କାମ କରୁନି ସୋଲାର ପ୍ରକଳ୍ପ

କେନ୍ଦୁଝର, ୫ା୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଯୋଗୁ ଲୋକ ମାନେ ବହୁ ଅସୁବିଧା ଭୋଗୁଛନ୍ତି। ଏଭଳି ଜିଲା ମୁଖ୍ୟାଳୟ ତଥା ଆଖପାଖ ଗ୍ରାମରେ ସମସ୍ୟା ଦେଖାଦେଉଥିଲେ ହେଁ ସମାଧାନ ହୋଇ ପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।
କେନ୍ଦୁଝର ସହରକୁ ଲାଗି ଥିବା ମଣ୍ଡୁଆ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ସୋଲାର ଜଳଯୋଗାଣ ପ୍ରକଳ୍ପ ବସା ଯାଇଛି। ନଳକୂପରୁ ପମ୍ପ ଦ୍ୱାରା ଭୂତ୍ତଳ ଜଳ ଉଠାଯାଇ ଓଭରହେଡ ଟାଙ୍କିକୁ ବୁହାଯାଏ। ସେଠାରୁ ଷ୍ଟାଣ୍ଡ ପଏଣ୍ଟକୁ ପାଣି ଛଡାଯାଇଥାଏ। ବିଦ୍ୟୁତ୍‌ ସମସ୍ୟାକୁ ମୁକାବିଲା କରିବା ପାଇଁ ସୋଲାର ସିଷ୍ଟମରେ ପାଣି ଉଠାଯାଇଥାଏ। କିନ୍ତୁ ସୋଲାର ପ୍ଲେଟ ଠିକ ଭାବରେ ସୂର୍ଯ୍ୟାଲୋକ ଗ୍ରହଣ କରି ବିଦ୍ୟୁତ ସୃଷ୍ଟି କରିପାରୁ ନ ଥିବାରୁ ଜଳଯୋଗାଣ ବ୍ୟାହତ ହେଉଛି। ଉକ୍ତ ପ୍ରକଳ୍ପ ଉପରେ ଶତାଧିକ ପରିବାର ନିର୍ଭରଶୀଳ। ଦିନ ୧୦/୧୧ ଟାରେ ସୋଲାର ପ୍ୟାନେଲ ଗରମ ହେଲେ ସିଷ୍ଟମ କାର୍ଯ୍ୟ କରିଥାଏ ଓ ପାଣି ବାହାରିଥାଏ। ସୋଲାର ପ୍ୟାନେଲ ବଦଳା ଯାଉନାହିଁ କିମ୍ବା ସଜଡା ଯାଉନାହିଁ। ଏଣୁ ଲୋକ ମାନଙ୍କୁ ଘଣ୍ଟା ଘଣ୍ଟା ଧରି ଷ୍ଟାଣ୍ଡ ପଏଣ୍ଟ ପାଖରେ ପାଣି ପାଇଁ ଅପେକ୍ଷା କରିବାକୁ ପଡୁଛି। ନଚେତ ହ୍ୟାଣ୍ଡପମ୍ପରୁ ପାଣି ବାହାର କରିବାକୁ ପଡୁଛି। ଅନେକ ସମୟରେ ପାଣି ବାହାରିଲେ ଭିଡ ଜମିଥାଏ ଏବଂ ପାଣିପାଇଁ ଝଗଡ଼ା ହୋଇଥାଏ ବୋଲି ସ୍ଥାନୀୟ ଓ୍ବାର୍ଡ ମେମ୍ବର କୌଶଲ୍ୟା ଦେହୁରୀ କହିଛନ୍ତି। ମେଘୁଆ ପାଗ ହେଲେ ବା ବର୍ଷା ଦିନରେ ପାଣି ସମସ୍ୟା ନ କହିବା ଭଲ ବୋଲି ଗ୍ରାମବାସୀ କହିଛନ୍ତି। ପାଇପ ଦ୍ୱାରା ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ସେହିପରି କେତେବେଳେ ତାର ଚୋରି ତ କେତେବେଳେ ଟ୍ୟାପ ଚୋରି ଯୋଗୁ ଜଳ ଯୋଗାଣରେ ସମସ୍ୟା ଦେଖାଦେଇଥାଏ। ଅଭିଯୋଗ କଲେ ପଞ୍ଚାୟତରୁ ଆସି ସଜାଡ଼ୁଛନ୍ତି କିନ୍ତୁ ସମସ୍ୟାର ସ୍ଥାୟୀ ସମାଧାନ ହେଉନାହିଁ। ୪ଟି ଟ୍ୟାପ୍‌ରୁ ଗୋଟିଏ କାମ କରୁଛି ବୋଲି କହିଛନ୍ତି। ଅନେକ ସ୍ଥାନରେ ସୋଲାର ପ୍ୟାନେଲ, ପାଇପ୍‌ ଆଦି ଖରାପ ହୋଇଯାଉଥିବା ବେଳେ ପମ୍ପ ଖରାପ ହୋଉଥିବାରୁ ଜଳ ଯୋଗାଣ ବ୍ୟାହତ ହେଉଛି। ତେବେ ଦିନ ଦିନ ଧରି ସଜଡା ଯାଉନଥିବାରୁ ଲୋକ ମାନେ ବହୁ ଅସୁବିଧା ଭୋଗୁଛନ୍ତି। ଏଣୁ ଏ ଦିଗରେ ଜଳ ଯୋଗାଣ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri