ବିକାଶ ଚାହୁଁଛି ମରାଗୁଳା

କେନ୍ଦୁଝର, ୫ା୧୧(ଡି.ଏନ.ଏ.)-ରାଜ୍ୟ ଏବଂ କେନ୍ଦ୍ର ସରକାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏବେ ବି କେନ୍ଦୁଝର ଜିଲାର ଅନେକ ଗାଁରେ ବିକାଶ ଅପହଞ୍ଚ ହୋଇ ରହିଛି। ଏହିପରି ଏକ ଗାଁ ହେଉଛି ହରିଚନ୍ଦନପୁର ବ୍ଲକ ପିଠାଗୋଳା ପଞ୍ଚାୟତ ମରାଗୁଳା ଗାଁ। ସ୍ବାଧୀନତାର ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଅଞ୍ଚଳବାସୀ ସବୁ ପ୍ରକାର ମୌଳିକ ସୁବିଧାରୁ ବଞ୍ଚତ୍ତ। ଶିକ୍ଷା,ସ୍ବାସ୍ଥ୍ୟ ଓ ଗମନାଗମନ ଏବେ ବି ସେମାନଙ୍କ ପାଇଁ ସାତସପନ। ଏହି ଦୁର୍ଗମ ଗାଁକୁ ରାସ୍ତା ନାହିଁ କି ବିଦ୍ୟୁତ୍‌ ନାହିଁ। ରାସ୍ତା ଘାଟ ନ ଥିବାରୁ ସ୍ବାସ୍ଥ୍ୟ ସେବା ପାଇଁ ଲୋକଙ୍କୁ ଚାଲି ଚାଲି ମେଡିକାଲ ଯିବାକୁ ପଡୁଛି। ଗର୍ଭବତୀ ମହିଳା ଏବଂ ଗୁରୁତର ରୋଗୀଙ୍କୁ ଭାରରେ ବୋହି ମେଡିକାଲ ଅଣାଯାଉଛି।
ଏହି ଗାଁକୁ ଯିବାକୁ ହେଲେ ପଥୁରିଆ ଓ ପାଦଚଲା ରାସ୍ତା ହିଁ ଏକମାତ୍ର ଭରସା। ଜରୁରୀକାଳୀନ ସେବା ପାଇବା ଏକ ପ୍ରକାର ଅସମ୍ଭବ ହୋଇପଡିଛି। ବର୍ଷା ଦିନ କଥା ନ କହିଲେ ଭଲ। ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ବର୍ଷା ହେଲେ ନାଳଗୁଡିକ ପାଣିରେ ଭରି ଯାଇ ପ୍ରଖରସ୍ରୋତ ହୋଇଥାଏ। ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୪ଟି ନାଳକୁ ଡେଇଁ ଅନ୍ୟ ଗ୍ରାମକୁ ଯିବାକୁ ହୋଇଥାଏ। ମରାଗୁଳା ଗାଁରେ ୬୦ ଜୁଆଙ୍ଗ ପରିବାର ରହିଥିବାବେଳେ କୌଣସି କାର୍ଯ୍ୟରେ ଗାଁରୁ ବାହାରକୁ ଗଲେ ତାଙ୍କୁ ଏହି ନାଳ ପାର ହୋଇ ପଳାଶପାଳ ପାଖକୁ ଆସି ମୁଖ୍ୟ ରାସ୍ତା ଧରିବାକୁ ହୋଇଥାଏ।

ଦୁଃଖର କଥା ଏହି ଗାଁ ପାଇଁ ସବୁଠୁ ବିପଦ ସୃଷ୍ଟି କରିଥାଏ ମୂଷଳ ନଦୀ। ଯେତେବେଳେ ମୂଷଳ ନଦୀରେ ପାଣି ଆସିଥାଏ ସେତେବେଳେ ତା’ର ରୂପ ଭୟଙ୍କର ହୋଇଥାଏ। ଅତି ଆବଶ୍ୟକ କାମ ପଡ଼ିଲେ ଗାଁ ଲୋକ ଜୀବନକୁ ବାଜି ଲଗାଇ ନାଳ ଅତିକ୍ରମ କରି ଯାତାୟତ କରିଥାନ୍ତି। ପିଡିଏସ ସାମଗ୍ରୀ ଆଣିବାକୁ ହେଲେ ପାହାଡ଼ ତଳକୁ ଚାଲି ଚାଲି ୩ କି.ମି. ଦୂର ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼ିଥାଏ। ମରାଗୁଳା ଗାଁକୁ ସବୁଦିନିଆ ଯାତାୟାତ ପାଇଁ ରାସ୍ତା କରିବାକୁ ଦାବି ହେଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଏମାନେ ସ୍ବାସ୍ଥ୍ୟ ସେବା ପାଇଁ ୨୦ କି.ମି. ଦୂର ହରିଚନ୍ଦନପୁର ଡାକ୍ତରଖାନା ଉପରେ ନିର୍ଭରଶୀଳ।

 

ଗାଁରେ ଗୋଟିଏମାତ୍ର ନଳକୂପ ପିଇବା ଅନୁପଯୋଗୀ ହୋଇଥିବାରୁ ଚୂଆରୁ ପାଣି ସଂଗ୍ରହ କରି ପିଇଥାନ୍ତି। ଆଜି ପର୍ଯ୍ୟନ୍ତ ମୋବାଇଲ ସେବା ପାଇନାହାନ୍ତି। ମୂଷଳ ନଦୀ ଓ ଅନ୍ୟ ୩ଟି ନାଳରେ ପୋଲ ନିର୍ମାଣ ହେଲେ ମରାଗୁଳାବାସୀ ନିବେଦନ କରିଛନ୍ତି। ଏବାବଦରେ ହରିଚନ୍ଦନପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ ଜେନାଙ୍କୁ ପଚାରିବାରୁ ହରିଚନ୍ଦନପୁର ବ୍ଲକରେ ସେ ନୂତନ ଭାବେ ଯୋଗ ଦେଇଛନ୍ତି, ଅଳ୍ପଦିନ ମଧ୍ୟରେ ମରାଗୁଳା ଗଁା ପରିଦର୍ଶନରେ ଯାଇ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?