ଦଳୀୟ ପ୍ରାର୍ଥୀଙ୍କ ଖେଳ ବିଗାଡ଼ିଲେ ଅସନ୍ତୁଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୨୮।୩: ଆସନ୍ତା ସାଧାରଣ ନିର୍ବାଚନକୁ ଆଉ ଦୁଇବର୍ଷ ବାକି ଅଛି। ଏହା ପୂର୍ବରୁ ରାଜ୍ୟରେ ଲୋକଙ୍କ ମତିଗତିକୁ ପଞ୍ଚାୟତ ଓ ପୌର ନିର୍ବାଚନରେ ପରଖା ଯାଇଛି। ଏହି ଦୁଇ ନିର୍ବାଚନରେ ଯଦିଓ ବିଜେଡି ଏକପାଖିଆ ନେତୃତ୍ୱ ନେବା ସୁଯୋଗ ପାଇଛି, ତେବେ ଦଳୀୟ ବିଦ୍ରୋହ ସମସ୍ୟା ସୃଷ୍ଟି କରିଛି। ପଞ୍ଚାୟତଠାରୁ ପୌରାଞ୍ଚଳର ବିଦ୍ରୋହୀ ପ୍ରାର୍ଥୀ ସ୍ଥାନୀୟ ଅଞ୍ଚଳର ବିକାଶ ଓ ଦଳୀୟ ନେତୃତ୍ୱଙ୍କ ମନମୁଖି କାର୍ଯ୍ୟକୁ ପଦାରେ ପକାଇଛନ୍ତି। ସଦ୍ୟ ଅନୁଷ୍ଠିତ କେନ୍ଦ୍ରାପଡ଼ା ପୌର ନିର୍ବାଚନରେ ଏହାର ପ୍ରଭାବ ବିଶେଷ ଭାବେ ଦେଖିବାକୁ ମିଳିଛି। ଭୋଟ ପରେ ଅସନ୍ତୋଷର କାରଣ ଓ ଅସନ୍ତୁଷ୍ଟଙ୍କ ତାଲିକା ଆରମ୍ଭ ହୋଇଥିବା ରାଜନୈତିକ ବିଶ୍ଳେଷକ ମତ ଦେଇଛନ୍ତି।
ରାଜନୈତିକ ବିଶ୍ଳେଷକ ବାନାମ୍ବର ସାହୁ, ବିଧୁଭୂଷଣ ମହାପାତ୍ର, ଅମରବର ବିଶ୍ୱାଳ, ଗଣେଶ ଚନ୍ଦ୍ର ସାମଲ ପ୍ରମୁଖ କହିଛନ୍ତି, ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପାଇଁ ଏହି ଦୁଇ ନିର୍ବାଚନ ଫଳର ସମୀକ୍ଷା ଲାଗି ସୁଯୋଗ ଦେଇଛି। ଗମନାଗମନ, ସ୍ବାସ୍ଥ୍ୟ, ପାନୀୟ ଜଳ, କ୍ଷେତକୁ ଜଳ ପରିଚାଳନା ପରି ମୌଳିକ ସମସ୍ୟାରେ କେନ୍ଦ୍ରାପଡ଼ା ଜିଲା ଅଛି। ଶିଳ୍ପବିହୀନ ଏହି ଜିଲାର ଦାଦନ ସମସ୍ୟା ଉତ୍କଟ ହେବାରେ ଲାଗିଛି। କର୍ମ ନିଯୁକ୍ତି ସମସ୍ୟାକୁ କରୋନା ସଂକ୍ରମଣ ବଢ଼ାଇ ଦେଇଛି। ପ୍ରବାସୀ ଘରକୁ ଫେରିଥିଲେ ମଧ୍ୟ ଅର୍ଥନୀତି ସୁଦୃଢ଼ ନ ଥିବା, ସ୍ଥାନୀୟ ସମସ୍ୟାର ସମାଧାନ ହେଉ ନ ଥିବା ଓ ଦଳୀୟ ନେତାଙ୍କ ମନମୁଖି କାର୍ଯ୍ୟକୁ ନେଇ ଜିଲାବାସୀ ଭୋଟ ମାଧ୍ୟମରେ ଜବାବ ଦେଇଛନ୍ତି। ରାଜକନିକା ବ୍ଲକ ବରୁଣାଡିହା ପାଣି ପ୍ରକଳ୍ପ ଶାସକ ଦଳ ପାଇଁ ଭାରି ପଡିଛି। ଏଠାରେ ଥିବା ପଞ୍ଚାୟତଗୁଡିକରେ ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତିର ବହୁ କର୍ମକର୍ତ୍ତା ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପଦବୀକୁ ନେଇ ଶାସକ ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରାଜନୈତିକ ହିଂସା ଘଟିଛି। ଗରଦପୁର ବ୍ଲକରେ ମଧ୍ୟ ଅଧ୍ୟକ୍ଷ ନିର୍ବାଚନରେ ଶାସକ ଦଳର ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଡେରାବିଶ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ସ୍ଥାନୀୟ ବିଧାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମଧ୍ୟରେ ହୋଇଥିବା ଦ୍ୱନ୍ଦ୍ୱ ଧର୍ମଗୁଳାରେ ସମାପ୍ତ ହୋଇଛି। ଏହାବ୍ୟତୀତ ସଦ୍ୟତମ ଉଦାହରଣ ଭାବେ କେନ୍ଦ୍ରାପଡ଼ା ପୌର ନିର୍ବାଚନକୁ ନିଆଯାଇପାରେ। ରାଜ୍ୟର ସର୍ବପୁରାତନ ଏହି ପୌରାଞ୍ଚଳର ଆଶାନୁରୂପକ ବିକାଶ ହୋଇନାହିଁ। ଗତ ୨୦୦୯ରୁ ଅଦ୍ୟାବଧି ନିର୍ବାଚନରେ ଜିଲାର ବିଭିନ୍ନ ସ୍ଥାନରେ ଶିଳ୍ପ ପ୍ରତିଷ୍ଠା ଭେଳିକି ପରି ପୌରାଞ୍ଚଳରେ ଟ୍ରାଫିକ, ଜଳ ପରିମଳ, ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ, ଭେଣ୍ଡିଂ ଜୋନ୍‌, ଉନ୍ନତ ଖେଳପଡିଆ, ପାର୍କ, ଜଳ ନିଷ୍କାସନ ପ୍ରକଳ୍ପ ଆଦି ପ୍ରତିଶ୍ରୁତି ମିଳିଛି। ତେବେ ଏହି ପ୍ରତିଶ୍ରୁତି ସହରବାସୀଙ୍କୁ ଆକୃଷ୍ଟ କରିନାହିଁ। ଏଠାରେ ୨୧ଟି ୱାର୍ଡରୁ ଶାସକ ଦଳ ୧୧ଟି ପାଇଥିବା ବେଳେ ୪ ବିଦ୍ରୋହୀ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଥିସହ ୫ଟିରେ କଂଗ୍ରେସ ଓ ଗୋଟିଏରେ ଭାଜପା ପ୍ରାର୍ଥୀ ଜିତିଛନ୍ତି। ସ୍ଥାନୀୟ ଦଳୀୟ ନେତାଙ୍କ ମନମୁଖି କାର୍ଯ୍ୟ ବିଦ୍ରୋହର କାରଣ ବୋଲି ଆଲୋଚନା ହେଉଛି। ସେହିପରି ଜିଲାର ସମସ୍ୟା ସମ୍ପର୍କରେ ଅବଗତ ନ ଥିବା ଲୋକଙ୍କୁ ଏମ୍‌ପି ଓ ବିଧାୟକ ଟିକେଟ ଦିଆଯାଉଥିବା ଯୋଗୁ ସମସ୍ୟା ନେଇ ଉପଯୁକ୍ତ ସ୍ଥାନରେ ପ୍ରତିନିଧିତ୍ୱ ହେଉ ନ ଥିବା ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି। ଦଳୀୟ ଭୋଟ ହାର ସମ୍ପର୍କରେ ସେମାନେ ପ୍ରକାଶ କରିଛନ୍ତି, ତୁଳନାତ୍ମକ ଭାବେ ଭାଜପାର ଭୋଟ ହାର ବଢ଼ିନାହିଁ। ତେବେ କଂଗ୍ରେସର ପ୍ରାୟ ୫ ପ୍ରତିଶତ ଭୋଟ ଶାସକ ବିଜେଡିକୁ ଯାଇଛି। ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖାଯାଇ ସମସ୍ତ ଦଳର ଅସନ୍ତୁଷ୍ଟଙ୍କ ତାଲିକା ପ୍ରସ୍ତୁତ ହେଉଛି। ଏମାନଙ୍କ ମଧ୍ୟରେ କିଏ କେତେ ଉପଯୋଗୀ ବୋଲି ବିଚାରବିମର୍ଶ ଚାଲିଥିବା ବିଶ୍ଳେଷକମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?