ବିଦ୍ୟାଳୟ ବନ୍ଦ ନ ହେବାକୁ ରାସ୍ତାରେ ବସିଲେ ଛାତ୍ରୀଛାତ୍ର

କେନ୍ଦୁଝର,୨୧ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ କମ୍‌ ଛାତ୍ରୀଛାତ୍ର ପାଠ ପଢୁଥିବା ୧୪ଟି ବିଦ୍ୟାଳୟ ବନ୍ଦ କରାଯାଇ ନିକଟସ୍ଥ ବିଦ୍ୟାଳୟରେ ସଂଲଗ୍ନ କରାଯିବାକୁ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ତେବେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନରସିଂହପୁର ପ୍ରାଥମିକ ବିଦ୍ୟାଳୟ ଏଥିରେ ସାମିଲ ରହିଛି। ତେବେ ବିଦ୍ୟାଳୟ ବନ୍ଦ ହୋଇଯିବା ଗ୍ରାମବାସୀ ଖବର ପାଇ ଶନିବାର ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ବିଦ୍ୟାଳୟ ଚାଲୁ ରହିବା ପାଇଁ ପଦ୍ମପୁର ନୂଆଗାଁ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ ଯାତାୟାତ ବନ୍ଦ ରହିଥିଲା। ସ୍ଥାନୀୟ ସରପଞ୍ଚ, କେନ୍ଦୁଝର ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରଘୁନାଥ ବେହେରା, ସିଆର୍‌ସିସି ନେତ୍ରାନନ୍ଦ ଦେହୁରୀ,ଡମ୍ବରୁଧର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ଧକ୍କାରେ ନାବାଳକ ଶ୍ରମିକ ମୃତ: ଗାଁରେ ଉତ୍ତେଜନା, କ୍ଷତିପୂରଣ ଦାବିରେ ମୃତଦେହ ଛାଡୁ ନାହାନ୍ତି ପରିବାରଲୋକେ

ପାଟଣା,୧୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଡେଣୁଆଁ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଟ୍ରାକ୍ଟର ଧକ୍କାରେ ଜଣେ ନାବାଳକ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶଶୀ...

ଚାଲି ଚାଲି ଯାଉଥିଲେ ୨ ଯୁବକ: ଉଠାଇନେଇ କ୍ୱାରାଣ୍ଟାଇନ୍‌ରେ ଭର୍ତ୍ତିକଲା ଗଞ୍ଜାମ ପୋଲିସ

ଗଞ୍ଜାମ,୧୧।୪(ଡି.ଏନ୍‌.ଏ.): ବ୍ୟାଗ ଧରି ବ୍ରହ୍ମପୁରରୁ ଭୁବନେଶ୍ୱର ଚାଲି ଚାଲି ଯାଉଥିବା ଦୁଇ ଯୁବକଙ୍କୁ ଶନିବାର ଗଞ୍ଜାମ ପୋଲିସ କାବୁକରି କ୍ୱାରାଣ୍ଟାଇନ୍‌ରେ ଭର୍ତ୍ତି କରିଛି। ଉଭୟ ଯୁବକ...

ପାରାଦୀପ ବାଲିଯାତ୍ରା ମହୋତ୍ସବ ସ୍ବତନ୍ତ୍ର

ପାରାଦୀପ,୧୯ା୧୧(ସ୍ବ.ପ୍ର.): ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗ ଦେଇଥିଲେ। ଅନ୍ୟମାନଙ୍କ...

ବୁର୍ଲା ଭୀମସାର ମେଡିକାଲରୁ ୫ ଦଲାଲ ଗିରଫ: ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ନେଉଥିଲେ ଟଙ୍କା

ସମ୍ବଲପୁର, ୨୬।୯ (ବ୍ୟୁରୋ)- ଦଲାଲଙ୍କ କବଳରେ ରାଜ୍ୟର ବିଭିନ୍ନ ମେଡିକାଲ। ଗୁରୁବାର ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ପରିସରରୁ ପୋଲିସ ୫ଜଣ ଦଲାଲଙ୍କୁ ଗିରଫ କରିଛି...

ବଡ଼ସାହିରେ କାଳବୈଶାଖୀ: ବଜ୍ରପାତରେ ୨ମୃତ

ବଡ଼ସାହି, ୨୬ା୫(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡସାହି ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ଖେଳାଇଛି। ଝଡବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ୨ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ...

ବରସାହି କୋଠଘରେ ଅଗ୍ନିକାଣ୍ଡ

ଛେଣ୍ଡିପଦା,୬।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରସାହି ଗ୍ରାମ କୋଠଘରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। କୋଠଘର ପାଖରେ ପାଳଗଦା ଥିଲା। କୌଣସି କାରଣରୁ...

୪ ନାଲ୍‌କୋ କର୍ମଚାରୀଙ୍କୁ କରୋନା

ବଅଁରପାଳ,୨୩ା୭(ଡି.ଏନ୍‌.ଏ.): ନାଲ୍‌କୋ କଲୋନୀ ଅଞ୍ଚଳରେ ପୂର୍ବରୁ କରୋନାରୁ ଜଣେ ଡିଜିଏମଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହ ମିଳାମିଶା କରିଥିବା ୨୪୧ ଜଣଙ୍କର ସ୍ବାବ୍‌ ନମୁନା...

ଅସ୍ଥାୟୀ ଡମ୍ପିଂୟାର୍ଡ ହଟାଇବା ଦାବିରେ ଆନ୍ଦୋଳନ

ଜଗତ୍‌ସିଂହପୁର ଅଫିସ, ୧୫।୨: ସ୍ଥାନୀୟ କଲେଜ ଛକ ନିକଟ ଅସ୍ଥାୟୀ ଡମ୍ପିଂୟାର୍ଡ ଯୋଗୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ବିଶେଷକରି ଅଳିଆ ଗଦାରେ ନିଆଁ ଲଗାଇ...


Coronavirus Update

Archives

Model This Week

Why Dharitri