ତୃଣମୂଳସ୍ତରରେ ପହଞ୍ଚୁ ନାହିଁ ଉନ୍ନୟନ ଯୋଜନା

କେନ୍ଦ୍ରାପଡା ଅଫିସ, ୧ା୪: ରାଜ୍ୟ ସରକାର ୧୯୯୩ ଏପ୍ରିଲ ୧ରେ ଅବିଭକ୍ତ କଟକ ଜିଲାକୁ ଭାଗ କରି କେନ୍ଦ୍ରାପଡ଼ାକୁ ସ୍ବତନ୍ତ୍ର ଜିଲା ମାନ୍ୟତା ପ୍ରଦାନ କରିଥିଲେ। ଏହି ଜିଲା ମାନ୍ୟତାକୁ ଇତିମଧ୍ୟରେ ୨୯ ବର୍ଷ ବିତିବ। ଜିଲା ଗଠନ ପରେ ଏହାର ବିକାଶକୁ ନେଇ ସ୍ବପ୍ନ ଦେଖିଥିବା ଜିଲାବାସୀ ଏବେବି ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି। ସମସ୍ତଙ୍କ ନିକଟରେ ମୌଳିକ ଆବଶ୍ୟକତା, ସୁବିଧା ଓ ଉନ୍ନୟନ ଯୋଜନା ପହଞ୍ଚତ୍ ପାରିନାହିଁ। କର୍ମନିଯୁକ୍ତି ଏକ ବଡ ସମସ୍ୟା ହୋଇଛି। କୃଷି ଅର୍ଥନୀତିଭିତ୍ତିକ ଜିଲାର ବିକାଶ କ୍ଷେତ୍ରରେ ରାଜ୍ୟର ୨୬ତମ ସ୍ଥାନରେ ରହିଛି। ବିକାଶ ରଥକୁ ଆଗେଇ ନେବାକୁ ନିଯୁକ୍ତ ୪୮ ଜିଲାପାଳଙ୍କ ବଦଳି ଏହାର ଅନ୍ୟତମ କାରଣ ସହ ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ଜରୁରୀ ବୋଲି ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ସହ ଅବିଭକ୍ତ କଟକ ଜିଲାରୁ ପଡୋଶୀ ଯାଜପୁର ଓ ଜଗତ୍‌ସିଂହପୁର ଜିଲା ଗଠନ ହୋଇଥିଲା। ଏହି ଦୁଇ ପଡୋଶୀ ଜିଲାରେ ରାଜନେତା, ପ୍ରଶାସକଙ୍କ ସମନ୍ବୟରେ ଆର୍ଥିକ ଓ ସାମାଜିକ ବିକାଶ ହେଉଥିବା ବେଳେ କେନ୍ଦ୍ରାପଡ଼ା ଖୁବ୍‌ ପଛରେ ରହିଛି। ଜିଲାରେ ଏବେ ୧୬ ଲକ୍ଷରୁ ଅଧିକ ଅଧିବାସୀ ୧୫୯୨ ରାଜସ୍ବ ଗ୍ରାମରେ ଅଛନ୍ତି। ଦେଶର ସର୍ବପ୍ରଥମ ମ୍ୟୁନିସିପାଲିଟି ଭାବେ କେନ୍ଦ୍ରାପଡ଼ାକୁ ମାନ୍ୟତା ଦିଆଯାଇଛି। ତେବେ ସମସ୍ତଙ୍କ ନିକଟରେ ମୌଳିକ ଆବଶ୍ୟକତା ପହଞ୍ଚତ୍ ପାରିନାହିଁ। ଅଦ୍ୟାବଧି ୧୭ ପଞ୍ଚାୟତକୁ ସଡ଼କ ଯୋଗାଯୋଗ ପଥ ନ ଥିବାରୁ ଦମକଳ ଗାଡି ଓ ଆମ୍ବୁଲାନ୍ସ ସେବା ପହଞ୍ଚତ୍ ପାରିନାହିଁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସତ୍ତ୍ୱେ କେତେକ ପଡା ଅଞ୍ଚଳକୁ ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ କରାଯାଇଛି। ଶିକ୍ଷା ଓ ସ୍ବାସ୍ଥ୍ୟ ପରି ମୌଳିକ ଆବଶ୍ୟକତା ପୂରଣ ହୋଇ ପାରୁ ନ ଥିବାରୁ ଜିଲାବାସୀଙ୍କ ସୁଖଦ ସ୍ବପ୍ନ ହଜିଥିବା ସେ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, ଶିଳ୍ପ ବିହୀନ ଏହି ଜିଲାରେ କର୍ମନିଯୁକ୍ତି ଏକ ବଡ ସମସ୍ୟା। ୫୭ ହଜାରରୁ ଅଧିକ ବୈଷୟିକ ଡିଗ୍ରୀଧାରୀ କର୍ମ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜୀକୃତ ହୋଇଥିଲେ ମଧ୍ୟ ନିଯୁକ୍ତି ମିଳିପାରୁନାହିଁ। ଯୁବବର୍ଗ ଜିଲା ବାହାରେ କର୍ମ ଅନ୍ବେଷଣରେ ଅଛନ୍ତି। ପ୍ରତି ସପ୍ତାହରେ ଦାଦନ ଯନ୍ତ୍ରଣାଜନିତ ଖବର ଜିଲାରେ ପହଞ୍ଚୁଛି। ଏପରିକି କରୋନା ସଂକ୍ରମଣ ସମୟରେ ଜିଲାର ପ୍ରାୟ ୩ ଲକ୍ଷ ଶ୍ରମିକ ପ୍ରବାସରୁ ଫେରିଥିବା ଏକ ବେସରକାରୀ ସଂସ୍ଥାର ସର୍ଭେରୁ ଜଣାପଡିଛି। ନିର୍ବାଚନ ସମୟରେ ବରୁଣେଇ ବନ୍ଦର, ପାୱାର ଥର୍ମାଲ ପ୍ଲାଣ୍ଟ, ନଦୀଭିତ୍ତିକ ବନ୍ଦର, ଶିଳ୍ପ ପ୍ରତିଷ୍ଠା, ଜାତୀୟ ଉଦ୍ୟାନର ସୁରକ୍ଷା, ଐତିହ୍ୟର ପୁନରୁଦ୍ଧାର, ବିଭିନ୍ନ ନଦୀରେ ସେତୁ, ମେଡିକାଲ କଲେଜ, କୃଷି ଭିତ୍ତିକ ଶିଳ୍ପ, କେନ୍ଦ୍ରାପଡ଼ା ବିଶ୍ୱବିଦ୍ୟାଳୟ, ବିଏଡ୍‌ କଲେଜ ଆଦିର ପ୍ରତିଷ୍ଠା ନେଇ ରାଜନେତା ସ୍ବପ୍ନ ଦେଖାଉଥିବା ବେଳେ ଅଦ୍ୟାବଧି ପୂରଣ ହୋଇନାହିଁ। କୃଷି ପାଇଁ ଜଳ ପରିଚାଳନା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତେବେ ଏହି ଜିଲାର କୃଷକ ଜଳସେଚନ ଓ ଜଳ ନିଷ୍କାସନ ସମସ୍ୟା ମଧ୍ୟରେ ରହି ଅର୍ଥକରୀ ଫସଲ ଉପତ୍ନ୍ନ କରିପାରୁନାହାନ୍ତି। ସେହିପରି ମଣ୍ଡି ଓ ଶୀତଳଭଣ୍ଡାର, ତାଲିମ ଆଦି କ୍ଷେତ୍ରରେ ଜିଲା ଢେର ପଛୁଆ ଥିବା ସେ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ମନୋଜ ନାୟକ କହିଛନ୍ତି, ଜାତୀୟ ଉଦ୍ୟାନ ଭିତରକନିକାର ଜଙ୍ଗଲ ଅଞ୍ଚଳ ଏବେ ଅନୁପ୍ରବେଶକାରୀଙ୍କ କବଳରେ ଅଛି। ଏଥିସହ ପାରାଦୀପ-ଚଣ୍ଡିଖୋଲ ରାଜପଥ କେନ୍ଦ୍ରାପଡ଼ା ମଧ୍ୟରେ ୪୫ କି.ମି. ଅଛି। ଏହି ବାଟ ଦେଇ ପରିବହନ ଗାଡି ଧକ୍କାରେ ଜିଲାବାସୀ ମୃତାହତ ହେଉଥିଲେ ମଧ୍ୟ ଜଗତ୍‌ସିଂହପୁର, କେନ୍ଦୁଝର, ଯାଜପୁରର ଶିଳ୍ପ ଓ ଖଣି ଅଞ୍ଚଳରୁ ସିଏସ୍‌ଆର ବାବଦରେ ଟଙ୍କାଟିଏ ମିଳୁନାହିଁ। ଜିଲାର ବିକାଶ ପାଇଁ ରାଜନେତା ଓ ପ୍ରଶାସକଙ୍କର ସମନ୍ବୟ ଜରୁରୀ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri