କେନ୍ଦୁଝର

ବିଦ୍ୟାଳୟ ବନ୍ଦ ନ ହେବାକୁ ରାସ୍ତାରେ ବସିଲେ ଛାତ୍ରୀଛାତ୍ର

କେନ୍ଦୁଝର,୨୧ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ କମ୍‌ ଛାତ୍ରୀଛାତ୍ର ପାଠ ପଢୁଥିବା ୧୪ଟି ବିଦ୍ୟାଳୟ ବନ୍ଦ କରାଯାଇ ନିକଟସ୍ଥ ବିଦ୍ୟାଳୟରେ ସଂଲଗ୍ନ କରାଯିବାକୁ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ତେବେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନରସିଂହପୁର ପ୍ରାଥମିକ…

ଇଟାଭାଟି ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ପାଟଣା,୨୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଉପାନ୍ତ ଅଞ୍ଚଳ ମାଛଗଡ଼ ପଞ୍ଚାୟତ ବାଉଁଶନାଳି ଗ୍ରାମରେ ଜେନା ମୁଣ୍ଡାଙ୍କର ଥିବା ଏକ ପୁରଣା ଇଟାଭାଟି ଚୁଲା ଭିତରୁ ଶୁକ୍ରବାର ସକାଳେ ଜଣେ ମହିଳାଙ୍କ ଗଳିତ ମୃତଦେହ ଠାବ ହୋଇଛି। ମୃତକଙ୍କ ପରିଚୟ ଜଣାପଡ଼ି…

ଦୋକାନ ଭିତରକୁ ପଶିଗଲା ଟ୍ରକ: ୨ ମୃତ

କେନ୍ଦୁଝର,୧୮ା୧୧(ସ୍ବ.ପ୍ର.)-ସଦର ଥାନା ଶୁଆକାଠି ପାଟେଶ୍ୱର ମନ୍ଦିର ନିକଟ ବାଂଶପାଳ-କେନ୍ଦୁଝର ରାସ୍ତାରେ ବୁଧବାର ଏକ ଟ୍ରକ ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଯାଇଛି। ଫଳରେ ଦୋକାନ ମାଲିକ ଦୋଳଗୋବିନ୍ଦ ସାହୁ ଓ ଟ୍ରକ ହେଲପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟଣା ପରେ…

ସ୍ବାମୀଙ୍କ ସହ ଝଗଡ଼ା ପରେ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ସ୍ତ୍ରୀ

ପାଟଣା,୧୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିିଲା ପାଟଣା ବ୍ଲକ ଏରେଣ୍ଡେଇ ଗ୍ରାମର ଜଣେ ୪୫ ବର୍ଷୀୟା ମହିଳା ବୁଧବାର ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ରତ୍ନାକର ପାତ୍ରଙ୍କ ସ୍ତ୍ରୀ ଇନ୍ଦୁମତୀ। ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…

ସୁନା ଅଳଙ୍କାର ଲୁଟିନେଲେ ମୁଖାପିନ୍ଧା ଦୁର୍ବୃତ୍ତ

ପାଟଣା,୧୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ କାମେଶ୍ୱରପୁର ଶାସନ ବାଉଁଶଡିହା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ମୁଖାପିନ୍ଧା ୩ ଦୁର୍ବୃତ୍ତ ୨ ଜଣଙ୍କ ଘରୁ ଲୁଟ କରିବା ସହ ପରିବାର ଲୋକଙ୍କୁ ମାଡ଼ ମାରିଛନ୍ତି। ସୂଚନାନୁଯାୟୀ, ରାତିରେ…

ପାଟଣା ବିଧାୟକ ଅସୁସ୍ଥ, ଆଶୁ ଆରୋଗ୍ୟ କଲେ ବିଶିଷ୍ଟ ବ୍ୟକ୍ତି

ପାଟଣା,୧୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ଜଗନ୍ନାଥ ନାଏକ ଗତ ଶନିବାରଠାରୁ ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଧାୟକ ନାଏକ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ବିଧାୟକ ସ୍ବରୂପ ଦାସଙ୍କ ପାଇଁ ନିର୍ବାଚନ ପ୍ରଚାରକରି ଘରକୁ…

ଥାନା ଭିତରେ ଲାଠି, ଗୋଇଠା ମାଡ଼ ମାମଲା: ବିବାଦୀୟ ଥାନାଧିକାରୀଙ୍କୁ ୨ ବର୍ଷ ଥାନା ମନା

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ)/ ପାଟଣା (ସ୍ବ.ପ୍ର.) – କେନ୍ଦୁଝର ଜିଲା ପାଟଣା ଥାନା ଭିତରେ ଅଭିଯୁକ୍ତ ଯୁବକଙ୍କୁ ଲାଠିରେ ନିସ୍ତୁକ ପିଟିବା ସହ ଗୋଇଠା ମାଡ଼ ମାମଲାରେ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୨ବର୍ଷ ଯାଏ ଥାନାର…

ଦୁଇ ଭାଇଙ୍କ ଝଗଡ଼ା ସମାଧାନ କରିବାକୁ ଚାହିଁଥିଲେ ମା’: ହେଲେ ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ଜୀବନ

କେନ୍ଦୁଝର,୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ କୁଣ୍ଢେଇ ଗ୍ରାମରେ ଗୁରୁବାର ରାତିରେ ଅଭାବନୀୟ ଘଟଣା ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ମା’ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ଗୁରେଇ…

ଧର୍ମାନ୍ତରୀକରଣ ରୋକିବା ପାଇଁ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗ୍ରାମବାସୀ

କେନ୍ଦୁଝର,୫ା୧୧(ସ୍ବ.ପ୍ର.): ଧର୍ମାନ୍ତରୀକରଣ ରୋକିବା ପାଇଁ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଡାଳପକା ପଞ୍ଚାୟତର ସୁନାପୋଷୀ ଓ ଗୋପୀନାଥପୁର ଗ୍ରାମର ଅଧିବାସୀମାନେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି। ଧର୍ମାନ୍ତରୀକରଣ ଯୋଗୁ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗ କରି…

ଶିଳ୍ପ ବନ୍ଦ କଥା ସରକାରଙ୍କୁ ଅଜଣା

ଯାଜପୁର ଅଫିସ/ବାଲେଶ୍ୱର ଅଫିସ୍‌/ଅନୁଗୋଳ ଅଫିସ୍‌/ବଲାଙ୍ଗୀର ଅଫିସ୍‌/କେନ୍ଦୁଝର ସ୍ବ.ପ୍ର./ ସୁନ୍ଦରଗଡ଼/ଓଡ଼ାପଡ଼ା, ୫।୧୧(ଡି.ଏନ.ଏ.): ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର କହୁଛନ୍ତି। ଏହି କ୍ରମରେ ରାଜ୍ୟ ଏକକ ବାତାୟନ (ସିଙ୍ଗିଲ୍‌…

କାମ କରୁନି ସୋଲାର ପ୍ରକଳ୍ପ

କେନ୍ଦୁଝର, ୫ା୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଯୋଗୁ ଲୋକ ମାନେ ବହୁ ଅସୁବିଧା ଭୋଗୁଛନ୍ତି। ଏଭଳି ଜିଲା ମୁଖ୍ୟାଳୟ ତଥା ଆଖପାଖ ଗ୍ରାମରେ ସମସ୍ୟା ଦେଖାଦେଉଥିଲେ ହେଁ ସମାଧାନ ହୋଇ ପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।…

ବିକାଶ ଚାହୁଁଛି ମରାଗୁଳା

କେନ୍ଦୁଝର, ୫ା୧୧(ଡି.ଏନ.ଏ.)-ରାଜ୍ୟ ଏବଂ କେନ୍ଦ୍ର ସରକାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏବେ ବି କେନ୍ଦୁଝର ଜିଲାର ଅନେକ ଗାଁରେ ବିକାଶ ଅପହଞ୍ଚ ହୋଇ ରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri