ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ, ଦୁଇ ଶିଶୁଙ୍କୁ ଧରି ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

କେନ୍ଦୁଝର,୨୨ା୭(ନରେଶ ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଡ଼ା ପଞ୍ଚାୟତର ବଡ଼କୁମୁଣ୍ଡୁ ଗ୍ରାମର ଡିଲେଶ୍ୱର ମହାକୁଡ଼ ନାମକ ଜଣେ ବ୍ୟକ୍ତି ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ଗତ ୧୮ ଜୁନ୍‌ ୨୦୨୨ରେ ସେ କାମ କରିବାକୁ ଯାଇଥିଲେ। ସେ ଅନ୍ୟମାନଙ୍କ ସହିତ ତେଲକୋଇ ଅଞ୍ଚଳର ସନ୍ତୋଷ ମହାକୁଡ଼ଙ୍କ ଜରିଆରେ ଯାଇଥିଲେ। ତେବେ ସେ ଯିବା ପରଠାରୁ ଫୋନ୍‌ରେ ଯୋଗାଯୋଗ ହୋଇପାରିନାହିଁ। ଏପରିକି ତାଙ୍କୁ ନେଇଥିବା ଦଲାଲ ସନ୍ତୋଷ ମଧ୍ୟ ଫୋନ୍‌ ଉଠାଇ ନ ଥିବା ସୁକାନ୍ତି ମହାକୁଡ଼ ଅଭିଯୋଗ କରିଛନ୍ତି। ଏନେଇ ଗତ ୨୫ଜୁନ୍‌ ୨୦୨୨ରେ ତେଲକୋଇ ଥାନାରେ ଜଣାଇଥିବା କହିଛନ୍ତି। ତେବେ ଆଜି ପର୍ଯ୍ୟନ୍ତ ସ୍ବାମୀଙ୍କ ପତ୍ତା ମିଳି ନ ଥିବା ସୁକାନ୍ତି ଅଭିଯୋଗ କରିଛନ୍ତି। ସ୍ବାମୀଙ୍କ ସହିତ ଯାଇଥିବା ଗ୍ରାମର ରଞ୍ଜନ ମହାକୁଡ଼, ବସନ୍ତ ମହାକୁଡ଼ ଫେରିଥିଲେ ହେଁ ତାଙ୍କ ସ୍ବାମୀ ଫେରି ନ ଥିବା କହିଛନ୍ତି। ସେମାନଙ୍କୁ ପଚାରିବାରୁ କହିଲେ, ତାଙ୍କ ସ୍ବାମୀଙ୍କ ମୁଣ୍ଡ ଖରାପ ହୋଇଯିବାରୁ କେଉଁଆଡ଼େ ପଳାଇଯାଇଛନ୍ତି। ଏଣୁ ଏହାର ବିଚାର କରିବାକୁ ସେ ତେଲକୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସ୍ତ୍ରୀ, ଦୁଇ ଶିଶୁ ସହିତ ବୃଦ୍ଧା ଶାଶୁ ଘରେ ତାଙ୍କ ଫେରିବା ଅପେକ୍ଷାରେ ରହିଛନ୍ତି। ଜମିବାଡ଼ି ନ ଥିବାରୁ ରୋଜଗାର ପାଇଁ ପ୍ରଲୋଭିତ ହୋଇ ଦାଦନ ଖଟିବାକୁ କେରଳ ଯାଇଥିଲେ। ତେବେ ଏହା ମଧ୍ୟରେ ପ୍ରାୟ ଏକ ବର୍ଷ ବିତିଯାଇଥିଲେ ହେଁ ଡିଲେଶ୍ୱର ଫେରି ନ ଥିବାରୁ ଆଶା ଆଶଙ୍କା ମଧ୍ୟରେ ପରିବାର ଲୋକ ରହିଥିବା ବେଳେ ଏନେଇ ଏସ୍‌ପି ଓ ଜିଲାପାଳ ହସ୍ତକ୍ଷେପ କରିବାକୁ ପରିବାର ତଥା ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଆଜି ସ୍ଥାନୀୟ ପୋଲିସ ରଞ୍ଜନ ଓ ବସନ୍ତଙ୍କୁ ଡାକି ପଚରା ଉଚରା କରିଛନ୍ତି। ବିଜୟ କୁମାର ବିହାରୀ କହିଛନ୍ତି, ଏନେଇ ଏସ୍‌ପିଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବେ। ସେମାନେ ଗରିବ ପରିବାର ହୋଇଥିବା ବେଳେ ରୋଜଗାରକ୍ଷମ କେହିନାହାନ୍ତି। ଏଣୁ ସେମାନଙ୍କୁ ସହାୟତା କରିବା ସହ ତାଙ୍କ ସ୍ବାମୀଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ନେବାକୁ ସ୍ଥାନୀୟ ସାମାଜିକ କର୍ମୀ କୃଷ୍ଣପ୍ରସାଦ ସାହୁ ପ୍ରଶାସନଙ୍କୁ ନିବେଦନ କରିଛନ୍ତି। ଏନେଇ ଦଲାଲ ସନ୍ତୋଷର ପତ୍ତା ମିଳୁ ନ ଥିବାରୁ ଯୋଗାଯୋଗ ହୋଇ ପାରିନାହିଁ।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲାରୁ ବହୁ ଗରିବ ଲୋକ କାମଧନ୍ଦା ମିଳୁନ ଥିବାରୁ ବାହାରକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିବା ସହ ଅନେକ ନିଖୋଜ ଓ ନିର୍ଯାତିତ ହୋଇ ଫେରୁଛନ୍ତି। ସେହିପରି ଅନେକ ନିଖୋଜ ହେଉଥିଲେ ହେଁ ଏନେଇ ପ୍ରଶାସନ ପାଖରେ କୌଣସି ସଠିକ୍‌ ସୂଚନା ବା ତଥ୍ୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ଚାଲାଣ ସମୟରେ ଜବତ ହୋଇଥିବା ଗୋରୁମାନଙ୍କୁ ଅଭିଯୁକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ

କଟକ,୨୭।୪: ନିର୍ଦୟ ଭାବେ ଚାଲାଣ ହେବା ସମୟରେ ଜବତ ହୋଇଥିବା ଗୋରୁ ମାନଙ୍କୁ ସେମାନଙ୍କର ମାଲିକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଗୋରୁ ମାନଙ୍କ ପ୍ରତି କରାଯାଉଥିବା...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା

ଖୋର୍ଦ୍ଧା,୨୭ା୪: ଶନିବାର ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଦେଇଛି ଭାଜପା। ତେଲକୋଇରୁ ଫକୀର...

ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri