ପାଠ ପାଇଁ ବାଜିରେ ଛାତ୍ରୀଛାତ୍ରଙ୍କ ଜୀବନ

କେନ୍ଦୁଝର,୨୪ା୭(ଦୀପକ ମିଶ୍ର) : କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍‌ର ତାଳପଦା ଅଞ୍ଚଳରେ ଛାତ୍ରୀଛାତ୍ର ପାଠ ପାଇଁ ଜୀବନକୁ ବାଜିରେ ଲଗାଉଛନ୍ତି। ପ୍ରତ୍ୟହ ସମାକୋଇ ନଦୀ ପାର ହୋଇ ତାଳପଦା ସ୍କୁଲକୁ ଯାଉଛନ୍ତି। ଅଭିଭାବକ ସ୍କୁଲ ଯିବା ଓ ଛୁଟି ସମୟରେ ଅପେକ୍ଷା କରି ପାର କରୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ତେଲକୋଇ ବ୍ଲକ୍‌ର ତାଳପଦା ପଞ୍ଚାୟତ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଗମନାଗମନର ବହୁ ସମସ୍ୟା ଲାଗିରହିଛି। ରାସ୍ତା ସୁବିଧା ନ ଥିବାରୁ ସ୍କୁଲ ଯିବା ପାଇଁ ପିଲାମାନଙ୍କୁ ବିପଦପୂର୍ଣ୍ଣ ଅବସ୍ଥାରେ ଉଛୁଳା ନଦୀ ପାରହେବାକୁ ପଡୁଛି। ପ୍ରତ୍ୟକ ଦିନ ୧୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ୩ କିଲୋମିଟର ବାଟ ପାଦରେ ଚାଲି ସ୍କୁଲକୁ ଆସନ୍ତି। କିନ୍ତୁ ଏମାନଙ୍କ ରାସ୍ତାରେ ବାଟ ଓଗାଳେ ସମାକୋଇ ନଦୀ। ବର୍ଷା ଋତୁ ୪ ମାସ ନଦୀରେ ପାଣି ଅଧିକ ରହୁଥିବାରୁ ଯାତାୟାତ ସମସ୍ୟା ଦେଖାଦେଉଛି। ଅଞ୍ଚଳରେ ଅନ୍ୟ କୌଣସି ସୁବିଧା ନ ଥିବାରୁ ପାଣି ସାମାନ୍ୟ କମିବା ପରେ ଅବିଭାବକମାନେ ପିଲାଙ୍କୁ କାନ୍ଧରେ ବସାଇ ବିପଦଜ୍ଜନକ ଅବସ୍ଥାରେ ନଦୀ ପାର କରାଇ ସ୍କୁଲକୁ ପଠାଇଥାଆନ୍ତି। ଅନୁରୂପ ସମସ୍ତ କାମ ପଛରେ ପକାଇ ପିଲାଙ୍କର ଫେରିବା ବାଟକୁ ଚାହଁି ରହିଥାଆନ୍ତି। ପୁଣି କାନ୍ଧରେ ବସାଇ ନଦୀ ପାରକରାଇ ଘରକୁ ଆଣିଥାଆନ୍ତି। ଏଭଳି ଅବସ୍ଥାରେ ଅନେକ ସମୟରେ ପଥରରେ ଗୋଡ଼ ଖସି ପିଲାମାନେ ପାଣିରେ ପଡ଼ିବାର ନଜିର ମଧ୍ୟ ରହିଛି। ଏଥିରେ ସମଗ୍ର ଅଞ୍ଚଳର ଗୁରୁତର ରୋଗୀଙ୍କ ସହ ଗର୍ଭବତୀ ମହିଳାମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି। ଏ ସମ୍ପର୍କରେ ତେଲକୋଇ ବିଡିଓ ସାନ୍ତନୁ ନାଏକ କହିଛନ୍ତି, ସେଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। କିନ୍ତୁ ବର୍ତ୍ତମାନ ସମସ୍ୟାକୁ ନଜରରେ ରଖି ସୋମବାର ଘଟଣାର ତଦନ୍ତ କରି ସମାଧାନ ପାଇଁ ପ୍ରୟାସ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ୫ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ କେଉଁ କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ,୧।୭: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର: ୬ରୁ ୧୯ ଜୁଲାଇ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ, ଜାଣନ୍ତୁ କେବେ ଖୋଲିବ…

ନୂଆଦିଲ୍ଲୀ,୧।୭: କଶ୍ମୀର ଉପତ୍ୟକାରେ ବଢୁଥିବା ଗରମ ଓ ଗୁଳୁଗୁଳି ମଧ୍ୟରେ ସ୍କୁଲ ପିଲାମାନଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ଆସିଛି। ଜମ୍ମୁ-କଶ୍ମୀର ସରକାର କଶ୍ମୀର…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ। ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ ପରିଣତ…

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ

ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…

ମନର ବିଜୟରେ ଜଗତ ବିଜୟ ସମ୍ଭବ: ସକରାତ୍ମକ ତତ୍ତ୍ୱକୁ ସ୍ବାଗତ କରିବାକୁ ଆହ୍ବାନ

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବ୍ରହ୍ମାକୁମାରୀ ପ୍ରଭୁ ମିଳନ ଭବନ ପକ୍ଷରୁ ସ୍ଥାନୀୟ ପୁଞ୍ଜିକୟାଁ ଛକ ନନ୍ଦିଘୋଷ କଲ୍ୟାଣ ମଣ୍ଡପଠାରେ ଶାନ୍ତି ଶିବିର ପ୍ରବଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri