Odisha Elections 2024

କେନ୍ଦ୍ରାପଡ଼ା

ବିଜୟଙ୍କ ରୋଡ୍‌ ଶୋ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ

ପାଟକୁରା,୧୪।୭(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ରୋଡ୍‌ ଶୋ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି। ବିଜୟ ମହାପାତ୍ର ରାଜ୍ୟର ଜଣେ ଟାଣୁଆ ନେତା। ସେ ନିର୍ବାଚିତ ହେଲେ ପାଟକୁରା ଅଞ୍ଚଳ ଅଧିକ...

ପାଣି ଘେରରେ ବଗପାଟିଆର ୫ଶହ ପରିବାର

ରାଜନଗର, ୮।୭(ଡି.ଏନ.ଏ.): ଗତ ଏକ ସପ୍ତାହ ଧରି ବର୍ଷା ଲାଗି ରହିଛି। ତେବେ ବର୍ଷା ଯୋଗୁ ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତର ବଗପାଟିଆ ଠାରେ ବସବାସ କରୁଥିବା ସାତଭାୟାବାସୀଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି। ଅଧିକାଂଶ ସ୍ଥାନରେ ବର୍ଷାଜଳ...

ଦାଦାବଟି ମାଗି ଅଭିଯୁକ୍ତ ଗିରଫ: ୩୫ ହଜାର ଟଙ୍କା ସହ ମୋବାଇଲ, ଗାଡ଼ି ଜବତ

ପଟ୍ଟାମୁଣ୍ଡାଇ, ୩।୭(ସ୍ବ.ପ୍ର): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରର କପଡ଼ା ବ୍ୟବସାୟୀ ଉମେଶ ଚନ୍ଦ୍ର ସାହୁଙ୍କୁ ଫୋନରେ ଦାଦା ବଟି ମାଗିବା ସହ ଧମକ ଦେବା ଅଭିଯୋଗରେ ବୁଧବାର ପଟ୍ଟାମୁଣ୍ଡାଇ ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଭରତ ଚୁଲି।...

ବସ୍ତାରୁ ମିଳିଲା ମହିଳାଙ୍କ ମୃତଦେହ, ପୋଲିସର ତଦନ୍ତ ଆରମ୍ଭ

ରାଜନଗର, ୨୮।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଡେରା ପଞ୍ଚାୟତ କାଠୁଆଗଣ୍ଡ ଫରେଷ୍ଟ ବିଟ୍‌ ନିକଟରୁ ଏକ ବସ୍ତାରୁ ଜଣେ ମହିଳାଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ। ସ୍ଥାନୀୟ ଲୋକେ ଏକ ଉକ୍ତ ରାସ୍ତା...

ମଦ ଦୋକାନ ବନ୍ଦ ଦାବିରେ ମହିଳାଙ୍କ ରାସ୍ତାରୋକୋ

ରାଜନଗର, ୨୬।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତ୍ରିନାଥ ବଜାରସ୍ଥିତ ଏକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବନ୍ଦ ଦାବିରେ ବୁଧବାର ଶତାଧିକ ମହିଳା ରାସ୍ତାରୋକୋ କରିଛନ୍ତି। ଫଳରେ ପଟ୍ଟାମୁଣ୍ଡାଇ-ରାଜନଗର ମୁଖ୍ୟରାସ୍ତାରେ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଛି। ଶାନ୍ତିଲତା ବେହେରାଙ୍କ...

ନଳିତା,ଧନିଚା ବିହନ ନାହିଁ, ଚାଷୀ ହତାଶ

କେନ୍ଦ୍ରାପଡା ଅଫିସ, ୨୬ା୬- ତନ୍ତୁଜାତୀୟ ଫସଲ ପାଇଁ କେନ୍ଦ୍ରାପଡ଼ାର ସୁନାମ ରହିଛି। ୨୦୦୫ରେ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ମୋଟ ୨୧୫୨ ହେକ୍ଟର ଅଞ୍ଚଳରେ ଚାଷ ହୋଇଥିଲା ା ନଳିତା ଓ ମେସ୍ତା ପାଇଁ ଏଠରେ ଉପଯୁକ୍ତ ଭିତ୍ତିଭୂମିଥିବାରୁ ୨୦୧୦ ବେଳକୁ...

ବନ୍ଦ ହେବ ସରକାରୀ ପ୍ରାଥମିକ ବିଦ୍ୟାଳୟ: ଛାତ୍ରୀଛାତ୍ର, ଅଭିଭାବକ ମହଲରେ ଅସନ୍ତୋଷ

ମହାକାଳପଡା,୨୬ା୬(ଡି.ଏନ୍‌.ଏ.)- ମହାକାଳପଡ଼ା ବ୍ଲକ ବତିଘର ପଞ୍ଚାୟତ ଅନ୍ତର୍ଗତ ସାନ ନିପାଣିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୧୦ରୁ କମ୍‌ ରହିଛି। ଏନେଇ ସରକାରୀ ନିୟମ ଅନୁସାରେ ବିଦ୍ୟାଳୟକୁ ବନ୍ଦ କରାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ଅଜୟ କୁମାର...

୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଆଳି ଥାନା ଏଏସ୍‌ଆଇ

ଆଳି, ୨୫।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଏଏସ୍‌ଆଇ ରଣେନ୍ଦ୍ର ସାମଲ ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ମାମଲାରେ ଅଭିଯୁକ୍ତଙ୍କୁ ସହାୟତା କରିବାକୁ ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। କେନ୍ଦ୍ରାପଡ଼ା ଭିଜିଲାନ୍ସ...

ବାରିମୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଡେରାବିଶ, ୨୫ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ବାରିମୂଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ମଙ୍ଗଳବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ବାରିମୂଳ ଆଦିବାସୀ ସାହିର ପାର୍ବତୀ ହେମ୍ବ୍ରମ୍‌(୪୨)। ପରିବାରଙ୍କ ସୂଚନା ଅନୁଯାୟୀ, ସୋମବାର...

୭ମ ଥର ପାଇଁ ଅଣ୍ଡା ଦେଲା ‘ଗୋରୀ’

ରାଜନଗର,୨୫ା୬(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ଡାଙ୍ଗମାଳ ବଉଳା କୁମ୍ଭୀର ସଂରକ୍ଷଣ କେନ୍ଦ୍ରରେ ବସବାସ କରୁଥିବା ୪୫ ବର୍ଷୀୟ ଶଙ୍ଖୁଆ ବଉଳା କୁମ୍ଭୀର ‘ଗୋରୀ’ ୨ ଦଶନ୍ଧି ପରେ ପୁନର୍ବାର ଅଣ୍ଡା ଦେଇଛି ।...

ଯୁକ୍ତ ୩ ପଦାର୍ଥ ବିଜ୍ଞାନ ସେମିଷ୍ଟର ଫଳାଫଳକୁ ନେଇ ଅସନ୍ତୋଷ : ୧୬ ଛାତ୍ରୀଙ୍କ ମଧ୍ୟରୁ ୧୫ ଫେଲ

କେନ୍ଦ୍ରାପଡା ଅଫିସ, ୨୫ା୬- ପଦାର୍ଥ ବିଜ୍ଞାନର ୪ଟି ସେମିଷ୍ଟର ପରୀକ୍ଷାରେ ୭୦ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ୧୫ ଜଣ ଛାତ୍ରୀ ପଞ୍ଚମ ସେମିଷ୍ଟର ପରୀକ୍ଷାରେ ଫେଲ ହୋଇଯାଇଛନ୍ତି । ଏପରିକି ୧୦ରୁ ଅଧିକ ଛାତ୍ରୀ ଶୂନ ନମ୍ବର ରଖିଛନ୍ତି। ଉତ୍ତର...

ପଟ୍ଟାମୁଣ୍ଡାଇରେ କାଉ ମଡ଼କ: ବାର୍ଡଫ୍ଲ୍ୟୁ ସନ୍ଦେହ

ପଟ୍ଟାମୁଣ୍ଡାଇ,୨୪।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାଉ ମଡ଼କ ଦେଖିବାକୁ ମିଳିଛି। ଏତେ ସଂଖ୍ୟାରେ କାଉ ମରିବାନେଇ ବାର୍ଡଫ୍ଲ୍ୟୁ ଆଶଙ୍କା ପ୍ରକାଶ ପାଇଛି। ପଟ୍ଟାମୁଣ୍ଡାଇ ବ୍ଲକ ଖଡ଼ଇଣ୍ଟା ଗ୍ରାମରେ ସୋମବାର ସକାଳେ କେନାଲ ବନ୍ଧ ବରଗଛ ନିକଟରେ ଶତାଧିକ କାଉ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri