ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ, ଦୁଇ ଶିଶୁଙ୍କୁ ଧରି ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

କେନ୍ଦୁଝର,୨୨ା୭(ନରେଶ ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଡ଼ା ପଞ୍ଚାୟତର ବଡ଼କୁମୁଣ୍ଡୁ ଗ୍ରାମର ଡିଲେଶ୍ୱର ମହାକୁଡ଼ ନାମକ ଜଣେ ବ୍ୟକ୍ତି ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ଗତ ୧୮ ଜୁନ୍‌ ୨୦୨୨ରେ ସେ କାମ କରିବାକୁ ଯାଇଥିଲେ। ସେ ଅନ୍ୟମାନଙ୍କ ସହିତ ତେଲକୋଇ ଅଞ୍ଚଳର ସନ୍ତୋଷ ମହାକୁଡ଼ଙ୍କ ଜରିଆରେ ଯାଇଥିଲେ। ତେବେ ସେ ଯିବା ପରଠାରୁ ଫୋନ୍‌ରେ ଯୋଗାଯୋଗ ହୋଇପାରିନାହିଁ। ଏପରିକି ତାଙ୍କୁ ନେଇଥିବା ଦଲାଲ ସନ୍ତୋଷ ମଧ୍ୟ ଫୋନ୍‌ ଉଠାଇ ନ ଥିବା ସୁକାନ୍ତି ମହାକୁଡ଼ ଅଭିଯୋଗ କରିଛନ୍ତି। ଏନେଇ ଗତ ୨୫ଜୁନ୍‌ ୨୦୨୨ରେ ତେଲକୋଇ ଥାନାରେ ଜଣାଇଥିବା କହିଛନ୍ତି। ତେବେ ଆଜି ପର୍ଯ୍ୟନ୍ତ ସ୍ବାମୀଙ୍କ ପତ୍ତା ମିଳି ନ ଥିବା ସୁକାନ୍ତି ଅଭିଯୋଗ କରିଛନ୍ତି। ସ୍ବାମୀଙ୍କ ସହିତ ଯାଇଥିବା ଗ୍ରାମର ରଞ୍ଜନ ମହାକୁଡ଼, ବସନ୍ତ ମହାକୁଡ଼ ଫେରିଥିଲେ ହେଁ ତାଙ୍କ ସ୍ବାମୀ ଫେରି ନ ଥିବା କହିଛନ୍ତି। ସେମାନଙ୍କୁ ପଚାରିବାରୁ କହିଲେ, ତାଙ୍କ ସ୍ବାମୀଙ୍କ ମୁଣ୍ଡ ଖରାପ ହୋଇଯିବାରୁ କେଉଁଆଡ଼େ ପଳାଇଯାଇଛନ୍ତି। ଏଣୁ ଏହାର ବିଚାର କରିବାକୁ ସେ ତେଲକୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସ୍ତ୍ରୀ, ଦୁଇ ଶିଶୁ ସହିତ ବୃଦ୍ଧା ଶାଶୁ ଘରେ ତାଙ୍କ ଫେରିବା ଅପେକ୍ଷାରେ ରହିଛନ୍ତି। ଜମିବାଡ଼ି ନ ଥିବାରୁ ରୋଜଗାର ପାଇଁ ପ୍ରଲୋଭିତ ହୋଇ ଦାଦନ ଖଟିବାକୁ କେରଳ ଯାଇଥିଲେ। ତେବେ ଏହା ମଧ୍ୟରେ ପ୍ରାୟ ଏକ ବର୍ଷ ବିତିଯାଇଥିଲେ ହେଁ ଡିଲେଶ୍ୱର ଫେରି ନ ଥିବାରୁ ଆଶା ଆଶଙ୍କା ମଧ୍ୟରେ ପରିବାର ଲୋକ ରହିଥିବା ବେଳେ ଏନେଇ ଏସ୍‌ପି ଓ ଜିଲାପାଳ ହସ୍ତକ୍ଷେପ କରିବାକୁ ପରିବାର ତଥା ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଆଜି ସ୍ଥାନୀୟ ପୋଲିସ ରଞ୍ଜନ ଓ ବସନ୍ତଙ୍କୁ ଡାକି ପଚରା ଉଚରା କରିଛନ୍ତି। ବିଜୟ କୁମାର ବିହାରୀ କହିଛନ୍ତି, ଏନେଇ ଏସ୍‌ପିଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବେ। ସେମାନେ ଗରିବ ପରିବାର ହୋଇଥିବା ବେଳେ ରୋଜଗାରକ୍ଷମ କେହିନାହାନ୍ତି। ଏଣୁ ସେମାନଙ୍କୁ ସହାୟତା କରିବା ସହ ତାଙ୍କ ସ୍ବାମୀଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ନେବାକୁ ସ୍ଥାନୀୟ ସାମାଜିକ କର୍ମୀ କୃଷ୍ଣପ୍ରସାଦ ସାହୁ ପ୍ରଶାସନଙ୍କୁ ନିବେଦନ କରିଛନ୍ତି। ଏନେଇ ଦଲାଲ ସନ୍ତୋଷର ପତ୍ତା ମିଳୁ ନ ଥିବାରୁ ଯୋଗାଯୋଗ ହୋଇ ପାରିନାହିଁ।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲାରୁ ବହୁ ଗରିବ ଲୋକ କାମଧନ୍ଦା ମିଳୁନ ଥିବାରୁ ବାହାରକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିବା ସହ ଅନେକ ନିଖୋଜ ଓ ନିର୍ଯାତିତ ହୋଇ ଫେରୁଛନ୍ତି। ସେହିପରି ଅନେକ ନିଖୋଜ ହେଉଥିଲେ ହେଁ ଏନେଇ ପ୍ରଶାସନ ପାଖରେ କୌଣସି ସଠିକ୍‌ ସୂଚନା ବା ତଥ୍ୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳରେ କଳା ବାଘୁଣୀର ମୃତଦେହ ଉଦ୍ଧାର

ବାରିପଦା,୮।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନଖଣ୍ଡ ଅଧୀନ ଉପରବାରାହାକାମୁଡା (ୟୁବିକେ) ରେଞ୍ଜ ଅନ୍ତର୍ଗତ ଜଟିଆନୀ କ୍ୟାମ୍ପ ନିକଟରେ (କୋର କ୍ଷେତ୍ର) ପ୍ରାୟ…

ଉଚ୍ଚଶିକ୍ଷାର ଆଲୋକବର୍ତ୍ତିକା ବାୟାବାବା କଲେଜ, ୧୯ ଛାତ୍ରୀଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଆଜି…

ମହାକାଳପଡ଼ା, ୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦର ମହକୁମାସ୍ଥିତ ବାୟା ବାବା କଲେଜରେ ୪୯ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ…

‘ହେଲୋ ଅଙ୍କଲ ଅମରିନ୍ଦର…’: ରାହୁଲଙ୍କ ବୟାନ ପଞ୍ଜାବ ରାଜନୀତିକୁ କରିଛି ଉଷ୍ମ; ଜବାବ ଦେଲେ କ୍ୟାପଟେନ

ଚଣ୍ଡିଗଡ଼,୮।୮: ଦିଲ୍ଲୀରେ ଆୟୋଜିତ ‘ଜେନ-ଜେଡ ସମ୍ବାଦ’ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ତାଙ୍କ ପସନ୍ଦର ଭାଜପା ନେତାମାନଙ୍କ ମଧ୍ୟରେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନାମ ନେଇ ଏକ ନୂଆ…

ସନ୍ତାନ ପାଇଁ ସ୍ବାମୀ-ସ୍ତ୍ରୀ ମୁହାଁମୁହିଁ: ଛତିଶଗଡ଼ରୁ ଧାଇଁ ଆସିଥିଲେ ମା’

ଭୁବନେଶ୍ୱର,୮।୮(ତ୍ରିନାଥ ମହାନ୍ତି):ନିଜ ଛୁଆକୁ ଖୋଜି ଖୋଜି ଛତିଶଗଡ଼ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଧାଇଁଆସିଲେ ମା’। ତେବେ ଛୁଆକୁ ଫେରାଇନେବାକୁ ଉଦ୍ୟମ କଲାବେଳେ ବିରୋଧ କଲେ ସ୍ବାମୀ। ଉଭୟ ସ୍ବାମୀ-…

ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ‘ମେଟଲ ମିଟ’: ଅଦ୍ୟାଶା ସତପଥୀ

ଭୁବନେଶ୍ୱର, ୮।୮: ‘ମେଟଲ ମିଟ’ର ଦଶମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ଏହି ଅବସରରେ ଓଡ଼ିଶାପୋଷ୍ଟ ଓ ଧରିତ୍ରୀର ସିଇଓ ଅଦ୍ୟାଶା ସତପଥୀ ପିଲାଙ୍କୁ ଉତ୍ସାହିତ କରି…

କୁଇଜିଂରେ ପୁରସ୍କାର ଅପେକ୍ଷା ଜ୍ଞାନ ଆହରଣ ସହ ନିଜକୁ ଚିହ୍ନିବା ଅଧିକ ଗୁରୁତ୍ୱପୂର୍ଣ୍ଣ: ତଥାଗତ ସତପଥୀ

ଭୁବନେଶ୍ୱର, ୮।୮: ‘ମେଟଲ ମିଟ’ର ଦଶମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ଓଡ଼ିଶା ପୋଷ୍ଟ ‘ମେଟଲ ମିଟ’ର ଜୁନିୟର ବର୍ଗ ଏକତ୍ରିତ ହେଉଥିବାବେଳେ ପ୍ରଥମ ଲଢ଼େଇ ନିକଟବର୍ତ୍ତୀ…

ଗାଁରେ ଚାଞ୍ଚଲ୍ୟ: ଶୌଚ ପାଇଁ ଯାଇଥିବା ଯୁବକଙ୍କୁ ଜବରଦସ୍ତି ପିଆଇଲେ ପେଟ୍ରୋଲ, ଦେହରେ ଲଗାଇଦେଲେ ନିଆଁ

ବଣାଇ, ୮।୮(ପ୍ରଦୀପ ତ୍ରିପାଠୀ ): ସୁନ୍ଦରଗଡ ଜିଲା ଲହୁଣୀପଡ଼ା ଥାନାର ଗଣିଘଷା ଗ୍ରାମରେ ଶନିବାର ସକାଳୁ କାହ୍ନୁଚରଣ ମାହାନ୍ତ ଶୌଚ ହେବାକୁ ନିକଟସ୍ଥ ନାଳକୁ ଯାଉଥିବା ବେଳେ…

ଯେକୌଣସି ସମୟରେ ଆସିପାରେ ଖାମେନେଇଙ୍କ ମୃତ୍ୟୁ ଖବର! ଇସ୍ରାଏଲୀ ମିଡିଆର ବଡ଼ ଦାବି

ତେହରାନ,୮।୮: ୨୮ ଫେବୃଆରୀ ୨୦୨୬ରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଥମ ଦିନରେ ହିଁ ଇରାନର ସୁପ୍ରିମ ଲିଡର ଆୟତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri