ବ୍ୟାଙ୍କକୁ ମୃତ ଭଉଣୀଙ୍କ କଙ୍କାଳ ଧରି ଯିବା ଘଟଣା: ଭାଇ ଜିତୁ ମଣ୍ଡାଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଟିମ୍‌

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜୁ ଜନତା ଦଳର ଏକ ପ୍ରତିନିଧି ଟିମ୍‌ ବୁଧବାର ମଲ୍ଲୀପଶି ନିକଟସ୍ଥ ଡିଆନାଳି ଗ୍ରାମର ଜିତୁ ମୁଣ୍ଡାଙ୍କୁ ଭେଟିବା ସହିତ ଏପରି ସମ୍ବେଦନଶୀଳ ଓ ସ୍ପର୍ଶକାତର ଘଟଣାରେ ପ୍ରଶାସନ,ପୋଲିସ ଓ ବ୍ୟାଙ୍କ ଅଧିକାରୀଙ୍କୁ ଦାୟୀ କରିଛନ୍ତି। ଏକ ପ୍ରେସ୍‌ ରିପୋର୍ଟରେ ବିଜେଡି ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀ କହିଛନ୍ତି।
କଲରା ମୁଣ୍ଡାଙ୍କ ଜୀବିତ ଅବସ୍ଥାରେ ତାଙ୍କ ଭାଇ ଜିତୁ ମୁଣ୍ଡା ବାରମ୍ବାର ଅର୍ଥ ଉଠାଣ ପାଇଁ ବ୍ୟାଙ୍କକୁ ଦୌଡ଼ି ନିରାଶ ହୋଇଥିବା କଥା ବିଜେଡି ନେତାମାନଙ୍କ ଆଗରେ ପ୍ରକାଶ କରିଛନ୍ତି। ଜିତୁ ମୁଣ୍ଡା ତାଙ୍କ ଭଉଣୀ କଲରା ମୁଣ୍ଡାଙ୍କ କଙ୍କାଳକୁ ବ୍ୟାଙ୍କରୁ ପୁଣି ଆଉ ଥରେ ଡିଆନାଳୀ ପର୍ଯ୍ୟନ୍ତ ନେବା ତାହା ପୁଣି ପୋଲିସର ଉପସ୍ଥିତିରେ ଏହା ଏକ ସଭ୍ୟ ସମାଜ ପାଇଁ କେତେଦୂର ଗ୍ରହଣୀୟ ଏହାର ପ୍ରଶ୍ନ ସରକାରଙ୍କ ନିକଟରେ ବିଜେଡି ରଖିଛି । ବିଜେଡି ପକ୍ଷରୁ ପୋଲିସର ଅମାନବୀୟ କାର୍ଯ୍ୟ ପାଇଁ ନିନ୍ଦା କରାଯାଇଥିବା ସହ ବ୍ୟାଙ୍କର ଆଞ୍ଚଳିକ ପରିଚାଳକଙ୍କ ଦାୟିତ୍ୱହୀନ ମନ୍ତବ୍ୟ ଏକ ରୁଗଣ ମାନସିକତା ବୋଲି ବିଧାୟକ ପ୍ରକାଶ କରିଛନ୍ତି। ଏହାସହ ସ୍ଥାନୀୟ ଅଧିବାସୀ ମଧ୍ୟ ଏହି ଓଡ଼ଶା ଗ୍ରାମ୍ୟ ବ୍ୟାଙ୍କଦ୍ୱାରା ସୁଫଳ ପାଇପାରୁ ନ ଥିବା କଥା ମଧ୍ୟ ଅଭିଯୋଗ କରିଛନ୍ତି ବୋଲି ପାତ୍ର ପ୍ରକାଶ କରିଛନ୍ତି । ବିଜେଡିର ଘଟଣା ଅନୁଧ୍ୟାନକାରୀ ଦଳରେ ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବିଜେଡି ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, କେନ୍ଦୁଝର ଜିଲ୍ଲାପରିଷଦ ସଭାନେତ୍ରୀ ସାଗରିକା ସାହୁ, ପୁର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାୟକ, ଜିଲାପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା, ବୁଦ୍ଧଦେବ ମହାକୁଡ, ଯାଜ୍ଞସେନୀ ମହାନ୍ତ, ସୌଭାଗ୍ୟମଞ୍ଜରୀ ମହାନ୍ତ, ରୁନୁ ମହାନ୍ତ, ଜିଲା ସାଧାରଣ ସମ୍ପାଦକ ପରେଶ ପ୍ରଧାନ, ପ୍ରମୋଦ କୁମାର ଭଞ୍ଜଦେଓ, ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ପୂର୍ବତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରାମରାୟ ମୁନ୍ଦୁୟା, ଉପାଧ୍ୟକ୍ଷ ନାରାୟଣ ପୂର୍ତ୍ତି, ପାଟଣା ଓ ସାହରପଡ଼ା ବ୍ଲକର ବହୁ ସରପଞ୍ଚ ଓ ସମିତି ସଭ୍ୟ ପ୍ରତିନିଧିମଣ୍ଡଳୀରେ ଯୋଗ ଦେଇ ଜିତୁ ମୁଣ୍ଡାଙ୍କୁ ସାନ୍ତ୍ୱନା ଦେବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

ଖେଳ ପଡ଼ିଆରେ ଟ୍ରାକ୍ଟର ଚଳାଇ ଧାନ ତଳି ପକାଇଲେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ-ଉତ୍ତେଜନା

ହାଟଡିହୀ, ୩୦।୭(ଶୁଭକାନ୍ତ ନାୟକ): ସରକାର ଖେଳ ଏବଂ ଶାରୀରିକ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ବଡ଼ରମ୍ପାସ…

କ୍ଷେତପୋଖରୀ ଦୁର୍ନୀତିକୁ ନେଇ ସରପଞ୍ଚ-ସମିତିସଭ୍ୟ ମୁହାଁମୁହିଁ: ହଟ୍ଟଗୋଳ ଯୋଗୁ ଉଠି ଚାଲିଗଲେ…

ଦିଗପହଣ୍ଡି,୩୦|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଗୁରୁବାର ଦିଗପହଣ୍ଡି ବ୍ଲକସ୍ତରୀୟ ଏମଜିଏନଆରଇଜିଏ ଯୋଜନାର ସାମାଜିକ ସମୀକ୍ଷା ଜନଶୁଣାଣି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିଲେ, ଯୁବକଙ୍କୁ ବାନ୍ଧିଲା…

ଦେବଗଡ଼,୩୦ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମରେ ପିସ୍ତଲ ମୁନରେ ଭୟଭୀତ କରି ହତ୍ୟା ଧମକ ଦେଇଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି।…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଦେଖାଳି ଗାଁରେ ସିରିଜ୍ ଚୋରି: ଦୋକାନରୁ ଟଙ୍କା-ଜୋତା ଲୁଟ୍, ଅଞ୍ଚଳରେ ଆତଙ୍କ; ରାତ୍ରିକାଳୀନ ପାଟ୍ରୋଲିଂ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗାଁ ଓ ମୁଖ୍ୟ ରାସ୍ତାକଡ଼ରେ ଥିବା ବିଭିନ୍ନ ଦୋକାନରୁ ବୁଧବାର…

କେରଳକୁ ଦାଦନ ଖଟି ଯାଇଥିଲେ, କୁଅରୁ ଉଦ୍ଧାର ହେଲା ଶ୍ରମିକଙ୍କ ମୃତଦେହ: ଅର୍ଥ ଅଭାବ ଯୋଗୁ ଚିନ୍ତାରେ ପରିବାର

ଦାରିଙ୍ଗବାଡ଼ି,୩୦।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତ କୁନ୍ଦୁପାଙ୍ଗା ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତଦେହକୁ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri