ଯାଜପୁର ଅଫିସ/ବାଲେଶ୍ୱର ଅଫିସ୍‌/ଅନୁଗୋଳ ଅଫିସ୍‌/ବଲାଙ୍ଗୀର ଅଫିସ୍‌/କେନ୍ଦୁଝର ସ୍ବ.ପ୍ର./ ସୁନ୍ଦରଗଡ଼/ଓଡ଼ାପଡ଼ା, ୫।୧୧(ଡି.ଏନ.ଏ.): ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର କହୁଛନ୍ତି। ଏହି କ୍ରମରେ ରାଜ୍ୟ ଏକକ ବାତାୟନ (ସିଙ୍ଗିଲ୍‌ ଓ୍ବିଣ୍ଡୋ) ବ୍ୟବସ୍ଥା ମାଧ୍ୟମରେ ୨୦୧୫ରୁ ୨୦୨୦ ସେପ୍ଟେମ୍ବର ସୁଦ୍ଧା ବିଭିନ୍ନ ବର୍ଗର ୨୩୯ ବୃହତ୍‌ ଶିଳ୍ପ ପ୍ରତିଷ୍ଠା ପାଇଁ ୪,୮୩,୬୫୭.୮୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ସେଥିମଧ୍ୟରେ ସିମେଣ୍ଟ, ଷ୍ଟିଲ୍‌, ଆଲୁମିନିୟମ, ଷ୍ଟିଲ୍‌ ଓ ଆଲୁମିନିୟମ ଡାଉନଷ୍ଟ୍ରିମ୍‌, ପ୍ଲାଷ୍ଟିକ, ଟୁରିଜମ୍‌, ପାୱାର, ପେଟ୍ରୋ କେମିକାଲ୍ସ, ଇନ୍‌ଫ୍ରାଷ୍ଟ୍ରକ୍ଚର, କେମିକାଲ୍ସ ଆଦି ବର୍ଗର ଶିଳ୍ପ ରହିଛି। ହେଲେ ୨୩୯ ଶିଳ୍ପ ମଧ୍ୟରୁ ଅଦ୍ୟାବଧି ମାତ୍ର ୧୪ଟି ଉତ୍ପାଦନକ୍ଷମ ହୋଇପାରିଛି। ଶିଳ୍ପ କାର୍ଯ୍ୟକ୍ଷମ ହେବାରେ ଏଭଳି ନୈରାଶ୍ୟଜନକ ଅଗ୍ରଗତି ଚିନ୍ତାଜନକ ଥିବାବେଳେ କେତେକ ବୃହତ୍‌ ଶିଳ୍ପ ବନ୍ଦ ହୋଇଯାଇଥିଲେ ମଧ୍ୟ ତାହା ସରକାରଙ୍କୁ ଅଜଣା। ଏପରି କି ବହୁ ସଂଖ୍ୟକ ଲୋକ ନିଯୁକ୍ତି ହରାଇଥିଲେ ମଧ୍ୟ ସେ ସମ୍ପର୍କରେ ସରକାରଙ୍କ ପାଖରେ ତଥ୍ୟ ରହୁନି, ଯାହାକି ଗତ ବିଧାନସଭା ଅଧିବେଶନରେ ହୋଇଥିବା ପ୍ରଶ୍ନୋତ୍ତରରୁ ଜଣାପଡ଼ୁଛି।
ବିଧାନସଭାରେ ବିଧାୟକ ମୋହନଚରଣ ମାଝିଙ୍କ ଅଣତାରକା ପ୍ରଶ୍ନ (ନଂ.୩୪୮)ରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତ୍ତର ଦେଇଥିଲେ ଯେ, ୫ ବର୍ଷ ମଧ୍ୟରେ ୮ଟି ଶିଳ୍ପର ଉତ୍ପାଦନ ବନ୍ଦ ରହିଛି। କିନ୍ତୁ ଯାଜପୁର ଜିଲାର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଲିଃ ୮ମାସ, ମୈଥାନ ଇସ୍ପାତ ୨ବର୍ଷ ଏବଂ ମେସ୍କୋ ଷ୍ଟିଲ୍‌ ପ୍ରାୟ ୧ ବର୍ଷ ହେଲା ବନ୍ଦ ରହିଥିଲେ ମଧ୍ୟ ତାହା ମନ୍ତ୍ରୀଙ୍କ ଲିଖିତ ଉତ୍ତରରେ ଉଲ୍ଲେଖ ନାହିଁ। ଏହି ୩ ବୃହତ୍‌ ଶିଳ୍ପ ବନ୍ଦ ହେବା ଯୋଗୁ ପ୍ରାୟ ୧୦ ହଜାର କର୍ମଚାରୀ ଓ ଶ୍ରମିକଙ୍କ ଜୀବିକା ଯାଇଛି। କେବଳ ଯାଜପୁର ନୁହେଁ, କେନ୍ଦୁଝର, ବାଲେଶ୍ୱର, ଅନୁଗୋଳ, ବଲାଙ୍ଗୀର, ସୁନ୍ଦରଗଡ଼ ଆଦି ବହୁ ଜିଲାରେ ଗତ ୫ ବର୍ଷ ମଧ୍ୟରେ ଅନେକ ବୃହତ୍‌, ମଧ୍ୟମ ଶିଳ୍ପ ବନ୍ଦ ହେବା ସହ ବହୁ ଲୋକ ନିଯୁକ୍ତି ହରାଇଛନ୍ତି। ହେଲେ କେଉଁ କାରଣରୁ ମନ୍ତ୍ରୀଙ୍କ ଉତ୍ତରରେ ଏସବୁକୁ ଲୁଚାଯାଇଛି ତାହା ତଦନ୍ତ ସାପେକ୍ଷ ବୋଲି ବିଭିନ୍ନ ଶ୍ରମିକ ଓ କର୍ମଚାରୀ ସଂଘ ପକ୍ଷରୁୁ ଦାବି ହେଉଛି।
ବିଧାୟକ ମାଝିଙ୍କ ଉକ୍ତ ପ୍ରଶ୍ନରେ ଶିଳ୍ପ ସମ୍ପୂର୍ଣ୍ଣ ଓ ଆଂଶିକ ବନ୍ଦ ଯୋଗୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ କେତେ ଶ୍ରମିକ, କର୍ମଚାରୀ ନିଯୁକ୍ତି ହରାଇଛନ୍ତି ସେ ସମ୍ପର୍କରେ ମନ୍ତ୍ରୀ କୌଣସି ଉତ୍ତର ରଖି ପାରିନାହାନ୍ତି। ଅପରପକ୍ଷରେ ଗତ ୫ ବର୍ଷ ମଧ୍ୟରେ କେବଳ ଯାଜପୁର ଜିଲାରେ ୨୩,୯୩୦ ଜଣ ଠିକା ଶ୍ରମିକ ଓ କର୍ମଚାରୀ ନିଯୁକ୍ତି ହରାଇଥିବା କଳିଙ୍ଗନଗର ଅତିରିକ୍ତ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟରୁ ଜଣାପଡିଛି। ସେହିପରି ବାଲେଶ୍ୱର ଜିଲାରେ ୨୦୧୯-୨୦ ସୁଦ୍ଧା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂଖ୍ୟା ୨୭୬୨ ଏବଂ ବୃହତ୍‌ ଶିଳ୍ପ ୭ଟି ରହିଥିଲା। ୨୭୬୨ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମଧ୍ୟରୁ ୨୬୮ଟି ବନ୍ଦ ହୋଇପଡ଼ିଛି। ଜିଲା ଶିଳ୍ପ କେନ୍ଦ୍ର ଅଫିସ୍‌ ରିପୋର୍ଟ ଅନୁସାରେ ମୋଟ୍‌ ଶିଳ୍ପଗୁଡ଼ିକରେ ୩୨ହଜାର୧୫୦ଜଣ ଶ୍ରମିକ ନିଯୁକ୍ତି ପାଇଛନ୍ତି। ସେଥିମଧ୍ୟରୁ ଅଗଷ୍ଟ ସୁଦ୍ଧା ୩୦ହଜାର ୪୪୭ଜଣ କାର୍ଯ୍ୟରେ ଯୋଗଦେଇଥିବା ବେଳେ ୧୬୬୩ ଶ୍ରମିକ ନିଯୁକ୍ତି ହରାଇଥିବାର ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲା କିରେଇଠାରେ ଥିବା ସୂତାକଳ ଗତ ୫ ବର୍ଷ ହେଲା ବନ୍ଦ ହୋଇ ପଡିଛି। ଫଳରେ ୪୭୮ଜଣ କର୍ମଚାରୀ ଜୀବିକା ହରାଇଛନ୍ତି। ସେମାନଙ୍କୁ ବକେୟା ଦରମା ମଧ୍ୟ ମିଳିନାହିଁ। ସେହିପରି କୁଆଁରମୁଣ୍ଡାଠାରେ ଥିବା ଆଧୁନିକ ମେଟାଲିକ୍ସ ପ୍ରାୟ ଅଢ଼େଇ ବର୍ଷ ବନ୍ଦ ରହିବା ପରେ କିଛିଦିନ ତଳେ ଖୋଲିଛି। ହେଲେ ସମସ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ମିଳିନାହିଁ। ଅନୁଗୋଳ ଜିଲାରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ମିଶାଇ ମୋଟ୍‌ ୧,୧୯୨ଟି ସଂସ୍ଥା ପଞ୍ଜୀକରଣ କରିଛନ୍ତି। ତେବେ ସେଥିମଧ୍ୟରେ ପାଖାପାଖି ୨୫୦ଟି ଶିଳ୍ପ କୌଣସି ନା କୌଣସି କାରଣରୁ ବନ୍ଦ ହୋଇଯାଇଛି। ଅନୁଗୋଳ ସହର, କାଙ୍ଗୁଲା ଓ ତାଳଚେରରେ ୫୧ଟି କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପାଇଁ ଇଡ୍‌କୋ ପକ୍ଷରୁ ଜାଗା ଯୋଗାଇ ଦିଆଯାଇଥିବା ବେଳେ ୧୫ଟି ଶିଳ୍ପ ସଂସ୍ଥାରେ ତାଲା ଝୁଲିସାରିଲାଣି। କେବଳ କାଙ୍ଗୁଲାରେ ଥିବା ୬ଟି ଶିଳ୍ପରୁ ୩ବର୍ଷ ତଳେ ୨ଟି ବନ୍ଦ ହୋଇଯାଇଛି। ତାଳଚେରରେ ନବଭାରତ ସହ ୨୦ଟି ଶିଳ୍ପ ମଧ୍ୟରୁ ୮ଟି ବନ୍ଦ ହୋଇସାରିଛି। ଅନୁଗୋଳ ସହରାଞ୍ଚଳରେ ଥିବା ୨୫ଟିରୁ ୫ଟି ଶିଳ୍ପ ବନ୍ଦ ହୋଇଥିବା ସୂଚନା ମିଳିଛି। ବଲାଙ୍ଗୀର ଜିଲା ଦେଓଗଁ।ସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳ, ସଇଁତଳାର ପ୍ଳାଏଉଡ୍‌ କାରଖାନା, ବଙ୍ଗୋମୁଣ୍ଡା ସିମେଣ୍ଟ କାରଖାନା, ବଲାଙ୍ଗୀର ଓ ଟିଟିଲାଗଡ ଅଞ୍ଚଳରେ ଥିବା ୮ଟି ଗ୍ରାନାଇଟ୍‌ କଟିଂ ଓ ପଲିସିଂ ୟୁନିଟ୍‌ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କେନ୍ଦୁଝର ଜିଲା ଶିଳ୍ପ କେନ୍ଦ୍ରରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, ବନ୍ଦ ଥିବା ଶିଳ୍ପ ମଧ୍ୟରୁ ଓଡ଼ିଶା ସ୍ପଞ୍ଜ ଆଇରନ ଲିଃ କାରଖାନାରେ ୬୧୫ ଶ୍ରମିକ କାମ କରୁଥିଲେ। ସେହିପରି କଳିଙ୍ଗ ଆଇରନ ଓ୍ବାକର୍‌ସରେ ୧୪୬୩ ଜଣ, ଦୀପକ ଷ୍ଟିଲ ଆଣ୍ଡ ପାଓ୍ବାର ଲିଃରେ ୧୨୯, ଶ୍ରୀଗଣେଶ ସ୍ପଞ୍ଜ ଆଇରନ ଲିଃରେ ୧୦୦, ଶେଷାଗୋଆ ଲିମିଟେଡ ଏଣ୍ଟରପ୍ରାଇଜର୍ସରେ ୧୨୭, ଇଷ୍ଟ ଇଣ୍ଡିଆ ମିନେରାଲ୍ସରେ ୨୧୨, ଆଦିତ୍ୟ ସ୍ପଞ୍ଜ ଆଣ୍ଡ ପାଓ୍ବାର ପ୍ରାଇଭେଟ ଲିମିଟେଡରେ ୧୪୦, ଶ୍ରୀଜଗନ୍ନାଥ ମେଟାଲିକ୍ସ ଲିଃରେ ୧୦୦, କୁସୁମ ପାଓ୍ବାରମେଟ୍‌ ପ୍ରାଇଭେଟ ଲିମିଟେଡ୍‌ରେ ୧୦୦, ବାଂଶପାଣି ଆଇରନ ଲିମିଟେଡରେ ୩୬, ଓଏମ୍‌ଡିସି ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ୬୫, ଦୀପକ ଷ୍ଟିଲ ପାଓ୍ବାର ଲିମିଟେଡରେ ୫୪ ଜଣ ଶ୍ରମିକ ଓ କର୍ମଚାରୀ କାମ କରୁଥିଲେ। ତେବେ ପ୍ରଶାସନ ପକ୍ଷରୁ ଦର୍ଶାଯାଉଥିବା ସଂଖ୍ୟାଠାରୁ ଅଧିକ ସଂଖ୍ୟାରେ କାରଖାନା ବନ୍ଦ ହୋଇଯାଇଛି। ସେହିପରି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରୋଜଗାର ହରାଇଥିବା ଶ୍ରମିକ ଓ କର୍ମଚାରୀଙ୍କ ସଂଖ୍ୟା ବହୁ ଅଧିକ ହେବ ବୋଲି ସିଟୁ ଜେନେରାଲ ସେକ୍ରେଟାରି ଇନ୍ଦ୍ରମଣି ବେହେରା କହିଛନ୍ତି।
ଲୋକଙ୍କୁ ବିକାଶର ନାନା ପ୍ରତିଶ୍ରୁତି ଦିଆଯାଇ ଘରୋଇ ପୁଞ୍ଜି ନିବେଶରେ ବହୁ ଶିଳ୍ପ ଗଢ଼ି ଉଠିଛି। ହେଲେ ସବୁ ପ୍ରତିଶ୍ରୁତି କଥାରେ ରହିଗଲା। ସ୍ଥାନୀୟ ଚାକିରି ତ ଦୂରର କଥା, ଅସ୍ଥାୟୀ ଠିକା ସଂସ୍ଥାରେ ଦିନ ମଜୁରିଆ କାର୍ଯ୍ୟ ପାଇଁ ବି ଏବେ ରାଜ୍ୟ ବାହାର ଲୋକଙ୍କୁ ଅଗ୍ରାଧିକାର ମିଳୁଛି । ଯେଉଁ କିଛି ଲୋକ ଜମିବାଡି, ଘରଦ୍ୱାର ହରାଇ କାରଖାନାରେ ଚାକିରି କରୁଛନ୍ତି ତାହା ମଧ୍ୟ ସ୍ଥାୟୀ ନୁହେଁ । ତଥାପି ନିଯୁକ୍ତି ଏବଂ ଅଞ୍ଚଳର ଆର୍ଥିକ ଅବସ୍ଥାର ଉନ୍ନତି ଆଶାରେ ଲୋକେ ଶିଳ୍ପ କାରଖାନାକୁ ସ୍ବାଗତ କରୁଛନ୍ତି। ବିଧାନସଭାର ଉତ୍ତର ଅନୁଯାୟୀ ଝାରସୁଗୁଡା ଜିଲାର ଆକ୍ସନ ଇସ୍ପାତ ଓ ପାୱାର ଲିଃ, ଜୈନ ଷ୍ଟିଲ ଓ ପାୱାର ଲିଃ ଏବଂ ଏମ୍‌ଏସ୍‌ପି ମେଟାଲିକ୍ସ ଲିଃ, କେନ୍ଦୁଝର ଜିଲାର ଦୀପକ ଷ୍ଟିଲ ଓ ପାୱାର ଏବଂ ଓଡ଼ିଶା ସ୍ପଞ୍ଜ ଆଇରନ ଓ ଷ୍ଟିଲ ଲିଃ, କଟକ ଜିଲାର ମହେଶ୍ୱରୀ ଇସ୍ପାତ ଲିଃ, ସମ୍ବଲପୁର ଜିଲାର ରାଠି ଷ୍ଟିଲ ଓ ପାୱାର ଓ ମା’ ସମଲେଶ୍ୱରୀ ଇଣ୍ଡଷ୍ଟ୍ରିଜ ବନ୍ଦ ଥିବା ସୂଚନା ରହିଛି। କିନ୍ତୁ ବାସ୍ତବରେ ବନ୍ଦ ଶିଳ୍ପ ସମ୍ପର୍କରେ ଏହି ତଥ୍ୟ ଅତ୍ୟନ୍ତ ନଗଣ୍ୟ। ଏଥିରୁ ବୃହତ୍‌ ଓ ମଧ୍ୟମ ଶିଳ୍ପର ସ୍ଥିତି ଏବଂ ଅଗ୍ରଗତି ସମ୍ପର୍କରେ ସରକାର କେତେ ସଚେତନ ଅଛନ୍ତି ତାହା ସ୍ପଷ୍ଟ ହୋଇଯାଉଛି।
ସରକାରଙ୍କ ପାଖରେ ଯେଭଳି ବନ୍ଦ ଶିଳ୍ପ ସମ୍ପର୍କରେ ସବିଶେଷ ତଥ୍ୟ ନାହିଁ, ସେଭଳି ତ୍ରୁଟିପୂର୍ଣ୍ଣ ଶିଳ୍ପନୀତି ଅନେକ ଶିଳ୍ପସଂସ୍ଥାକୁ ବିଭିନ୍ନ ଜିଲାରୁ ମୁହଁ ଫେରାର ନେବା ପାଇଁ ବାଧ୍ୟ କରୁଛି, ଯାହାର ଉଦାହରଣ ହେଉଛି ଢେଙ୍କାନାଳ ଜିଲା। ଏହି ଜିଲାରେ ୨୦୦୫ରୁ ୨୦୧୪ ମଧ୍ୟରେ ବହୁ ଉତ୍ପାଦନକ୍ଷମ ଶିଳ୍ପ ବନ୍ଦ ହୋଇଯାଇଛି। ସେଥିମଧ୍ୟରେ ରହିଛି ଗୋବିନ୍ଦପୁରସ୍ଥିତ କଳିଙ୍ଗ ସୂତାକଳ, ଗୁଣ୍ଡିଚାପଡ଼ା ଶିଳ୍ପାଞ୍ଚଳରେ ଥିବା ଇପି ଷ୍ଟିଲ୍‌ ଲିମିଟେଡ୍‌, ନୀଳାଚଳ ରିଫ୍ରାକ୍ଟୋରିଜ୍‌ ଲିମିଟେଡ୍‌, ଶିବାନନ୍ଦ ଫେରୋଆଲଏଜ୍‌, ମେରାମଣ୍ଡଳୀ ଅଞ୍ଚଳରେ ଥିବା ମଙ୍ଗିଲାଲ୍‌ ରୁଙ୍ଗ୍‌ଟା, ସାମଲ ମେଟାଲିକ୍ସ, ପରଜଙ୍ଗସ୍ଥିତ ରାଣା ସ୍ପଞ୍ଜ ଆଦି କମ୍ପାନୀ। ଏହାର ପ୍ରଭାବରେ ୨୦୧୪ ପରବର୍ତ୍ତୀ ସମୟରେ ଗୋଟିଏ ବି ଶିଳ୍ପସଂସ୍ଥା ଜିଲା ମୁହଁ। ହୋଇ ନ ଥିବାବେଳେ ଓଲଟି ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶିଳ୍ପନୀତି ଯୋଗୁ ସ୍ଥାପିତ ହୋଇଥିବା କମ୍ପାନୀଗୁଡ଼ିକ ରୁଗ୍‌ଣ ହୋଇପଡ଼ିଛି। ଅନ୍ୟପକ୍ଷେ ନିର୍ଦ୍ଦିଷ୍ଟ ଭାବେ ଜମି ଦଖଲ ମିଳି ନ ଥିବାରୁ ଯାଜପୁର ଜିଲା କଳିଙ୍ଗନଗରର ୩୬ଟି ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିଜ୍‌ (ଏସ୍‌ଏସ୍‌ଆଇ) ନିର୍ମାଣ କାର୍ଯ୍ୟ ଅଟକି ରହିଛି। ଏହାବାଦ ପ୍ରସ୍ତାବିତ ଏସ୍‌ଏସ୍‌ଆଇ କାର୍ଯ୍ୟ ଆରମ୍ଭ ପାଇଁ ରାସ୍ତା, ଡ୍ରେନେଜ୍‌, ବିଦ୍ୟୁତ୍‌, ପାଣି ଯୋଗାଣ ଇତ୍ୟାଦି ପ୍ରମୁଖ ସୁବିଧା ମିଳି ନ ଥିବାରୁ ଡାଉନଷ୍ଟ୍ରିମ ଶିଳ୍ପର ଅଗ୍ରଗତି ଏକ ପ୍ରକାର ସ୍ଥାଣୁ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?