ଚୋରା ମାଙ୍ଗାନିଜ ବୋଝେଇ ଗାଡ଼ି ନେଇ ଯାଉଥିଲେ ମଝି ରାସ୍ତାରେ ଫାଟିଲା ଚକା : ଧରିଲା ପୋଲିସ 

ଯୋଡ଼ା,୪ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କାରଣ ସାହିଠାରେ ପୋଲିସ ଏକ ଚୋରା ମାଙ୍ଗାନିଜ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି। ଏକ ପିକ୍‌ଅପ୍‌ ଭ୍ୟାନ୍‌ (ନଂ. ଜେଏଚ୍‌ ୦୫ଡିଇ ୭୬୮୨)ରେ  କାରଣ ସାହି ବିମଲ ଦୀପ  କ୍ରଶର ରାସ୍ତା ଦେଇ ଝାଡ଼ଖଣ୍ଡ ଅଭିମୁଖେ ମାଙ୍ଗାନିଜ ଚୋରା ଚାଲାଣ ହେଉଥିବା ବେଳେ ଭ୍ୟାନ୍‌ର ଚକ ଫାଟି ଯାଇଥିଲା। ପୋଲିସ ଉକ୍ତ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ସେଠାରେ ପହଞ୍ଚତ୍ ଥିଲା। ପୋଲିସକୁ ଦେଖି ଚୋରାଚାଲାଣକାରୀମାନେ ସେଠାରୁ ଫେରାର ହୋଇ  ଯାଇଥିଲେ। ଉକ୍ତ ଭ୍ୟାନ୍‌ରେ ଉନ୍ନତ ମାନର  ଚୋରା ମାଙ୍ଗାନିଜ ବୋଝେଇ ହୋଇଥିବା ପୋଲିସ ଜାଣିବାକୁ ପାଇ ତାହାକୁ ଜବତ କରିଥିଲା। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ୨୦୨୦ରେ ଖଣି ନିଲାମ ହେବା ପରେ ଖଣିଜ ସମ୍ପଦର ମୂଲ୍ୟ ବୃଦ୍ଧି ହେଲା। ତେଣେ କିଛି ଖଣି ନିଜ ଶିଳ୍ପ ଅନୁଷ୍ଠାନରେ ବ୍ୟବହାର ପାଇଁ ନିଜସ୍ବ ଖଣିରୁ କଞ୍ଚା ମାଲ ନେବାରୁ ବଜାରରେ ଘରୋଇ ଶିଳ୍ପ ପାଇଁ କଞ୍ଚାମାଲର ଅଭାବ ରହୁଛି। ଏହି ଅଭାବକୁ ମେଣ୍ଟାଇବାକୁ ଯାଇ ସକ୍ରିୟ ଖଣିଜ ଚୋରମାନେ ଝାଡ଼ଖଣ୍ଡରୁ ଆସି ଏଠାରେ ପରିତ୍ୟକ୍ତ ହୋଇ ପଡ଼ିରହିଥିବା ଖଣିରୁ ଚୋରାରେ ଖଣିଜ ନେଇ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି। ଖଣି ବିଭାଗର ସ୍କ୍ବାଡ୍‌ ଓ ପୋଲିସ ଯାଞ୍ଚ କରୁଥିଲେ ମଧ୍ୟ ବିଭିନ୍ନ ଜଙ୍ଗଲ ରାସ୍ତା ଦେଇ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି।

Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଅଟକ ରଖି ପ୍ରତିବାଦ କଲେ ମହିଳା

ସମ୍ବଲପୁର,୧୭ା୪(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଟାମ୍ପରଗଡ ପଞ୍ଚାୟତର ବିଭିନ୍ନ ଗାଁକୁ ମୁଖ୍ୟମନ୍ତ୍ରୀ ବସ୍‌ ଚଳାଚଳ କରିବାକୁ ଦାବି ହୋଇଛି। ଗୁରୁବାର ପଞ୍ଚାୟତ...

ଦୁଗ୍ଧର ଉଚିତ ଦାମ୍‌ ଦିଆଯାଉ

ବୌଦ୍ଧ,୧୭।୪(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ବୀରନରସିଂହପୁର ଦୁଗ୍ଧ ସମିତିରେ ଚାଷୀଙ୍କଠାରୁ କମ୍‌ ଦାମ୍‌ରେ କ୍ଷୀର କିଣାଯାଉଛି। ଏ ନେଇ ଚାଷୀମାନେ ଗୁରୁବାର...

ସୋମବାର ଏସବୁ ଅଞ୍ଚଳରେ ପାଣି ବନ୍ଦ, ଛଟପଟ ହେବେ ରାଜଧାନୀବାସୀ!

ନୂଆଦିଲ୍ଲୀ,୧୭।୪: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆଗାମୀ ସୋମବାର ଆପଣଙ୍କୁ ପାଣି ଅଭାବର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆମେ ଏହା କହୁନାହୁଁ, ବରଂ ଏହି...

ବିଧାୟକଙ୍କ ଦ୍ବାରା ନଦୀଜଳ ସଂରକ୍ଷଣ ପ୍ରକଳ୍ପ ଉଦଘାଟିତ

ଦିଗପହଣ୍ଡି,୧୭।୪,(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଜକମେରୀପଲ୍ଲୀ ଗ୍ରାମ ରାମନଦୀରେ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ୫୯.୯୦ କୋଟି ଟଙ୍କା ବ୍ୟୟ...

CBI ଚଢାଉ ପରେ ଦିଲ୍ଲୀରେ ରାଜନୈତିକ ବାତାବରଣ ସରଗରମ, AAPର ଅନେକ ନେତା ଭାଜପା ସମ୍ପର୍କରେ

ନୂଆଦିଲ୍ଲୀ,୧୭।୪: ବିଧାନସଭା ନିର୍ବାଚନ ଶେଷ ହେବା ପରେ ମଧ୍ୟ, ଦିଲ୍ଲୀ ରାଜନୀତିରେ ପରିବର୍ତ୍ତନ ଏବଂ ଅନ୍ୟମାନଙ୍କ ବିଶ୍ୱାସ ପରିବର୍ତ୍ତନ କରିବାର ପ୍ରୟାସ ଜାରି ରହିଛି। ଆମ...

ଫ୍ରେଞ୍ଚ ଓପନରେ ସମ୍ମାନିତ ହେବେ ନାଡାଲ

ପ୍ୟାରିସ,୧୭ା୪: ଆସନ୍ତା ମେ’ ୨୫ ତାରିଖରେ ଫ୍ରେଞ୍ଚ ଓପନ ତଥା ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟ ଆରମ୍ଭ ହେବ। ଟୁର୍ନାମେଣ୍ଟର ଉଦ୍‌ଘାଟନୀ ଦିନ ଅବସରପ୍ରାପ୍ତ...

ବିଜୁବାବୁଙ୍କର ଶ୍ରାଦ୍ଧବାର୍ଷିକୀରେ ତିଳତର୍ପଣ: ସାମିଲ ହେଲେ ଶତାଧିକ ବିଜୁପ୍ରେମୀ

ବରଗଡ଼, ୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ନିର୍ବାଚନ ମଣ୍ଡଳୀ ବିଜେଡି ତରଫରୁ ଭେଡେନ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବାବା ଜଳେଶର ମହାଦେବଙ୍କ ପବିତ୍ରସ୍ଥଳୀ କୁଦପାଲି...

ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌ଙ୍କୁ ଜରିମାନା

ନୂଆଦିଲ୍ଲୀ,୧୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆଚରଣସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗରେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ କୋଚ୍‌ ମୁନାଫ ପଟେଲଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri