କୃଷିଭିତ୍ତିକ ଜିଲାରେ ନାହିଁ ଆଦର୍ଶ କୃଷି ଉଦ୍ୟାନ

କେନ୍ଦ୍ରାପଡ଼ା ଅଫିସ, ୪ା୪: ରାଜ୍ୟର ପ୍ରତି ଜିଲାରେ ଆଦର୍ଶ କୃଷି ଉଦ୍ୟାନ ପ୍ରତିଷ୍ଠା ହୋଇଛି। ଉଦ୍ୟାନ କୃଷି ମିଶନ ଅଧୀନରେ ଉନ୍ନତ ଧରଣର ଆମ୍ବ, ନଡ଼ିଆ, ପିଜୁଳି, ଅମୃତଭଣ୍ଡା, ସପୁରି ଆଦି ସହ ଫୁଲଚାରା ଘରୋଇ ବଗିଚା ପାଇଁ ସୁଲଭ ମୂଲ୍ୟରେ ଚାଷୀ ପାଉଛନ୍ତି। ତେବେ କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଏହି ଉଦ୍ୟାନ ପ୍ରତିଷ୍ଠା ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ଅଦ୍ୟାବଧି ସଫଳ ହୋଇନାହିଁ। ଏପରି ପ୍ରକଳ୍ପ ପାଇଁ ଗତ ୭ ବର୍ଷ ପୂର୍ବେ ଉଦ୍ୟମ ଆରମ୍ଭ ହୋଇଥିଲା। କୃଷି ଉଦ୍ୟାନ ପାଇଁ ଡେରାବିଶ ବ୍ଲକ ନୋଳସାହିଠାରେ ୬୦ ଏକର ଜମି ଚିହ୍ନଟ ହୋଇଥିଲା। ପ୍ରାଚୀର ଓ ଫଳ ଫୁଲ ପାଇଁ ୨ କୋଟି ଟଙ୍କା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବ୍ୟୟ ବରାଦ ହୋଇଥିଲା। ଏହାସତ୍ତ୍ୱେ ପ୍ରକଳ୍ପକୁ ତ୍ୱରାନ୍ବିତ କରାଯାଇ ପାରିନାହିଁ। ପ୍ରଶାସନିକ ଅସହଯୋଗରୁ ପ୍ରକଳ୍ପକୁ ଆରମ୍ଭ ପୂର୍ବରୁ ମାରି ଦିଆଗଲା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ, ଚାଷୀ ଓ କୃଷକ ନେତାମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ, ବିଧୁଭୂଷଣ ମହାପାତ୍ର, ସାମାଜିକ କର୍ମୀ ମନୋଜ ନାୟକ, ବୁଦ୍ଧିଜୀବୀ ପ୍ରଭାତ ପରିଡା, ରାଧାକାନ୍ତ ମହାନ୍ତି କହିଛନ୍ତି, ଖଣି ଓ ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ଜିଲାର ସମତଳ ଓ ଉର୍ବର ମାଟି, ପରିବେଶ, ପ୍ରବାହିତ ୭ ନଦୀ ସହ ଉପଯୁକ୍ତ ପରିମାଣର ବର୍ଷା ଜଳ ବିଭିନ୍ନ ପ୍ରକାର ଫଳ, ଫୁଲ, ପନିପରିବା ପରି ଅର୍ଥକରୀ ଫସଲ ପାଇଁ ଉପଯୁକ୍ତ। ଫସଲ ପାଇଁ ଆବଶ୍ୟକ ପରିବେଶ ଥିଲେ ମଧ୍ୟ ଚାଷୀଙ୍କ ପାଇଁ ଉନ୍ନତ ଚାରା, ବୈଜ୍ଞାନିକ ପଦ୍ଧତିର ତାଲିମ, ସରକାରୀ ରିହାତିରେ କୃଷି ଯନ୍ତ୍ରପାତି ଆଦି ସମସ୍ୟା ସୃଷ୍ଟି କରିଛି। ଏ ସବୁର ସମାଧାନ ଜିଲାର ଆଦର୍ଶ କୃଷି ଉଦ୍ୟାନ ପ୍ରତିଷ୍ଠା ଦ୍ୱାରା କିଛି ମାତ୍ରାରେ ସମାଧାନ ହୋଇ ପାରିଥାନ୍ତା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନୋଳସାହିଠାରେ ଚିହ୍ନଟ ୬୦ ଏକର ଜମିରେ ଆଦର୍ଶ କୃଷି ଉଦ୍ୟାନ ପାଇଁ ପ୍ରାଥମିକ ସ୍ତରରେ ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏଥିସହ ଭିତ୍ତିଭୂମି ପ୍ରତିଷ୍ଠା, ଚାରିପାଖରେ ପାଚେରି ନିର୍ମାଣ, ଉନ୍ନତ କିସମର ଚାରା ସୃଷ୍ଟି ପାଇଁ ପ୍ରାୟ ୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ତେବେ କୌଣସି କାରଣରୁ ଏହି ଆଦର୍ଶ କୃଷି ଉଦ୍ୟାନ ପ୍ରତିଷ୍ଠା ସମ୍ଭବ ହୋଇପାରିନାହିଁ। ଅପରପକ୍ଷରେ ଗ୍ରାମାଞ୍ଚଳରେ ଫଳ ଚାରା ରୋପଣ ନାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଗତ ୫ ବର୍ଷ ମଧ୍ୟରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିବା ଦର୍ଶାଯାଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ନଡ଼ିଆ ଗଛ ରୋପଣ ପାଇଁ ଏହି ଅର୍ଥ ବିନିଯୋଗ ହୋଇଥିବା ବେଳେ ଗରଦପୁର ଓ ଡେରାବିଶ ବ୍ଲକ ଅଞ୍ଚଳର ବହୁ ହିତାଧିକାରୀ ଅର୍ଥ ଉଠାଇ ଥିଲେ ମଧ୍ୟ ଗଛର ଚିହ୍ନବର୍ଣ୍ଣ ନାହିଁ। ସେହିପରି ହିତାଧିକାରୀଙ୍କ ଜମି ନ ଥିବା ସତ୍ତ୍ୱେ ନଡ଼ିଆ ଗଛ ରୋପଣ କରିଥିବା ନେଇ ଟଙ୍କା ଉଠାଇଛନ୍ତି। ଏହାର ତଦନ୍ତ ହେଲେ ବିଭାଗର ଚାରା ରୋପଣ ଦୁର୍ନୀତି ପଦାକୁ ଆସିବ। ସେହିପରି ଜିଲାରେ ଆଦର୍ଶ କୃଷି ଉଦ୍ୟାନ ପ୍ରତିଷ୍ଠା କରି ଚାଷୀଙ୍କୁ ସହଯୋଗ ଦେବା ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ କନ୍ଧ ଜେନାଙ୍କୁ ପଚାରିବାରେ ପ୍ରସ୍ତାବିତ ଆଦର୍ଶ କୃଷି ଉଦ୍ୟାନ ଅଞ୍ଚଳ ବନ ବିଭାଗ ଅଧୀନରେ ଅଛି। ବନ ବିଭାଗର ଅନୁମତି ବିନା କାର୍ଯ୍ୟ ଆରମ୍ଭ ସମ୍ଭବ ନୁହେଁ। ଏପରି ପ୍ରକଳ୍ପ ପ୍ରତିଷ୍ଠା ନେଇ ଉଦ୍ୟମ ଓ ପ୍ରକ୍ରିୟା ଅବ୍ୟାହତ ଅଛି। ନଡ଼ିଆ ଗଛ ରୋପଣରେ ଅନିୟମିତତା ସମ୍ପର୍କରେ ତଦନ୍ତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri