ଆଦିମ ଅଧିବାସୀ ଜୁଆଙ୍ଗଙ୍କ ଜୀବନଧାରା

ବଣପାହାଡ଼ ଘେରା କେନ୍ଦୁଝର ଜିଲାରେ ୪୬ ଜାତିର ଅଧିବାସୀଙ୍କୁ ଆଦିବାସୀ ତାଲିକା ଭୁକ୍ତ କରାଯାଇଛି। ସେଥିମଧ୍ୟରୁ ୧୬ ଆଦିମ ଅଧିବାସୀଙ୍କ ଜୀବନଶୈଳୀରେ ଆଜି ବି ସ୍ବତନ୍ତ୍ରତା ରହିଛି। ଅତି ପୁରାତନ ଆଦିବାସୀ ଭାବରେ ଜୁଆଙ୍ଗ ଜାତି ପରିଗଣିତ ହେଉଥିବା ବେଳେ ଏମାନେ ଓଡ଼ିଶାର କେନ୍ଦୁଝର ଓ ଢେଙ୍କାନାଳ ଜିଲାରେ ବସବାସ କରନ୍ତି। ଜିଲାର ବାଂଶପାଳ, ତେଲକୋଇ ଓ ହରିଚନ୍ଦନପୁର ବ୍ଲକ୍‌ରେ ଏମାନଙ୍କ ସଂଖ୍ୟା ଅଧିକ। ଜୁଆଙ୍ଗ ଜାତିର ଲୋକମାନଙ୍କ ଜୀବନଶୈଳୀ ଅନ୍ୟାନ୍ୟ ଆଦିବାସୀ ବର୍ଗର ଲୋକମାନଙ୍କଠାରୁ ସରଳ ଓ ସ୍ବତନ୍ତ୍ର। ସରକାର ଆଦିବାସୀମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ ଓ ପାଶ୍ଚାତ୍ୟ ସଭ୍ୟତାର ଅନୁପ୍ରବେଶରେ ପାହାଡ଼ି ମଣିଷଙ୍କ ଜୀବନଧାରାରେ ଅନେକ ପରିବର୍ତ୍ତନ ଆସିଛି। ମାତ୍ର ଜୁଆଙ୍ଗମାନେ ଏବେ ବି ପୁରାତନ ଜୀବନ ଧାରାରେ ଜୀବନ ଅତିବାହିତ କରିଆସୁଛନ୍ତି।
କେନ୍ଦୁଝର ଡିରେକ୍ଟରି ଅନୁଯାୟୀ, ଜୁଆଙ୍ଗ ଶବ୍ଦର ଅର୍ଥ ‘ମଣିଷ’। ଏମାନେ ଅତି ପ୍ରାଚୀନ ଅବସ୍ଥାରେ ଗଛର ପତ୍ରକୁ ପୋଷାକ ଭାବେ ବ୍ୟବହାର କରୁଥିବାରୁ ଐତିହାସିକ ଡବ୍ଲୁ ଡବ୍ଲୁ ହଣ୍ଟର ଏହି ଜାତିକୁ ଲିଫ୍‌ ୱେରିଙ୍ଗ ଟ୍ରାଇବସ୍‌ ବୋଲି କହିଥିଲେ। ଏମାନଙ୍କର ପାରମ୍ପରିକ ପୂଜକଙ୍କୁ ବୋଇତ ବା ଦେହୁରୀ କୁହାଯାଏ। ସରଳ ଗ୍ରାମୀଣ ଆଦିବାସୀମାନେ ଧର୍ମଦେବତା, ବସୁମାତା ଓ ସୂର୍ଯ୍ୟଦେବଙ୍କୁ ଉପାସନା କରିଥାନ୍ତି। ପ୍ରାକୃତିକ ପରିବେଶ ପରିପୂର୍ଣ୍ଣ ବଣପାହାଡ଼ ନଦୀ ଘେରା ପାର୍ବତ୍ୟ ଅଞ୍ଚଳରେ ଏମାନେ ଛୋଟ ଛୋଟ ଗ୍ରାମ ସ୍ଥାପନ କରି ରହିଥାନ୍ତି। ଏମାନେ ଭୂତ, ପ୍ରେତ ଓ ଅତୃପ୍ତ ଆତ୍ମାଙ୍କୁ ବିଶ୍ୱାସ କରିବା ସହ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ପର୍ବପର୍ବାଣିରେ ପାରମ୍ପରିକ ଖାଦ୍ୟ ଅର୍ପଣ କରିଥାନ୍ତି। ପୁଷ ପୁନେଇଁ, ଆମ୍ବ ନୂଆଖିଆ, ଅକ୍ଷୟ ତୃତୀୟା, ଆଷାଢ଼ୀ ପର୍ବ, ପିରହ ପୂଜା ଓ ଗୃହପାଳିତ ପଶୁସମ୍ପଦଙ୍କ ସୁରକ୍ଷା ପାଇଁ ଗହ୍ମା ପୂର୍ଣ୍ଣିମା ଆଦି ପର୍ବ ମହା ଆଡ଼ମ୍ବରରେ ପାଳନ କରିଥାନ୍ତି। ପ୍ରତ୍ୟେକ ପର୍ବ ଅବସରରେ ସେମାନଙ୍କର କଥିତ ଭାଷା ଜୁଆଙ୍ଗ ଭାଷାରେ ପାରମ୍ପରିକ ଗୀତ ଗାଇ ଚାଙ୍ଗୁ ବାଜାର ତାଳେ ତାଳେ ମହିଳା ଓ ପୁରୁଷମାନେ ଦଳବଦ୍ଧ ହୋଇ ନୃତ୍ୟଗୀତର ଆନନ୍ଦ ନେଇଥାନ୍ତି।
ଜୁଆଙ୍ଗଙ୍କ ବୈବାହିକ ଜୀବନ ବେଶ୍‌ ମାର୍ଜିତ ଓ ଶୃଙ୍ଖଳିତ। ଏମାନେ ଜୀବନରେ ଏକପତ୍ନୀ ବ୍ରତ ପାଳନ କରିବା ସହ ଅନ୍ୟ ସମ୍ପ୍ରଦାୟରେ ବିବାହକୁ ନାପସନ୍ଦ କରିଥାନ୍ତି। ଏମାନେ ମୁଖ୍ୟତଃ କୃଷି, ପଶୁପାଳନ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ନିକଟ ବଜାରରେ ବିକ୍ରିକରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ପୋଡୁଚାଷରେ ପାରମ୍ପରିକ ଶୈଳୀରେ ମକା, ମାଣ୍ଡିଆ, ଗୁଳୁଦି, ହଳଦୀ, ସୋରିଷ, ବାଜରା ଓ ଗୋଡ଼ାଧାନ ଆଦି ଚାଷ କରୁଥିବା ବେଳେ ଜଙ୍ଗଲରୁ ଝୁଣା, ମହୁ, ମହୁଲଫୁଲ, ହରିଡ଼ା, ବାହାଡ଼ା, ଅଁଳା ଆଦି ସଂଗ୍ରହ କରି ବଜାରକୁ ନେଇ ବିକ୍ରି କରନ୍ତି। ଏବେ ଆଧୁନିକ ପଦ୍ଧତିରେ ଛେଳିଚାଷ, କୁକୁଡ଼ା ଚାଷ ଓ ଟସର ଚାଷ କରି ରୋଜଗାର ସହ ଜୀବନ ଧାରଣର ମାନକୁ ଉନ୍ନତ କରିପାରିଛନ୍ତି।
ବ୍ଲକ୍‌ର ୨୧ ପଞ୍ଚାୟତ ମଧ୍ୟରୁ ଅତ୍ୟନ୍ତ ଅନୁନ୍ନତ ୬ଟି ପଞ୍ଚାୟତ ଯଥା- ବାରାଗଡ଼, ଗୋନାସିକା, କୋଡ଼ିପଶା, ତଳଚମ୍ପେଇ, ବାୟାକୁମୁଟିଆ ଓ କୁଅଁର ଆଦି ପଞ୍ଚାୟତର ପ୍ରଥମ ପର୍ଯ୍ୟାୟରେ ୩୫ଟି ଗ୍ରାମ ଓ ପରେ ୧୯ଟି ଗ୍ରାମକୁ ବିକଶିତ ତଥା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସରକାରଙ୍କ ତରଫରୁ ଜୁଆଙ୍ଗ ଉନ୍ନୟନ ସଂସ୍ଥା ଗଠନ କରାଯାଇଛି।
ରିପୋର୍ଟ- ବୀରକିଶୋର
ଦାଶ, ପାଟଣା


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri