କେନ୍ଦୁଝର

ମେସର୍ସ କେସିଏସ୍‌ କ୍ୟାମ୍ପ ଭାଙ୍ଗିଲେ, ମେଶିନ ପୋଡ଼ିଦେଲେ

କେନ୍ଦୁଝର, ୩ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ କାଦକଳା ଗ୍ରାମ ନିକଟ ଜମ୍ଭିରିପଶିଠାରେ ସ୍ଲରି ପାଇପ୍‌ ଲାଇନ ବିଛାଇବା କାମ କରୁଥିବା ମେସର୍ସ କେସିଏସ୍‌ ପ୍ରୋଜେକ୍ଟ କ୍ୟାମ୍ପକୁ ଶୁକ୍ରବାର ଅପରାହ୍ନରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହ ମେଶିନ ପୋଡ଼ିଦେଇଛନ୍ତି।…

ଡଅଁର ପଞ୍ଚାୟତରେ ଲୋକାୟୁକ୍ତଙ୍କ ଟିମ୍‌ : ତଦନ୍ତ ଆରମ୍ଭ

ହାଟଡିହୀ,୨।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତରେ ସରକାରୀ ଅନୁଦାନ ଆତ୍ମସାତ ହୋଇଥିବା ନେଇ ଓଡ଼ିଶା ଲୋକୟୁକ୍ତଙ୍କ ତଦନ୍ତକାରୀ ଦଳ ଶୁକ୍ରବାର ପଞ୍ଚାୟତରେ ପହଞ୍ଚି ତଦନ୍ତ ଆରମ୍ଭ କରଛି। ୨ ଜଣିଆ ତଦନ୍ତକାରୀ ଦଳରେ ଡେପୁଟି ଡାଇରେକ୍ଟର(ଫରେଷ୍ଟ)ସସ୍ମିତା ଲେଙ୍କା ଏବଂ…

ଟ୍ରକ୍‌ ତଳେ ଚାପିହୋଇ ବାଇକ୍‌ ଚାଳକ ଗୁରୁତର

କେନ୍ଦୁଝର,୨।୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ଛକରେ ସଡକ ଦୁର୍ଘଟଣା ଘଟିଛି। ଏକ ଲୁହାପଥର ବୋଝେଇ ଟ୍ରକ୍‌ ତଳେ ଚାପି ହୋଇ ଜଣେ ବାଇକ୍‌ ଚାଳକ ଗୁରୁତର ଆହତ ହୋଇଛନ୍ତି। ସେ ଖପରାଖାଇ ଗ୍ରାମର ସଞ୍ଜୟ ବାରିକ…

ତିରିଶ ଘଣ୍ଟା ପରେ ମିଳିଲା ମୃତଦେହ

କେନ୍ଦୁଝର,୨।୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ସ୍ଥାନୀୟ ଶିରିପୁର ସ୍ଥିତ ପୋଖରୀରେ ବୁଡି ଯାଇଥିବା ବ୍ୟକ୍ତିଙ୍କ ମୃତଦେହ ତିରିଶ ଘଣ୍ଟା ପରେ ମିଳିଲା। ପୋଖରୀରେ ଭାସୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖି ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତେବେ…

ସରକାରୀ ଅନୁଦାନ ଆତ୍ମସାତ୍‌ ଅଭିଯୋଗ: ଲୋକାୟୁକ୍ତ ପକ୍ଷରୁ ହେବ ତଦନ୍ତ

ହାଟଡିହୀ,୧ା୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତରେ ସରକାରୀ ଅନୁଦାନ ଆତ୍ମସାତ ହୋଇଥିବା ନେଇ ଓଡ଼ିଶା ଲୋକାୟୁକ୍ତଙ୍କ ତଦନ୍ତକାରୀ ଦଳ ସେପ୍ଟେମ୍ବର ୨ରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବେ। ଏ ବାବଦରେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି।…

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଉଜାଡ଼ିଲେ ଫସଲ

ପାଟଣା,୧ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୨ ଟିକିଆ ବଣୁଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ହାତୀପଲ ଏହି ରେଞ୍ଜ ସାହାରପଡ଼ା ସେକ୍ସନ ଗୋରାଣ୍ଡି ଯୋଡି ବିଟ୍‌ ଅନ୍ତର୍ଗତ ଖୁଞ୍ଛିବେଡା,ଦାସପଡ଼ା ଓ ଟଭାସରୁଆରେ ବୁଧବାର ରାତିରେ ବ୍ୟାପକ ଧାନ, କଖାରୁ ଓ…

ସ୍ତ୍ରୀଙ୍କ ସହ ଝଗଡ଼ା କରି ପୋଖରୀକୁ ଡେଇଁଲେ ସ୍ବାମୀ

କେନ୍ଦୁଝର,୧ା୯(ସ୍ବ.ପ୍ର.): କେନ୍ଦୁଝର ପୌରାଞ୍ଚଳର ଶିରିପୁର ପୋଖରୀକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ହୋଇଥିବା ବେଳେ ଦମକଳ ବାହିନୀ ଖୋଜାଖୋଜି କରୁଛି। ତାଙ୍କ ନାମ କୁନୁ ମୁଖୀ ବୋଲି ଜଣାପଡିଛି। ତାଙ୍କ ଘର କଟରାବେଡ଼ା ଗ୍ରାମରେ। କୁନୁ ଅନ୍ୟମାନଙ୍କ ସହିତ କାମ କରିବାକୁ…

ଗଛରେ ଝୁଲୁଛି ଦୁଇ ମୃତଦେହ, ମିଳିନି ପରିଚୟ

ଆନନ୍ଦପୁର,୩୧ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧୀନ ୫୩ ନଂ ରାଜ୍ୟ ରାଜପଥର ଚାରିନାଳିଆଠାରେ ଗଛରେ ଝୁଲନ୍ତା ଅବସ୍ଥାରେ ବୁଧବାର ଦୁଇ ମୃତଦେହ ଠାବ କରାଯାଇଛି। ଏ ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତଦେହ ଦ୍ୱୟର…

ହାତୀ ମୃତ୍ୟୁ ଘଟଣା: ଠିକାସଂସ୍ଥାର ସୁପରଭାଇଜର ନିଲମ୍ବିତ

କେନ୍ଦୁଝର,୩୧ା୮(ସ୍ବ.ପ୍ର.): କେନ୍ଦୁଝରର ଜୁଡ଼ିଆ ଘାଟି ନିକଟରେ ଥିବା ଓୟୁଏଟି ପରିସରରେ ଗତ ୨୫ ତାରିଖରେ ବିଦ୍ୟୁତ୍‌ ଆଘାତରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଟାଟା ପାଓ୍ବାର (ବିଦ୍ୟୁତ୍‌ ବିଭାଗ) ପକ୍ଷରୁ ରକ୍ଷଣାବେକ୍ଷଣ କରୁଥିବା ଠିକାସଂସ୍ଥା ଜି.ଭି.ଇଲେକ୍ଟ୍ରିକାଲର ସୁପରଭାଇଜରଙ୍କୁ…

ହାତୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ

କେନ୍ଦୁଝର, ୩୧।୮(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ୍‌ ଅଧୀନ ଜୁଡିଆ ନିକଟ ଓୟୁଏଟି ପରିସରରେ ବିଦ୍ୟୁତ୍‌ ଆଘାତରେ ୨ ମାଈ ହାତୀଙ୍କ ମୃତ୍ୟୁ ପରେ ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କମ ଉଚ୍ଚତାରେ ଥିବା ବିଦ୍ୟତ୍‌ ତାରରେ ଲତା ଲାଗିଥିଲେ…

ସରଗରମ ଏତଲା ରାଜନୀତି

ଆନନ୍ଦପୁର,୩୧ା୮(ସ୍ବ.ପ୍ର.): ବିଜେଡି ଓ ଭାଜପା ମଧ୍ୟରେ ପରସ୍ପର ବିରୋଧୀ ଏତଲାକୁ ନେଇ କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ବିଜେଡି ବିଧାୟକଙ୍କ ବିରୋଧରେ ଭାଜପା ଜିଲା ପରିଷଦ ସଦସ୍ୟା ଗାଳିଗୁଲଜ ଓ ଦୁର୍ବ୍ୟବହାର ଅଭିଯୋଗ…

ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା, ମରଣାନ୍ତକ ଆକ୍ରମଣ: ସ୍ବାମୀ ଗିରଫ

ବଡ଼ବିଲ,୩୦।୮(ସ୍ବ.ପ୍ର.): ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଓ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସ୍ବାମୀ ମଙ୍ଗଳବାର ଗିରଫ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳରେ। ସୂଚନାଯୋଗ୍ୟ, ଉତ୍ତମ ମହାକୁଡ଼ ତାଙ୍କ ସ୍ତ୍ରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?