କେନ୍ଦୁଝର

ପୋଲ ଉପରେ ପାଞ୍ଚ ଫୁଟର ବନ୍ୟା ଜଳ : ୫ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ତେଲକୋଇ,(ସ୍ବ.ପ୍ର.): ତେଲକୋଇ ବ୍ଲକରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଭିନ୍ନ ନଦୀ ଏବଂ ନାଳରେ ବନ୍ୟା ଜଳ ପୋଲ ଉପରେ ପ୍ରବାହିତ ହେଉଛି। କରଦାଙ୍ଗି ଗାଁ ଘୁରୁଡିଆ ନାଳ ଉପରେ ପାଞ୍ଚ ଫୁଟର ବନ୍ୟା ଜଳ...

କେନ୍ଦ୍ରମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କଲେ ରାଜ୍ୟ କୁଡୁମୀ ସେନା

ପାଟଣା,୧୩।୯( ସ୍ବ.ପ୍ର.): ଓଡ଼ିଶା କୁଡୁମୀ ସେନା ସୋମବାର କେନ୍ଦୁଝର ସର୍କିଟ ହାଉସଠାରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଭେଟିଛନ୍ତି। ସେମାନେ ତାଙ୍କୁ ଭେଟି ଏହି ଜାତିର ବିଭିନ୍ନ ସମସ୍ୟା ସମ୍ବଳିତ ଦାବି ପତ୍ର ପ୍ରଦାନ...

୫୦୦ ଟଙ୍କା ପାଇଁ ମା’ଙ୍କୁ ହାଣିଲା ପୁଅ

ଆନନ୍ଦପୁର,୧୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅଞ୍ଚଳର ମଣ୍ଟୁ ଜେନା ଶନିବାର କୌଣସି କାରଣ ପାଇଁ ନିଜ ମା’ଙ୍କୁ ୫୦୦ ଟଙ୍କା ମାଗିଥିଲେ। ମା’ ଏତେ ଅର୍ଥ ଦେବାରେ ଅସମର୍ଥ ପ୍ରକାଶ କରି ମଣ୍ଟୁଙ୍କୁ ୩୦ ଟଙ୍କା ଦେବାରେ ସକ୍ଷମ...

ଦୁଇ ସଉତୁଣୀ କଳି ଲାଗି ଜଣେ କଲେ ଆତ୍ମହତ୍ୟା

ପାଟଣା,୧୧ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ବଡ଼ବିଲ ପଞ୍ଚାୟତ ଖିଞ୍ଚିବେଡ଼ା ଗ୍ରାମର ମୁଣ୍ଡାସାହିରେ ଅଭାବନୀୟ ଘଟଣା ଘଟିଛି। ଶନିବାର ସକାଳୁ ଘର ଭିତରୁ ବିଷ୍ଣୁ ମୁଣ୍ଡାଙ୍କ ଦ୍ୱିତୀୟ ସ୍ତ୍ରୀ ରୀନା ମୁଣ୍ଡା (୩୫)ଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ...

କଲେଜ ଅଧ୍ୟକ୍ଷଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପାଟଣା,୧୦ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ଝାରବେଡ଼ା ଗ୍ରାମରେ ଗୁରୁବାର ବିଲମ୍ବିତ ରାତିରେ ଗଜେନ୍ଦ୍ର ନାରାୟଣ ସାହୁଙ୍କ ଘର ପଛପଟ ଝରକା ଗ୍ରୀଲ ତାଡ଼ି ଘରେ ପଶି ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ...

ବିନା ପ୍ରଶିକ୍ଷଣରେ ସଫଳ

ପାଟଣା, ୯।୯ (ସ୍ବ.ପ୍ର.)-ଦୃଢ଼ ଇଛାଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟ ହାସଲ ହୁଏ। ସଫଳତାର ଶୀର୍ଷରେ ମଣିଷ ପହଞ୍ଚି ପାରେ। ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତର ଦୁର୍ଗାଦେଇପୁର ଶାସନ ଗ୍ରାମର ଯୁବ...

ଶ୍ରୀହୀନ ଗଡ଼ଖାଇ, ରାଜବାଟୀ

କେନ୍ଦୁଝର, ୮।୯(ସ୍ବ.ପ୍ର.)-ଚୂଳିଆ ପାହାଡ଼ରୁ ଜୁଡିଆ ଘାଟି ପର୍ଯ୍ୟନ୍ତ ବିସ୍ତୃତ ପର୍ବତ ପାଦ ଦେଶରେ ବିଦ୍ୟମାନ କେନ୍ଦୁଝର ପୁରାତନ ରାଜବାଟୀ। ଏହାର ସୁରକ୍ଷା ପାଇଁ ପଶ୍ଚିମ ଓ ପୂର୍ବରେ ରହିଛି ୨ଟି ଗଡ଼ଖାଇ। ଅନ୍ୟ ଦୁଇ ପାର୍ଶ୍ୱରେ ସୁଉଚ୍ଚ ପର୍ବତମାଳା। ବାହ୍ୟଶତ୍ରୁ...

ଫେକ୍‌ ଆକାଉଣ୍ଟରେ ନାବାଳିକାଙ୍କ ଅଶ୍ଳୀଳ ଫଟୋ, ଯୁବକ ଗିରଫ

ପାଟଣା, ୮।୯(ସ୍ବ. ପ୍ର.): ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକା ଓ ତାଙ୍କ ମା’ ବାପାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କରିବା ସହ ବାରମ୍ବାର ଧମକ ଦେଉଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ...

କ୍ଷତି ସହୁଛନ୍ତି ମକା ଚାଷୀ

ଚମ୍ପୁଆ,୭।୯(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସି ଅନ୍ତର୍ଗତ ଗୋଧୂଳି ଗ୍ରାମ ମକା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି। ଗୋଧୂଳି ଅଞ୍ଚଳ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଧାନ ଚାଷ ଅପେକ୍ଷା ମକା ଚାଷକୁ ଏଠାକାର ଲୋକ ଗୁରୁତ୍ୱ...

ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ପାଟଣା,୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସାହୁ କମ୍ପ୍ଲେକ୍ସ ଭିତରୁ ଏସ୍‌ବିଆଇର ଏଟିଏମ୍‌କୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଛନ୍ତି। ସୋମବାର ସକାଳୁ...

ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି ନାବାଳିକାଙ୍କ ଅଶ୍ଳୀଳ ଫଟୋ ଛାଡ଼ିଲେ ଦୁଇ ଯୁବକ, ଆଉ ତା’ ପରେ

ପାଟଣା,୬ା୯(ସ୍ବ.ପ୍ର.): ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳର ଜଣେ ନାବଳିକାଙ୍କୁ ଅଶ୍ଳୀଳ ମେସେଜ ସହ ନାବାଳିକାଙ୍କ ଫଟୋକୁ ଏଡିଟ୍‌ କରି ଫେସବୁକ୍‌ରେ ଛାଡ଼ିବା ଦୁଇ ଯୁବକଙ୍କୁ ମହଙ୍ଗା ପଡ଼ିଛି। ନାବାଳିକାଙ୍କ ବାପାଙ୍କ ନାମରେ ଫେକ୍‌ ଆକାଉଣ୍ଟ...

ତାଲା କାଟି ଦୋକାନରୁ କରୁଥିଲେ ଚୋରି, ଯୁବକଙ୍କୁ ଦେଖି ବାଇକ୍‌ ଛାଡ଼ି ମାରିଲେ ଚମ୍ପଟ

ପାଟଣା,୫ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବଜାର ଉପରେ ଥିବା ଏକ ଦୋକାନରୁ ଚୋରି ଉଦ୍ୟମ ହୋଇଛି। ଚିରଞ୍ଜୀବ ଦାଶଙ୍କ ଜେରକ୍ସ ଭେରାଇଟି ଷ୍ଟୋରରୁ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତାଲା କାଟି ଚୋରି ଉଦ୍ୟମ କରୁଥିବା ସମୟରେ ରାସ୍ତାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri