ଧର୍ମାନ୍ତରୀକରଣ ରୋକିବା ପାଇଁ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗ୍ରାମବାସୀ

କେନ୍ଦୁଝର,୫ା୧୧(ସ୍ବ.ପ୍ର.): ଧର୍ମାନ୍ତରୀକରଣ ରୋକିବା ପାଇଁ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଡାଳପକା ପଞ୍ଚାୟତର ସୁନାପୋଷୀ ଓ ଗୋପୀନାଥପୁର ଗ୍ରାମର ଅଧିବାସୀମାନେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି। ଧର୍ମାନ୍ତରୀକରଣ ଯୋଗୁ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗ କରି ଗ୍ରାମରେ ଶାନ୍ତି ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ସରଳ ଆଦିବାସୀ ଶ୍ରେଣୀର ଲୋକଙ୍କୁ ଟଙ୍କାର ପ୍ରଲୋଭନ ଓ ଔଷଧ ଦ୍ୱାରା ରୋଗ ଭଲ କରିବାର ପ୍ରତିଶ୍ରୁତି ଦେଇ ଏଭଳି ଧର୍ମାନ୍ତରୀକରଣ କରାଯାଉଥିବା ଉଭୟ ଗ୍ରାମର ଅଧିବାସୀମାନେ ଲିଖିତ ଅଭିଯୋଗ କରିଛନ୍ତି। ଏହି ବେଆଇନ ଧର୍ମାନ୍ତରୀକରଣ ବନ୍ଦ ସହ ଏହି କାର୍ଯ୍ୟରେ ଲିପ୍ତ ଧର୍ମପ୍ରଚାରକମାନଙ୍କୁ ଚିହ୍ନଟ କରି ଧରପଗଡ଼ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ସେହିପରି ଧର୍ମ ପରିବର୍ତ୍ତନ କରିଥିବା ଲୋକଙ୍କ ଚିହ୍ନଟ କରିବାକୁ ସେମାନେ ଦାବି କରି ଜିଲାପାଳଙ୍କୁ ପୃଥକ୍‌ ଦୁଇଟି ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ସୁନାପୋଷୀ ଗ୍ରାମର ମୁଖିଆ କାଳୁ ହାଁସଦା ଓ ଗୋପୀନାଥପୁର ଗ୍ରାମର ମୁଖିଆ ଚନ୍ଦ୍ର ଶେଖର ମାଝିଙ୍କ ନେତୃତ୍ୱରେ ଉଭୟ ଗ୍ରାମର ଅଧିବାସୀମାନେ ଦୀର୍ଘ ପ୍ରାୟ ୬୦ କିମି ଦୂର ଅତିକ୍ରମ କରି ଏହି ୫ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଧରାବତରଣ କରିବେ ମା’ ଲକ୍ଷ୍ମୀ: ସଜେଇ ହୋଇଛି ୨୯ ମଣ୍ଡପ

ଅନୁଗୋଳ ଅଫିସ, ୧୩ା୧୦ – ଧରାବତରଣ କରିବେ ମା ଲକ୍ଷ୍ମୀ। ଏ ନେଇ ଅନୁଗୋଳ ସହର ସଜେଇ ହୋଇଛି। ରବିବାରଠାରୁ ମା’ଙ୍କ ପୂଜା ଆରମ୍ଭ ହେବ।...

ଅନୁଗୋଳ ଜିଲାରେ ବଢ଼ୁଛି ସଂକ୍ରମଣ: ୯ ଶିଳ୍ପ ସଂସ୍ଥାକୁ ଚିଠି ଲେଖିଲେ ଜିଲାପାଳ

ଅନୁଗୋଳ ଅଫିସ/ ବଅଁରପାଳ, ୫ା୭- ଅନୁଗୋଳ ଜିଲାରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରୁ ଏବେ ନୂଆ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦିନକୁ ଦିନ ସଂଖ୍ୟା...

ଲକ୍‌ଡାଉନ୍‌ ଯୋଗୁ ମାସ୍କ ପିନ୍ଧି ବେଦୀରେ ବସିଲେ ବରକନ୍ୟା, ସାମାଜିକ ଦୂରତ୍ୱ ରକ୍ଷା କରି ବିବାହ ସମ୍ପନ୍ନ

ସୁନ୍ଦରଗଡ଼, ୧୮।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଲକ୍‌ଡାଉନ୍‌ ଅବଧି ମେ ୩ କୁ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ସୁନ୍ଦରଗଡ଼ ଜିଲାରେ ପୂର୍ବରୁ ଲଗ୍ନ...

ଯୁବତୀଙ୍କ ବେକ କାଟି ହତ୍ୟା ଉଦ୍ୟମ:ଗୁରୁତର ଅବସ୍ଥାରେ ମାଲକାନଗିରିରେ ଚିକିତ୍ସାଧୀନ

କାଲିମେଳା,୨୪ା୪(ଡି.ଏନ.ଏ.)-ମାଲକାନଗିରି ଜିଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ଏମଭି-୮୨ ଗ୍ରାମରେ ଗତ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ କେତେକ ଦୁର୍ବୃତ୍ତ ହତ୍ୟା ଉଦ୍ୟମ...

ଗଛରେ ପିଟି ହେଲା ଆମ୍ବୁଲାନ୍ସ: ଡ୍ରାଇଭର ଗୁରୁତର

ସଜନାଗଡ଼, ୮।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଅନ୍ତର୍ଗତ ସେରଗଡ ଉଦଳା ରାସ୍ତା ୧୯ନଂ ରାଜ୍ୟ ରାଜପଥ ଆମ୍ବୁଡିହା ପେଟ୍ରୋଲ ପମ୍ପ ନିକଟରେ ଶନିବାର ଏକ ଦୁର୍ଘଟଣା...

ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

ଯାଜପୁର ଟାଉନ,୨୫ା୧(ଡି.ଏନ.ଏ.): ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏକ ସର୍ବଦଳୀୟ ବୈଠକ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିରିକ୍ତ...

ମୃତ ଶ୍ରମିକଙ୍କ ପରିବାର ଲୋକଙ୍କୁ ୧୩ ଲକ୍ଷ ଟଙ୍କା ସହାୟତା ଦେଲା ବେଦାନ୍ତ

ଲାଞ୍ଜିଗଡ଼,୬।୩(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ କାରଖାନା ପରିସରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବକ୍ସାଇଟ ବୋଝେଇ ହାଇଓ୍ବା ଚାପାରେ ଦୁଇ ଜଣ ଶ୍ରମିକଙ୍କ...

୨୬ ଦିନରେ ଧାନ ଗଛରୁ ଥୋଡ଼ ବାହାରିବା ଘଟଣା, ତଦନ୍ତ କଲେ ସିଆର୍‌ଆର୍‌ଆଇ ବୈଜ୍ଞାନିକ

ପଟ୍ଟାମୁଣ୍ଡାଇ, ୧୭।୯ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଚାଷୀମାନେ ତଳି ରୋଇବାର ମାତ୍ର ୨୬ ଦିନରେ ଧାନ ଗଛରୁ ଥୋଡ଼ ବାହାରିଥିବା ନେଇ ଚାଷୀମାନେ ଅଭିଯୋଗ...

Advertisement
Archives

Model This Week