ସ୍କୁଲ ୟୁନିଫର୍ମ, ଜୋତା ଗୁଣବତ୍ତା ପ୍ରଭାବିତ ହେଉଛି

ରସୁଲପୁର,୬।୧୨(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତର ୨୧୭ ବିଦ୍ୟାଳୟରେ ୩୦ହଜାରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। ସେମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଜରିଆରେ ୟୁନିଫର୍ମ, ଜୋତା ପ୍ରଦାନ କରାଯାଉଛି। ଏ ବାବଦକୁ ଶିକ୍ଷା ବର୍ଷ ହାରରେ ୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ବିଦ୍ୟାଳୟଗୁଡ଼ିକର ଜମାଖାତାକୁ ଅନୁଦାନ ଆସୁଛି। ହେଲେ ଉକ୍ତ ଅର୍ଥର ବିନିଯୋଗ ଠିକ୍‌ରେ କରାଯାଉ ନାହିଁ ବୋଲି ଅଭିଯୋଗ ହେଉଛି। ବିଦ୍ୟାର୍ଥୀମାନଙ୍କୁ ଗୁଣବତ୍ତା ସମ୍ପନ୍ନ ୟୁନିଫର୍ମ ଓ ଜୋତା ପ୍ରଦାନରେ ଲାଭଖୋର ମନୋଭାବ ବାଧକ ସାଜୁଛି। ଯୋଜନାର ସିଂହଭାଗ ମଧ୍ୟସ୍ଥି ପକେଟକୁ ଯାଉଥିବାରୁ ଏଭଳି ସ୍ଥିତି ଉପୁଜୁଛି। ୟୁନିଫର୍ମ ଓ ଜୋତା ବାବଦକୁ ଆସୁଥିବା ଅର୍ଥ ବିଦ୍ୟାଳୟ ଜମାଖାତାକୁ ପ୍ରଦାନ କରା ନ ଯାଇ ସିଧାସଳଖ ପିଲାଙ୍କ ଜମାଖାତାକୁ ପ୍ରଦାନ କରିବାକୁ ଅଭିଭାବକଙ୍କ ମହଲରେ ଦାବି ହେଉଛି। ପୂର୍ବରୁ ନବମ ଶ୍ରେଣୀ ପିଲାଙ୍କ ସାଇକେଲ ଅର୍ଥ ବିଦ୍ୟାଳୟ ଜମାଖାତାକୁ ଆସୁଥିଲା। ଏବେ ସେ ଅର୍ଥ ବିଦ୍ୟାର୍ଥୀଙ୍କ ଜମାଖାତାକୁ ପ୍ରଦାନ କରାଯାଉଛି। କରୋନା ସମୟରେ ମଧ୍ୟାହ୍ନଭୋଜନ ଅର୍ଥ ପିଲାମାନଙ୍କୁ ପ୍ରଦାନ କରାଯାଇଥିଲା। ସେହିଭଳି ୟୁନିଫର୍ମ ଓ ଜୋତା ଅର୍ଥକୁ ବିଦ୍ୟାର୍ଥୀମାନଙ୍କୁ ପ୍ରଦାନ କରାଯାଉ ବୋଲି ଅଭିଭାବକ ଯୁକ୍ତି ବାଢ଼ିଛନ୍ତି।
ବ୍ଲକ ଅଧୀନରେ ୧୫୫ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୧୮ ବ୍ଲକଗ୍ରାଣ୍ଟ୍‌ ଓ ୪୪ ଉଚ୍ଚ ବିଦ୍ୟାଳୟ ରହିଛି। ଏ ସବୁ ବିଦ୍ୟାଳୟରେ ଅଧ୍ୟୟନରତ ପିଲାମାନଙ୍କୁ ୟୁନିଫର୍ମ ଯୋଗାଇ ଦେବାକୁ ଗଙ୍ଗାଧର ମେହେର ପରିଧାନ ଯୋଜନା, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଛାତ୍ରୀଛାତ୍ର ପରିଧାନ ଯୋଜନା ଜରିଆରେ ଅର୍ଥ ପ୍ରଦାନ କରାଯାଉଛି। ପ୍ରଥମରୁ ୮ମ ଶ୍ରେଣୀ ପିଲାମାନଙ୍କୁ ୨ ହଳ ପୋଷାକ ଓ ଜୋତା ପାଇଁ ୬୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଉଛି। ୯ମ ଓ ୧୦ମ ଶ୍ରେଣୀ ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନାରେ ମୁଣ୍ଡପିଛା ୧ ହଜାର ଟଙ୍କା ଲେଖାଏ ଆସୁଛି। ଏହି ଅର୍ଥକୁ ବିଦ୍ୟାଳୟ ପକ୍ଷରୁ ବିନିଯୋଗ କରାଯାଉଛି। ବିଦ୍ୟାଳୟଗୁଡ଼ିକ ପୋଷାକ ପାଇଁ ଏଜେନ୍ସିମାନଙ୍କ ଉପରେ ନିର୍ଭର କରୁଛନ୍ତି। ଏଜେନ୍ସିମାନଙ୍କଠାରୁ ସାମ୍ପଲ ସଂଗ୍ରହ କରାଯାଇ ପୋଷାକ ପ୍ରଦାନ ପାଇଁ ଅର୍ଡର ଦିଆଯାଉଛି। ଏଜେନ୍ସି ସେମାନଙ୍କ ଲାଭକୁ ଯୋଡ଼ିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ କମିଟିର ସଭାପତିଙ୍କୁ ଆପାୟିତ କରିବା ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥ ପୋଷାକ ବିଲ୍‌ ସହ ଯୋଡ଼ୁଛନ୍ତି। ଏତାଦୃଶ ବିଚାର ପୋଷାକର ଗୁଣବତ୍ତାକୁ ପ୍ରଭାବିତ କରୁଛି। ଶିକ୍ଷାବର୍ଷରେ ମିଳୁଥିବା ୨ ହଳ ପୋଷାକ ମାତ୍ର ଦିନ କେଇଟାରେ ପିନ୍ଧିବା ଯୋଗ୍ୟ ହୋଇ ରହୁନାହିଁ। ଜୋତାଗୁଡ଼ିକ ସ୍ବଳ୍ପ ସମୟ ବ୍ୟବଧାନରେ ଫାଟିଯାଉଛି।
ଅନ୍ୟପକ୍ଷରେ ଏ ବାବଦକୁ ଅର୍ଥ ବିଦ୍ୟାଳୟ ଜମାଖାତାକୁ ଠିକ୍‌ ସମୟରେ ଆସୁନାହିଁ। ଶିକ୍ଷାବର୍ଷର ଅଧାଅଧି ଅବଧି ସୁଧା କେତେକ ବିଦ୍ୟାଳୟରେ ପୋଷାକ ବିତରଣ ହୋଇପାରି ନ ଥିବା ଜଣାଯାଇଛି। କେତେକ କ୍ଷେତ୍ରରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ଯୋଗୁ ପୋଷାକ ବିତରଣ ସମ୍ଭବ ହୋଇପାରୁ ନ ଥିବା କୁହାଯାଉଛି। ଏଭଳି ନାନା ସମସ୍ୟା ଯୋଗୁ ବିଦ୍ୟାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସୁବିଧା ଲକ୍ଷ୍ୟଚ୍ୟୁତ ହୋଇଯାଉଛି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ନିଳାମ୍ବର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ପକ୍ଷରୁ ପୋଷାକ କିଣିବାକୁ ନିଷ୍ପତ୍ତି ନିଆଯାଉଛି। ସେମାନେ ବିଭିନ୍ନ ଏଜେନ୍ସିଠାରୁ କୋଟେସନ ଆଣୁଛନ୍ତି। ଯେଉଁ ଏଜେନ୍ସି କମ୍‌ ଖର୍ଚ୍ଚରେ ଭଲ ପୋଷାକ ପ୍ରଦାନ କରିବାକୁ ସମ୍ମତି ପ୍ରକାଶ କରୁଛନ୍ତି ସେମାନଙ୍କଠାରୁ ପୋଷାକ ଆଣିବା ପାଇଁ ଅର୍ଡର ଦିଆଯାଉଛି ବୋଲି ପ୍ରଧାନଶିକ୍ଷକମାନଙ୍କଠାରୁ ସୂଚନା ମିଳୁଛି। ଏଥିରେ ବ୍ଲକ ଶିକ୍ଷାଧିକାରୀଙ୍କର କୌଣସି ଭୂମିକା ନାହିଁ। ତେବେ ଏ ଦିଗରେ ଯେଉଁଠାରୁ ଅଭିଯୋଗ ଆସିବ ତା’ ଉପରେ ତଦନ୍ତ କରାଯାଇ ୟୁନିଫର୍ମ ବଣ୍ଟନରେ ଅନିୟମିତତା ହୋଇଥିବା ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମିଶ୍ର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?