଲୁର ପିତ୍ତ ଚାହିଦା ରହିଛି। ଚାଇନାରେ ଏହାର ବହୁଳ ବ୍ୟବହାର କରାଯାଉଛି। ଅନ୍ତର୍ଜାତୀୟ ବଜାରରେ ଭାଲୁଛୁଆର ପିତ୍ତକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଉଛି। ତେବେ ଭାଲୁଛୁଆକୁ ରାଜ୍ୟର ବିଭିନ୍ନ ଅଞ୍ଚଳର ଜଙ୍ଗଲରୁୁ ସଂଗ୍ରହ କରାଯାଇ ଓଡ଼ିଶା ସୀମାନ୍ତ ଝାଡଖଣ୍ଡ, ପଶ୍ଚିମବଙ୍ଗ ତଥା ଚାଇନା ସୀମାନ୍ତବର୍ତ୍ତୀ ଅଞ୍ଚଳ ଅରୁଣାଚଳ ପ୍ରଦେଶ ଦେଇ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି। ଖୋର୍ଦ୍ଧା ପିତାପଲୀ ରାସ୍ତାକୁ ଭାଲଛୁଆ ଚୋରାଚାଲାଣର ଗଳା ବାଟ ଭାବେ ବ୍ୟବହାର କରାଯାଉଛି। ପୂର୍ବରୁ ବାଘଛାଲ, ବଜ୍ରକାପ୍ତା ଏବଂ ସାପ ବିଷକୁ ଅନ୍ତର୍ଜାତୀୟ ବଜାରରେ ବିକ୍ରି ଲାଗି ଚୋରାଚାଲାଣ ବେଳେ ଧରାପଡିଛି। ବାଘଛାଲ ର଼୍ୟାକେଟକୁ ବନ ବିଭାଗ ଧରିବାରେ ସଫଳ ହୋଇପାରିନାହିଁ। ବନ ବିଭାଗ ଅବହେଳାରୁ ଜଙ୍ଗଲରେ ବନ୍ୟଜନ୍ତୁ ସୁରକ୍ଷିତ ନୁହନ୍ତି। ଏହି ଘଟଣାର ଯାଞ୍ଚ ଲାଗି କ୍ରାଇମବାଞ୍ଚ ଏସ୍‌ଟିଏଫ୍‌କୁ ଦିଆଯାଉ ବୋଲି ପରିବେଶପ୍ରେମୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

ପୋତାଗଡ଼ରେ ନାହିଁ ପାନୀୟ ଜଳ ବ୍ୟବସ୍ଥା, ପର୍ଯ୍ୟଟକ ହନ୍ତସନ୍ତ

ଗଞ୍ଜାମ,୨୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରୁ କିଛି ଦୂରରେ ରହିଛି ଐତିହାସିକ ପୋତାଗଡ଼ । ଏହି ପୁରାତନ ବ୍ରିଟିଶ ଅମଳର ପୋତାଗଡ଼ ଦୁର୍ଗକୁ ଦେଖିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?