ଡଲ୍‌ଫିନ୍‌, ଅଲିଭ୍‌ ରିଡ୍‌ଲେ ସୁରକ୍ଷା ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୨।୪: ରାଜ୍ୟ ପର୍ଯ୍ୟାବରଣ ବିଭାଗ ଡଲ୍‌ଫିନ୍‌ ଗଣନା ଫଳ ନିକଟରେ ପ୍ରକାଶ କରିଛନ୍ତି। ୨୦୨୧ ବର୍ଷ ଅପେକ୍ଷା ଭିତରକନିକା ସାମୁଦ୍ରିକ ଅଞ୍ଚଳରେ ୨୦୨୨ରେ ପ୍ରାୟ ୩୭ ପ୍ରତିଶତ ଅଧିକ ଡଲ୍‌ଫିନ୍‌ (ମୋଟ୍‌ ୫୪୦) ରହିଥିବା ରିପୋର୍ଟ ଆସିଛି। ଦାଗଯୁକ୍ତ ଡଲ୍‌ଫିନ ୧୩ଟି ଓ ସ୍ପିନର ଡଲ୍‌ଫିନ୍‌ ୧୫ଟି ଚଳିତ ଥର ଦେଖାଯାଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଗତବର୍ଷ ଗଣନାରେ ୨୨ଟି ବଟଲନୋଜ ଡଲ୍‌ଫିନ୍‌ରୁ ୧୩୫କୁ ବୃଦ୍ଧି ପାଇଛି। ସେହିପରି ବିରଳ ଅଲିଭ ରିଡଲେର ଜୀବନ ଏବେ ବି ରହସ୍ୟାବୃତ। ଜୀବନ ପ୍ରଣାଳୀକୁ ନେଇ ଗବେଷଣା ଚାଲିଛି। କୁହାଯାଏ, ହଜାର ଶାବକରୁ ମାତ୍ର ଗୋଟିଏ ଅଲିଭ ରିଡଲେ ପୂର୍ଣ୍ଣ ବୟସ୍କ ହୋଇଥାନ୍ତି। ସଂଖ୍ୟା ଅତିମାତ୍ରାରେ କମ୍‌ ଥିବାରୁ ଇଣ୍ଟରନ୍ୟାଶନାଲ ୟୁନିୟନ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର (ଆଇୟୁସିଏନ୍‌) ପକ୍ଷରୁ ଏହି ସାମୁଦ୍ରିକ ପ୍ରାଣୀକୁ ରେଡ୍‌ ଲିଷ୍ଟରେ ରଖାଯାଇଛି। ଗହୀରମଥା ଏମାନଙ୍କ ପ୍ରଜନନସ୍ଥଳ ହୋଇଥିବାରୁ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି। ଏହି ବିରଳ ଜୀବଙ୍କ ସୁରକ୍ଷା ପାଇଁ ଡ୍ରୋନ ବ୍ୟବହାର ହେଉ ବୋଲି ଦାବି ହେଉଛି। ଏହାଦ୍ୱାରା ମୃତାହତ ସଂଖ୍ୟା, ତଟକ୍ଷୟ ଓ ସୁରକ୍ଷା ସମ୍ପର୍କରେ ଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଗହୀରମଥା ସାମୁଦ୍ରିକ କଇଁଛ ଓ ହେନ୍ତାଳବଣ ସୁରକ୍ଷା ସମିତିର ସମ୍ପାଦକ ହେମନ୍ତ କୁମାର ରାଉତ, ଉପସଭାପତି ପ୍ରଭୁପ୍ରସାଦ ମହାପାତ୍ର, ଜନ ଅଧିକାର ଅଭିଯାନର ସଭାପତି ଭୁବନମୋହନ ଜେନା, ଅଧ୍ୟାପକ କ୍ଷୀତିଶ କୁମାର ସିଂ, ଡା. ପି. ଏନ୍‌ . ଗୌରାଙ୍ଗ ପ୍ରମୁଖ କହିଛନ୍ତି, ଡଲ୍‌ଫିନ ଓ ଅଲିଭ ରିଡଲେ ପ୍ରଜାତିର ସଂଖ୍ୟା କମ୍‌ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲା ଗହୀରମଥା ଏମାନଙ୍କ ପ୍ରଜନନସ୍ଥଳ ଭାବେ ବିଶ୍ୱବିଖ୍ୟାତ ହୋଇଛି। ଏହି ସାମୁଦ୍ରିକ ଅଞ୍ଚଳ ମଧ୍ୟରେ ମାତ୍ର ୨୭ ବର୍ଗ କିଲୋମିଟର ଅଞ୍ଚଳରେ ଥିବା ସ୍ଥଳଭାଗରେ କଇଁଛ ଅଣ୍ଡାଦାନ କରିଥାନ୍ତି। ଚଳିତବର୍ଷ ମାର୍ଚ୍ଚ ୨୫ରୁ ୨୮ ତାରିଖ ମଧ୍ୟରେ ୫,୦୧,୧୫୭ କଇଁଛ ଅଣ୍ଡା ଦେଇଥିବା ସୂଚନା ଅଛି। ସେହିପରି ନାଶୀ- ୨ର ଆକାର କମ୍‌ ରହିଥିବା ବେଳେ ଉତ୍ତାଳ ଜୁଆରରେ ହଜାର ହଜାର ଅଣ୍ଡା ନଷ୍ଟ ହୋଇଛି। ତଟକ୍ଷୟ ଯୋଗୁ ଅଣ୍ଡାଦାନସ୍ଥଳ କମିବାରେ ଲାଗିଛି। ସେହିପରି ପ୍ରତିବର୍ଷ ବିଭିନ୍ନ କାରଣରୁ ମୃତାହତ ହେଉଛନ୍ତି। ଏମାନଙ୍କ ଜୀବନ ପ୍ରଣାଳୀକୁ ଉନ୍ନତ ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ନିରୀକ୍ଷଣ କରାଯାଉନାହିଁ। ଫଳରେ ଏଠାକୁ ଆସିଥିବା କଇଁଛଙ୍କ ପ୍ରକୃତ ସଂଖ୍ୟା ଓ ସମସ୍ୟାର ଠିକ୍‌ ସମାଧାନ ହୋଇପାରୁନାହିଁ। ସେହିପରି ଡଲ୍‌ଫିନ୍‌ ଓ କଇଁଛ ଗଣନା ସମୟରେ ଅତ୍ୟାଧୁନିକ ଡ୍ରୋନ୍‌ର ସାହାରା ନେବା ଜରୁରୀ ହୋଇଛି। ୨୦୨୧ ଏପ୍ରିଲରେ ଗୋଆର ମୋରଜି ତଟଦେଶରେ ଡ୍ରୋନର ବ୍ୟବହାର ହୋଇଛି। ଏହାର ୩୬୦ ଡିଗ୍ରୀ କ୍ୟାମେରା ଲେନ୍ସରେ କଇଁଛଙ୍କ ବାସ୍ତବ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ଚାଲିଛି। ଏହି ଡ୍ରୋନ କ୍ୟାମେରା ଦ୍ୱାରା ମଧ୍ୟ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ହେଉଥିବା ତଟକ୍ଷୟ ସମ୍ପର୍କରେ ଆକଳନ କରିହେବ। ସେହିପରି ଏହି ଜୀବଙ୍କ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ। ଯାହା ଡଲ୍‌ଫିନ୍‌ ଓ ଅଲିଭ ରିଡଲେଙ୍କ ବିଚିତ୍ର ଜୀବନ ପ୍ରଣାଳୀକୁ ସହଜରେ ବୁଝି ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ଯଜ୍ଞଦତ୍ତ ପତିଙ୍କୁ ପଚାରିବାରେ ଚଳିତବର୍ଷର ଅଲିଭ ରିଡଲେ କଇଁଛ ଆଗମନ ପାଇଁ ୨୦୨୧ ନଭେମ୍ବର ୧ ରୁ ସାମୁଦ୍ରିକ ଅଞ୍ଚଳକୁ କଟକଣା ମଧ୍ୟରେ ରଖାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସମଗ୍ର ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ ଡ୍ରୋନ ବ୍ୟବହାର ପାଇଁ ଅଦ୍ୟାବଧି କୌଣସି ଯୋଜନା ପ୍ରସ୍ତୁତ ହୋଇନାହିଁ। ଆଗାମୀବର୍ଷରେ ଏ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ ପାଇଁ ବ୍ୟବସ୍ଥା ହୋଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…

ସେପ୍ଟେମ୍ୱରରେ ୩,୬ ଓ ୨୬ ତାରିଖ ଭାରି ଖାସ୍‌: ୩ ରାଶିଙ୍କ କ୍ୟାରିୟରରେ ହେବ ଉନ୍ନତି, ଅଚାନକ ଟଙ୍କା…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ବୈଭବ, ଭୋଗବିଳାସ, ବିବାହ, ପ୍ରେମ ଏବଂ ସୌନ୍ଦର୍ଯ୍ୟ ଆଦିର କାରକ ଗ୍ରହ ବୋଲି ଧରାଯାଏ। ଶୁକ୍ର ଯେତେବେଳେ ବି ରାଶି ପରିବର୍ତ୍ତନ…

ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା: ପାଇଖାନା ଟାଙ୍କିରେ ପୋତିଦେଲେ….

ଢେଙ୍କାନାଳ,୨୯।୮(ରତନ ନାୟାର): ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗରେ ଜଣେ ମଦ୍ୟପ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଢେଙ୍କାନାଳ ସଦର…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିଙ୍କ ଭାଗ୍ୟ; ମୋଟା ଅଙ୍କର ହେବ ରୋଜଗାର, ବଢିବ ସମ୍ପତ୍ତି…

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ମାନ-ସମ୍ମାନ, ନେତୃତ୍ୱ ଏବଂ ପିତାଙ୍କ କାରକ ବୋଲି ଧରାଯାଏ। ତେଣୁ ସୂର୍ଯ୍ୟଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେ ପ୍ରତିମାସରେ ପ୍ରାୟ…

ମୋରମ୍‌ ଖାଦାନରେ ଅଘଟଣ: ପଥର ତଳେ ଚାପି ହୋଇ ନାବାଳକ ମୃତ , ଅନ୍ୟ ଜଣେ ଗୁରୁତର

ଦିଗପହଣ୍ଡି,୨୯।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପଟିଗୁଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟ ମୋରମ୍‌ ଖାଦାନରେ ଶନିବାର ସକାଳେ ମୋରମ୍‌ ଖୋଳୁଥିବା ବେଳେ ପଥର…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri