କେନ୍ଦୁଝର

ଜିଆର୍‌ଏସ୍‌ ବହିଷ୍କାର ଘଟଣା: ଦୁଇ ସପ୍ତାହ ପାଇଁ ରୋକୋ ଲଗାଇଲେ ହାଇକୋର୍ଟ

ହାଟଡିହୀ,୯ା୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବାଲିବରେଇ ପଞ୍ଚାୟତର ପୂର୍ବତନ ଜିଆର୍‌ଏସ ପୂର୍ଣ୍ଣେନ୍ଦୁ କୁମାର ଥାଟୋଇଙ୍କୁ ଜିଲାପାଳଙ୍କ ଆଦେଶ ନଂ ୮୯୫୫/୨୮.୧୧.୨୩ରେ ଚାକିରିରୁ ବହିଷ୍କାର କରାଯାଇଥିଲା। ଉକ୍ତ ବହିଷ୍କାର ଆଦେଶ ବିରୋଧରେ ଥାଟୋଇ ଗତ ୪.୧୨.୨୩ରେ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ…

ଦନ୍ତା ହାବୁଡରେ ପଡି ଚାଲିଗଲା ଜୀବନ

ପାଟଣା,୮।୧୨(ବୀର କିଶୋର ଦାଶ) କେନ୍ଦୁଝର ଜିଲା ପାଟଣା ରେଞ୍ଜ ପୋଇ ପାଣି ବିଟ ପୋଇ ପାଣି ସଂରକ୍ଷିତ ଜଙ୍ଗଲରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବିବାହିତା ମହିଳା ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି…

ପୂର୍ବଶତ୍ରୁତାରୁ ଠେଙ୍ଗା-ପଥରମାଡ଼: ୫ ଗୁରୁତର

ଘସିପୁରା,୬ା୧୨(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଆଗର୍ଦା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଗୁରୁତର ହୋଇଥିବା ସୂଚନା ମିଳିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ସଂଘର୍ଷରେ ଗୋଲକ ଜେନା, ସଞ୍ଜୟ ଜେନା,…

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହାହେଲେ ରୋଗୀ

କେନ୍ଦୁଝର,୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଅତ୍ୟନ୍ତ ଶୋଚନୀୟ ଯୋଗୁ ଗାଁ ଭିତରକୁ ଆମ୍ବୁଲାନ୍ସ ପଶି ପାରିଲାନି। ଫଳରେ ରୋଗୀ ଷ୍ଟ୍ରେଚରରେ ବୁହା ହୋଇ ମେଡିକାଲ ଯାଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ସଦର ବ୍ଲକ ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତ ଆମୁଣିପୁର ଗାଁରେ।…

ସ୍କୁଲ ୟୁନିଫର୍ମ, ଜୋତା ଗୁଣବତ୍ତା ପ୍ରଭାବିତ ହେଉଛି

ରସୁଲପୁର,୬।୧୨(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତର ୨୧୭ ବିଦ୍ୟାଳୟରେ ୩୦ହଜାରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। ସେମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଜରିଆରେ ୟୁନିଫର୍ମ, ଜୋତା ପ୍ରଦାନ କରାଯାଉଛି। ଏ ବାବଦକୁ ଶିକ୍ଷା ବର୍ଷ…

ମାଈ ହାତୀର ଗଳିତ ମୃତଦେହ ଜବତ ଘଟଣା: ତଦନ୍ତ କଲା ମିଳିତ ଟାସ୍କଫୋର୍ସ

ଚମ୍ପୁଆ,୬।୧୨(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ କାଳିକାପ୍ରସାଦ ରିଜର୍ଭ ଫରେଷ୍ଟରେ ୩୦ ବର୍ଷୀୟ ମାଈ ହାତୀର ଗଳିତ ମୃତଦେହ ଜବତ ଘଟଣାରେ ମଙ୍ଗଳବାର ଜଏଣ୍ଟ୍‌ ଟାସ୍କ ଫୋର୍ସ(ଜେଟିଏଫ୍‌) ଟିମ୍‌ ତଦନ୍ତ କରିଛି। ଟିମ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ…

ଆଦିମ ଅଧିବାସୀ ଜୁଆଙ୍ଗଙ୍କ ଜୀବନଧାରା

ବଣପାହାଡ଼ ଘେରା କେନ୍ଦୁଝର ଜିଲାରେ ୪୬ ଜାତିର ଅଧିବାସୀଙ୍କୁ ଆଦିବାସୀ ତାଲିକା ଭୁକ୍ତ କରାଯାଇଛି। ସେଥିମଧ୍ୟରୁ ୧୬ ଆଦିମ ଅଧିବାସୀଙ୍କ ଜୀବନଶୈଳୀରେ ଆଜି ବି ସ୍ବତନ୍ତ୍ରତା ରହିଛି। ଅତି ପୁରାତନ ଆଦିବାସୀ ଭାବରେ ଜୁଆଙ୍ଗ ଜାତି ପରିଗଣିତ ହେଉଥିବା ବେଳେ ଏମାନେ…

କେନ୍ଦୁଝର ଦେଇ ଦିଲ୍ଲୀ ଟ୍ରେନ ଚଳାଚଳ ଦାବି: ଦାବି ପୂରଣ ନ ହେଲେ ରେଳରୋକୋ

କେନ୍ଦୁଝର,୫।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ରେଳବାଇ ରାଜସ୍ବ ଆଦାୟ କ୍ଷେତ୍ରରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ହେଲେ ରେଳ ବିଭାଗ କେନ୍ଦୁଝର ଜିଲାକୁ ଟ୍ରେନ ଚଳାଚଳ ନେଇ ଅବହେଳା କରୁଥିବା ଅଭିଯୋଗ ହେଉଛି। ଜିଲାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ…

ବାଘ ଭୟରେ ଦୋକାନ ବଜାର ବନ୍ଦ

ହାଟଡିହୀ,୪l୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ବାଘ ବୁଲୁଥିବା ଗୁଜବକୁ ନେଇ ଭୟର ବାତାବରଣ ଖେଳିଯାଇଛି। ଏହି ବ୍ଲକ ଅଧୀନ ବିଭିନ୍ନ ଛକ ବଜାରର ବ୍ୟବସାୟୀମାନେ ସୋମବାର ବାଘ ଭୟରେ ଦୋକାନ ବନ୍ଦ କରି ଘରକୁ ପଳାଇଥିଲେ। ଏଥିସହ…

ଚୋରା ମାଙ୍ଗାନିଜ ବୋଝେଇ ଗାଡ଼ି ନେଇ ଯାଉଥିଲେ ମଝି ରାସ୍ତାରେ ଫାଟିଲା ଚକା : ଧରିଲା ପୋଲିସ 

ଯୋଡ଼ା,୪ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କାରଣ ସାହିଠାରେ ପୋଲିସ ଏକ ଚୋରା ମାଙ୍ଗାନିଜ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି। ଏକ ପିକ୍‌ଅପ୍‌ ଭ୍ୟାନ୍‌ (ନଂ. ଜେଏଚ୍‌ ୦୫ଡିଇ ୭୬୮୨)ରେ କାରଣ ସାହି ବିମଲ…

ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣା ଏହେସାନ୍‌: ଅଖା ସିଲେଇ କରି ପରିବାର ଚଳାଉଛନ୍ତି

ଚମ୍ପୁଆ,୪।୧୨(ମହେଶ୍ୱର ଦାସ): ରବିବାର ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ ହୋଇଛି। ଭିନ୍ନକ୍ଷମମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ବେସରକାରୀ ସଂସ୍ଥାଗୁଡ଼ିକ ପ୍ରୟାସ ଜାରି ରଖିଛନ୍ତି। ଏଭଳି କ୍ଷେତ୍ରରେ ଜଣେ ଦିବ୍ୟାଙ୍ଗ ହୋଇ ଦିବ୍ୟାଙ୍ଗମାନଙ୍କ ପ୍ରେରଣାର…

ମହୁମାଛି ଆକ୍ରମଣରେ ୩ ଗୁରୁତର

ଘସିପୁରା,୩ା୧୨(ନିରଞ୍ଜନ ସାହୁ): ମହୁମାଛି ଆକ୍ରମଣରେ ଭିନ୍ନ ଭିନ୍ନ ସ୍ଥାନରେ ୩ ଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଘସିପୁରା ବ୍ଲକ ଖାଳିଆମେଣ୍ଟା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୂୟାଁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?