ଦଳୀୟ ପ୍ରାର୍ଥୀଙ୍କ ଖେଳ ବିଗାଡ଼ିଲେ ଅସନ୍ତୁଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୨୮।୩: ଆସନ୍ତା ସାଧାରଣ ନିର୍ବାଚନକୁ ଆଉ ଦୁଇବର୍ଷ ବାକି ଅଛି। ଏହା ପୂର୍ବରୁ ରାଜ୍ୟରେ ଲୋକଙ୍କ ମତିଗତିକୁ ପଞ୍ଚାୟତ ଓ ପୌର ନିର୍ବାଚନରେ ପରଖା ଯାଇଛି। ଏହି ଦୁଇ ନିର୍ବାଚନରେ ଯଦିଓ ବିଜେଡି ଏକପାଖିଆ ନେତୃତ୍ୱ ନେବା ସୁଯୋଗ ପାଇଛି, ତେବେ ଦଳୀୟ ବିଦ୍ରୋହ ସମସ୍ୟା ସୃଷ୍ଟି କରିଛି। ପଞ୍ଚାୟତଠାରୁ ପୌରାଞ୍ଚଳର ବିଦ୍ରୋହୀ ପ୍ରାର୍ଥୀ ସ୍ଥାନୀୟ ଅଞ୍ଚଳର ବିକାଶ ଓ ଦଳୀୟ ନେତୃତ୍ୱଙ୍କ ମନମୁଖି କାର୍ଯ୍ୟକୁ ପଦାରେ ପକାଇଛନ୍ତି। ସଦ୍ୟ ଅନୁଷ୍ଠିତ କେନ୍ଦ୍ରାପଡ଼ା ପୌର ନିର୍ବାଚନରେ ଏହାର ପ୍ରଭାବ ବିଶେଷ ଭାବେ ଦେଖିବାକୁ ମିଳିଛି। ଭୋଟ ପରେ ଅସନ୍ତୋଷର କାରଣ ଓ ଅସନ୍ତୁଷ୍ଟଙ୍କ ତାଲିକା ଆରମ୍ଭ ହୋଇଥିବା ରାଜନୈତିକ ବିଶ୍ଳେଷକ ମତ ଦେଇଛନ୍ତି।
ରାଜନୈତିକ ବିଶ୍ଳେଷକ ବାନାମ୍ବର ସାହୁ, ବିଧୁଭୂଷଣ ମହାପାତ୍ର, ଅମରବର ବିଶ୍ୱାଳ, ଗଣେଶ ଚନ୍ଦ୍ର ସାମଲ ପ୍ରମୁଖ କହିଛନ୍ତି, ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପାଇଁ ଏହି ଦୁଇ ନିର୍ବାଚନ ଫଳର ସମୀକ୍ଷା ଲାଗି ସୁଯୋଗ ଦେଇଛି। ଗମନାଗମନ, ସ୍ବାସ୍ଥ୍ୟ, ପାନୀୟ ଜଳ, କ୍ଷେତକୁ ଜଳ ପରିଚାଳନା ପରି ମୌଳିକ ସମସ୍ୟାରେ କେନ୍ଦ୍ରାପଡ଼ା ଜିଲା ଅଛି। ଶିଳ୍ପବିହୀନ ଏହି ଜିଲାର ଦାଦନ ସମସ୍ୟା ଉତ୍କଟ ହେବାରେ ଲାଗିଛି। କର୍ମ ନିଯୁକ୍ତି ସମସ୍ୟାକୁ କରୋନା ସଂକ୍ରମଣ ବଢ଼ାଇ ଦେଇଛି। ପ୍ରବାସୀ ଘରକୁ ଫେରିଥିଲେ ମଧ୍ୟ ଅର୍ଥନୀତି ସୁଦୃଢ଼ ନ ଥିବା, ସ୍ଥାନୀୟ ସମସ୍ୟାର ସମାଧାନ ହେଉ ନ ଥିବା ଓ ଦଳୀୟ ନେତାଙ୍କ ମନମୁଖି କାର୍ଯ୍ୟକୁ ନେଇ ଜିଲାବାସୀ ଭୋଟ ମାଧ୍ୟମରେ ଜବାବ ଦେଇଛନ୍ତି। ରାଜକନିକା ବ୍ଲକ ବରୁଣାଡିହା ପାଣି ପ୍ରକଳ୍ପ ଶାସକ ଦଳ ପାଇଁ ଭାରି ପଡିଛି। ଏଠାରେ ଥିବା ପଞ୍ଚାୟତଗୁଡିକରେ ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତିର ବହୁ କର୍ମକର୍ତ୍ତା ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପଦବୀକୁ ନେଇ ଶାସକ ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରାଜନୈତିକ ହିଂସା ଘଟିଛି। ଗରଦପୁର ବ୍ଲକରେ ମଧ୍ୟ ଅଧ୍ୟକ୍ଷ ନିର୍ବାଚନରେ ଶାସକ ଦଳର ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଡେରାବିଶ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ସ୍ଥାନୀୟ ବିଧାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମଧ୍ୟରେ ହୋଇଥିବା ଦ୍ୱନ୍ଦ୍ୱ ଧର୍ମଗୁଳାରେ ସମାପ୍ତ ହୋଇଛି। ଏହାବ୍ୟତୀତ ସଦ୍ୟତମ ଉଦାହରଣ ଭାବେ କେନ୍ଦ୍ରାପଡ଼ା ପୌର ନିର୍ବାଚନକୁ ନିଆଯାଇପାରେ। ରାଜ୍ୟର ସର୍ବପୁରାତନ ଏହି ପୌରାଞ୍ଚଳର ଆଶାନୁରୂପକ ବିକାଶ ହୋଇନାହିଁ। ଗତ ୨୦୦୯ରୁ ଅଦ୍ୟାବଧି ନିର୍ବାଚନରେ ଜିଲାର ବିଭିନ୍ନ ସ୍ଥାନରେ ଶିଳ୍ପ ପ୍ରତିଷ୍ଠା ଭେଳିକି ପରି ପୌରାଞ୍ଚଳରେ ଟ୍ରାଫିକ, ଜଳ ପରିମଳ, ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ, ଭେଣ୍ଡିଂ ଜୋନ୍‌, ଉନ୍ନତ ଖେଳପଡିଆ, ପାର୍କ, ଜଳ ନିଷ୍କାସନ ପ୍ରକଳ୍ପ ଆଦି ପ୍ରତିଶ୍ରୁତି ମିଳିଛି। ତେବେ ଏହି ପ୍ରତିଶ୍ରୁତି ସହରବାସୀଙ୍କୁ ଆକୃଷ୍ଟ କରିନାହିଁ। ଏଠାରେ ୨୧ଟି ୱାର୍ଡରୁ ଶାସକ ଦଳ ୧୧ଟି ପାଇଥିବା ବେଳେ ୪ ବିଦ୍ରୋହୀ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଥିସହ ୫ଟିରେ କଂଗ୍ରେସ ଓ ଗୋଟିଏରେ ଭାଜପା ପ୍ରାର୍ଥୀ ଜିତିଛନ୍ତି। ସ୍ଥାନୀୟ ଦଳୀୟ ନେତାଙ୍କ ମନମୁଖି କାର୍ଯ୍ୟ ବିଦ୍ରୋହର କାରଣ ବୋଲି ଆଲୋଚନା ହେଉଛି। ସେହିପରି ଜିଲାର ସମସ୍ୟା ସମ୍ପର୍କରେ ଅବଗତ ନ ଥିବା ଲୋକଙ୍କୁ ଏମ୍‌ପି ଓ ବିଧାୟକ ଟିକେଟ ଦିଆଯାଉଥିବା ଯୋଗୁ ସମସ୍ୟା ନେଇ ଉପଯୁକ୍ତ ସ୍ଥାନରେ ପ୍ରତିନିଧିତ୍ୱ ହେଉ ନ ଥିବା ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି। ଦଳୀୟ ଭୋଟ ହାର ସମ୍ପର୍କରେ ସେମାନେ ପ୍ରକାଶ କରିଛନ୍ତି, ତୁଳନାତ୍ମକ ଭାବେ ଭାଜପାର ଭୋଟ ହାର ବଢ଼ିନାହିଁ। ତେବେ କଂଗ୍ରେସର ପ୍ରାୟ ୫ ପ୍ରତିଶତ ଭୋଟ ଶାସକ ବିଜେଡିକୁ ଯାଇଛି। ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖାଯାଇ ସମସ୍ତ ଦଳର ଅସନ୍ତୁଷ୍ଟଙ୍କ ତାଲିକା ପ୍ରସ୍ତୁତ ହେଉଛି। ଏମାନଙ୍କ ମଧ୍ୟରେ କିଏ କେତେ ଉପଯୋଗୀ ବୋଲି ବିଚାରବିମର୍ଶ ଚାଲିଥିବା ବିଶ୍ଳେଷକମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri