ଚିନ୍ତା ବଢ଼ାଇବେ କୁମ୍ଭମେଳା ଫେରନ୍ତା

ଖୋର୍ଦ୍ଧା ଅଫିସ,୨୦।୪: ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୯୪ରେ ପହଞ୍ଚିିଛି। ସୋମବାର ୪୦ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଜିଟିଭଙ୍କ ମଧ୍ୟରେ ବାଲିଅନ୍ତା ବ୍ଲକ ୭, ବାଲିପାଟଣା ଓ ଭୁବନେଶ୍ୱର ବ୍ଲକର ଜଣେ ଲେଖାଏ ରହିଛନ୍ତି। ଜଟଣୀରେ ୨ଜଣ ରହିଥିବା ବେଳେ ଖୋର୍ଦ୍ଧା ବ୍ଲକର ସର୍ବାଧିକ ୧୩ଜଣ ସଂକ୍ରମିତ ହୋଇଛନ୍ତି। ବେଗୁନିଆ ଓ ଚିଲିକାରୁ ୩ଜଣ ଲେଖାଏ ରହିଛନ୍ତି। ବୋଲଗଡ଼ ବ୍ଲକ ୫, ଟାଙ୍ଗୀ ୪ ଏବଂ ଅନ୍ୟ ଜିଲାରୁ ଜଣେ ଚିହ୍ନଟ ହୋଇଛନ୍ତି। ୧୩ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ହରିଦ୍ୱାର କୁମ୍ଭମେଳାରେ ଯୋଗ ଦେଇଥିବା ହଜାର ହଜାର ଶ୍ରଦ୍ଧାଳୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଖୋର୍ଦ୍ଧା ଜିଲାରୁ ଏକାଧିକ ଲୋକ କୁମ୍ଭମେଳାକୁ ଯାଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୁମ୍ଭମେଳା ଅଧାରୁ ବନ୍ଦ ହେବା ପରେ ଟ୍ରେନ ଯୋଗେ ସେମାନେ ଫେରୁଛନ୍ତିି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। କୁମ୍ଭମେଳା ଫେରନ୍ତାଙ୍କ ଲାଗି ଆରଟି-ପିସିଆର ପରୀକ୍ଷା ଏବଂ ୧୪ ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି ବୋଲି ଜିଲାପାଳ ସନତ୍‌ ମହାନ୍ତି କହିଛନ୍ତି। ଖୋର୍ଦ୍ଧା ଗ୍ରାମାଞ୍ଚଳ (ବିଏମ୍‌ସିକୁ ବାଦଦେଇ)ରେ ମୋଟ୍‌ ୧୩,୭୩୦ଜଣ ସଂକ୍ରମିତ ହୋଇଛନ୍ତି। ତନ୍ମଧ୍ୟରୁ ୧୩,୫୧୫ ଜଣ ସୁସ୍ଥ ହୋଇଥିବା ବେଳେ ୧୫୮ଜଣ ସକ୍ରିୟ ରହିଛନ୍ତି। ୫୭ଜଣଙ୍କ ମୃତ୍ୟୁ ଘଟିଛି। ବାଲିଅନ୍ତା ବ୍ଲକର ମୋଟ୍‌ ୧୪୦୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୮୦ ସୁସ୍ଥ, ସକ୍ରିୟ ୨୪ ଓ ଜଣଙ୍କର ମୃତ୍ୟୁ ଘଟିିଛି। ସେହିପରି ବାଲିପାଟଣା ବ୍ଲକର ୯୪୨ ଆକ୍ରାନ୍ତଙ୍କ ମଧ୍ୟରୁ ୯୩୦ ସୁସ୍ଥ, ୩ ମୃତ ଏବଂ ୯ଜଣ ସକ୍ରିୟ ରହିଛନ୍ତି। ଭୁବନେଶ୍ୱର ବ୍ଲକର ୧୨୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୬୦ ସୁସ୍ଥ, ୫ ମୃତ ଓ ୮ଜଣ ସକ୍ରିୟ ରହିଛନ୍ତି। ଜଟଣୀ ବ୍ଲକର ୧୩୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୧୦ସୁସ୍ଥ, ୭ମୃତ ଓ ୧୯ ଜଣ ସକ୍ରିୟ ରହିଛନ୍ତି। ଖୋର୍ଦ୍ଧା ବ୍ଲକର ୨୪୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୧୩ ସୁସ୍ଥ, ୧୬ମୃତ ଓ ୪୦ଜଣ ସକ୍ରିୟ ରହିଛନ୍ତି। ବେଗୁନିଆ ବ୍ଲକର ୧୧୪୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩୫ ସୁସ୍ଥ, ୪ ମୃତ ଓ ୧୦ଜଣ ସକ୍ରିୟ ରହିଛନ୍ତି। ବୋଲଗଡ଼ ବ୍ଲକର ୯୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୯୭୬ ସୁସ୍ଥ, ୫ ମୃତ ଓ ୧୩ ଜଣ ସକ୍ରିୟ ରହିଛନ୍ତି। ଟାଙ୍ଗୀ ବ୍ଲକର ୧୨୬୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫୦ ସୁସ୍ଥ, ୪ ମୃତ ଓ ୧୨ଜଣ ସକ୍ରିୟ ରହିଛନ୍ତି। ଚିଲିକା(ବାଲୁଗଁା) ବ୍ଲକର ୧୪୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୯୮ ସୁସ୍ଥ, ୫ ମୃତ ଓ ୭ଜଣ ସକ୍ରିୟ ରହିଛନ୍ତି। ବାଣପୁର ବ୍ଲକର ୧୪୫୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୪୨ ସୁସ୍ଥ, ସକ୍ରିୟ ୩ଜଣ ରହିଥିବା ବେଳେ ୭ଜଣଙ୍କ ମୃତ୍ୟୁ ଘଟିଛି। ବଳକା ଅନ୍ୟ ଜିଲାର ଏଠାରେ ସଂକ୍ରମିତ ଅଛନ୍ତି।

ଦିନକରେ ୪୩୫୯ ଟିକାନେଲେ, ୭୬୨ କୋଭିଡ୍‌ ଟେଷ୍ଟ
ଜିଲାରେ ସୋମବାର ୪୩୫୯ଜଣ ଟିକା ନେଇଛନ୍ତି। ସେହିପରି ୭୬୨ଜଣଙ୍କ କୋଭିଡ୍‌ ଟେଷ୍ଟ କରାଯାଇଛି। ସେଥିରୁ ଆର୍‌ଟି-ପିସିଆର୧୩୨, ଆଣ୍ଟିଜେନ ୬୩୦ ରହିଛି। କୋଭିଡ୍‌ ଗାଇଡଲାଇନ ଉଲ୍ଲଂଘନ ନେଇ ୩୬ ହଜାର ୫୦ଟଙ୍କା ଜରିମାନା ଆଦାୟ କରାଯାଇଛି। ଜିଲାପାଳ ସନତ୍‌ ମହାନ୍ତିି କହିଛନ୍ତି ଯେ, ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା ସଂକ୍ରମିତଙ୍କ ହାର ବଢ଼ିବାରେ ଲାଗିଛି। ସତର୍କ, ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ବିନା ମାସ୍କରେ ଘରୁ ବାହାରନ୍ତୁ ନାହିଁ, କୋଭିଡ୍‌ ଗାଇଡଲାଇନକୁ ପାଳନ କରନ୍ତୁ। ନିଜେ ସୁରକ୍ଷିତ ରହିବା ସହିତ ପରିବାର ମଧ୍ୟ ସୁରକ୍ଷିତ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri