ଚିନ୍ତା ବଢ଼ାଇବେ କୁମ୍ଭମେଳା ଫେରନ୍ତା

ଖୋର୍ଦ୍ଧା ଅଫିସ,୨୦।୪: ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୯୪ରେ ପହଞ୍ଚିିଛି। ସୋମବାର ୪୦ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଜିଟିଭଙ୍କ ମଧ୍ୟରେ ବାଲିଅନ୍ତା ବ୍ଲକ ୭, ବାଲିପାଟଣା ଓ ଭୁବନେଶ୍ୱର ବ୍ଲକର ଜଣେ ଲେଖାଏ ରହିଛନ୍ତି। ଜଟଣୀରେ ୨ଜଣ ରହିଥିବା ବେଳେ ଖୋର୍ଦ୍ଧା ବ୍ଲକର ସର୍ବାଧିକ ୧୩ଜଣ ସଂକ୍ରମିତ ହୋଇଛନ୍ତି। ବେଗୁନିଆ ଓ ଚିଲିକାରୁ ୩ଜଣ ଲେଖାଏ ରହିଛନ୍ତି। ବୋଲଗଡ଼ ବ୍ଲକ ୫, ଟାଙ୍ଗୀ ୪ ଏବଂ ଅନ୍ୟ ଜିଲାରୁ ଜଣେ ଚିହ୍ନଟ ହୋଇଛନ୍ତି। ୧୩ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ହରିଦ୍ୱାର କୁମ୍ଭମେଳାରେ ଯୋଗ ଦେଇଥିବା ହଜାର ହଜାର ଶ୍ରଦ୍ଧାଳୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଖୋର୍ଦ୍ଧା ଜିଲାରୁ ଏକାଧିକ ଲୋକ କୁମ୍ଭମେଳାକୁ ଯାଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୁମ୍ଭମେଳା ଅଧାରୁ ବନ୍ଦ ହେବା ପରେ ଟ୍ରେନ ଯୋଗେ ସେମାନେ ଫେରୁଛନ୍ତିି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। କୁମ୍ଭମେଳା ଫେରନ୍ତାଙ୍କ ଲାଗି ଆରଟି-ପିସିଆର ପରୀକ୍ଷା ଏବଂ ୧୪ ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି ବୋଲି ଜିଲାପାଳ ସନତ୍‌ ମହାନ୍ତି କହିଛନ୍ତି। ଖୋର୍ଦ୍ଧା ଗ୍ରାମାଞ୍ଚଳ (ବିଏମ୍‌ସିକୁ ବାଦଦେଇ)ରେ ମୋଟ୍‌ ୧୩,୭୩୦ଜଣ ସଂକ୍ରମିତ ହୋଇଛନ୍ତି। ତନ୍ମଧ୍ୟରୁ ୧୩,୫୧୫ ଜଣ ସୁସ୍ଥ ହୋଇଥିବା ବେଳେ ୧୫୮ଜଣ ସକ୍ରିୟ ରହିଛନ୍ତି। ୫୭ଜଣଙ୍କ ମୃତ୍ୟୁ ଘଟିଛି। ବାଲିଅନ୍ତା ବ୍ଲକର ମୋଟ୍‌ ୧୪୦୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୮୦ ସୁସ୍ଥ, ସକ୍ରିୟ ୨୪ ଓ ଜଣଙ୍କର ମୃତ୍ୟୁ ଘଟିିଛି। ସେହିପରି ବାଲିପାଟଣା ବ୍ଲକର ୯୪୨ ଆକ୍ରାନ୍ତଙ୍କ ମଧ୍ୟରୁ ୯୩୦ ସୁସ୍ଥ, ୩ ମୃତ ଏବଂ ୯ଜଣ ସକ୍ରିୟ ରହିଛନ୍ତି। ଭୁବନେଶ୍ୱର ବ୍ଲକର ୧୨୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୬୦ ସୁସ୍ଥ, ୫ ମୃତ ଓ ୮ଜଣ ସକ୍ରିୟ ରହିଛନ୍ତି। ଜଟଣୀ ବ୍ଲକର ୧୩୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୧୦ସୁସ୍ଥ, ୭ମୃତ ଓ ୧୯ ଜଣ ସକ୍ରିୟ ରହିଛନ୍ତି। ଖୋର୍ଦ୍ଧା ବ୍ଲକର ୨୪୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୧୩ ସୁସ୍ଥ, ୧୬ମୃତ ଓ ୪୦ଜଣ ସକ୍ରିୟ ରହିଛନ୍ତି। ବେଗୁନିଆ ବ୍ଲକର ୧୧୪୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩୫ ସୁସ୍ଥ, ୪ ମୃତ ଓ ୧୦ଜଣ ସକ୍ରିୟ ରହିଛନ୍ତି। ବୋଲଗଡ଼ ବ୍ଲକର ୯୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୯୭୬ ସୁସ୍ଥ, ୫ ମୃତ ଓ ୧୩ ଜଣ ସକ୍ରିୟ ରହିଛନ୍ତି। ଟାଙ୍ଗୀ ବ୍ଲକର ୧୨୬୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫୦ ସୁସ୍ଥ, ୪ ମୃତ ଓ ୧୨ଜଣ ସକ୍ରିୟ ରହିଛନ୍ତି। ଚିଲିକା(ବାଲୁଗଁା) ବ୍ଲକର ୧୪୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୯୮ ସୁସ୍ଥ, ୫ ମୃତ ଓ ୭ଜଣ ସକ୍ରିୟ ରହିଛନ୍ତି। ବାଣପୁର ବ୍ଲକର ୧୪୫୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୪୨ ସୁସ୍ଥ, ସକ୍ରିୟ ୩ଜଣ ରହିଥିବା ବେଳେ ୭ଜଣଙ୍କ ମୃତ୍ୟୁ ଘଟିଛି। ବଳକା ଅନ୍ୟ ଜିଲାର ଏଠାରେ ସଂକ୍ରମିତ ଅଛନ୍ତି।

ଦିନକରେ ୪୩୫୯ ଟିକାନେଲେ, ୭୬୨ କୋଭିଡ୍‌ ଟେଷ୍ଟ
ଜିଲାରେ ସୋମବାର ୪୩୫୯ଜଣ ଟିକା ନେଇଛନ୍ତି। ସେହିପରି ୭୬୨ଜଣଙ୍କ କୋଭିଡ୍‌ ଟେଷ୍ଟ କରାଯାଇଛି। ସେଥିରୁ ଆର୍‌ଟି-ପିସିଆର୧୩୨, ଆଣ୍ଟିଜେନ ୬୩୦ ରହିଛି। କୋଭିଡ୍‌ ଗାଇଡଲାଇନ ଉଲ୍ଲଂଘନ ନେଇ ୩୬ ହଜାର ୫୦ଟଙ୍କା ଜରିମାନା ଆଦାୟ କରାଯାଇଛି। ଜିଲାପାଳ ସନତ୍‌ ମହାନ୍ତିି କହିଛନ୍ତି ଯେ, ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା ସଂକ୍ରମିତଙ୍କ ହାର ବଢ଼ିବାରେ ଲାଗିଛି। ସତର୍କ, ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ବିନା ମାସ୍କରେ ଘରୁ ବାହାରନ୍ତୁ ନାହିଁ, କୋଭିଡ୍‌ ଗାଇଡଲାଇନକୁ ପାଳନ କରନ୍ତୁ। ନିଜେ ସୁରକ୍ଷିତ ରହିବା ସହିତ ପରିବାର ମଧ୍ୟ ସୁରକ୍ଷିତ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri