କନ୍ଧମାଳ

ଫୁଲବାଣୀରେ ସର୍ବନିମ୍ନ ପାରଦ ୯.୫ ଡିଗ୍ରୀ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ସାରା ଓଡ଼ିଶାରେ ଶୀତର ଲହରି ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୧୦ଡିଗ୍ରୀ ରହୁଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି। ରବିବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୫ଡିଗ୍ରୀ ସହ ସବୁଠାରୁ...

କନ୍ଧମାଳରେ ଆରମ୍ଭ ହେଲା ଷ୍ଟ୍ରବେରୀ ଚାଷ

ଫୁଲବାଣୀ ଅଫିସ, ୨୭ା୧୧: କନ୍ଧମାଳ ଜିଲାରେ ଅଧିକ ଥଣ୍ଡା ପଡିବା ଏବଂ ଚାଷ ପାଇଁ ଉପଯୁକ୍ତ ତାପମାତ୍ରା ରହୁଥିବାରୁ ପ୍ରଥମଥର ପାଇଁ ପାଇଲଟିଂ ପ୍ରୋଜେକ୍ଟରେ ଷ୍ଟ୍ରବେରୀ ଚାଷ ଆରମ୍ଭ ହୋଇଛି । ଷ୍ଟ୍ରବେରୀ ଚାଷ ସାଧାରଣତଃ ୧୫ରୁ ୨୫ ଡିଗ୍ରୀ...

ନିମ୍ନମାନର ମାଂସ ଭିଡିଓ ଭାଇରାଲ ପରେ ଚେତିଲା ପ୍ରଶାସନ

ଦାରିଙ୍ଗବାଡ଼ି,୨୬।୧୧(ଡି.ଏନ୍‌.ଏ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକ ଆସି ଶୋଷଣର ଶିକାର ହେଉଛନ୍ତି। ପର୍ଯ୍ୟଟକଙ୍କ ଗହଳିକୁ ଦେଖି ଦୋକାନୀମାନେ ଚଢ଼ାଦରରେ ମାଛ, ମାଂସ ବିକ୍ରି କରୁଛନ୍ତି। ଏହି ସୁଯୋଗରେ କନ୍ଧମାଳ ହଳଦୀ ନାମରେ ଅପମିଶ୍ରଣ ହଳଦୀ ମଧ୍ୟ ବିକ୍ରି ହେଉଛି।...

ବାଇକ୍‌-ସ୍କୁଟି ମୁହାଁମୁହିଁ : ଶିକ୍ଷୟିତ୍ରୀଙ୍କ ସହ କିରାଣିଙ୍କ ମୃତ୍ୟୁ

ଜି.ଉଦୟଗିରି ୨୬।୧୧(ଡି.ଏନ୍‌. ଏ.): କନ୍ଧଳମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ନିଲୁଙ୍ଗିଆଠାରେ ଶନିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ସ୍କୁଟିକୁ ପଲସର ବାଇକ୍‌ ଧକ୍କା ଦେବା ଫଳରେ ଜଣେ ଶିକ୍ଷୟିତ୍ରୀଙ୍କ ସହ କିରାଣିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ...

ସଜେଇ ହେଉଛି ଇକୋରିଟ୍ରିଟ: ଡିସେମ୍ବର ପହିଲାରେ ଶୁଭାରମ୍ଭ

ଦାରିଙ୍ଗବାଡ଼ି,୨୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକଠାରେ ତୃତୀୟ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଇକୋରିଟ୍ରିଟ ଦାରିଙ୍ଗବାଡ଼ିଠାରେ ହେଉଛି। ଏହି ପରିପ୍ରେକ୍ଷୀରେ ନୂତନ ଜମିରେ ଚଳିତ ବର୍ଷ ଇକୋରିଟ୍ରିଟ କରାଯାଉଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ବହୁତ କମ୍‌ ସମୟ ମଧ୍ୟରେ ଏକ...

ବଢ଼ିଲା ଝୁଲା ବ୍ରିଜ୍‌ର ସୁରକ୍ଷା ଚିନ୍ତା

ବାଲିଗୁଡ଼ା,୨୪।୧୧(ଡି.ଏନ.ଏ): ବାଲିଗୁଡା ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ବୁଡୃକିଆ ପଞ୍ଚାୟତ ଓ କୁଟିକିଆ ପଞ୍ଚାୟତକୁ ଯାତାୟତ ନିମନ୍ତେ ଚିରସ୍ରୋତା ଖଡ୍‌ଗ ନଦୀ ପଡେ। ସେହି ନଦୀ ଉପରେ ବାଲିଗୁଡା ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏକ ଝୁଲାବ୍ରିଜ୍‌ ୨୦୧୧ରେ ନିର୍ମାଣ...

ବାଲିଗୁଡ଼ାରେ ୩ଦିନ ହେଲା ବନ୍ଦ ରହିଛି ଜଳ ଯୋଗାଣ, ଲୋକେ ହନ୍ତସନ୍ତ

ବାଲିଗୁଡ଼ା,୨୪।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧିକାଂଶ ସମୟରେ ଜଳ ସମସ୍ୟା ଦେଖିବାକୁ ମିଳୁଛି। ଖରା, ବର୍ଷା, ଶୀତ ସବୁବେଳେ ଏହି ସମାନ ପରିସ୍ଥିତି ଉପୁଜିଛି। ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁ ନ ଥିବା ବେଳେ କର୍ମଚାରୀମାନଙ୍କୁ...

ଦାରିଙ୍ଗବାଡିରେ ଶୀତ ଉଭାନ, ହେଉନି ପର୍ଯ୍ୟଟକଙ୍କ ଭିଡ

ଦାରିଙ୍ଗବାଡି,୨୩।୧୧(ଡି.ଏନ.ଏ.): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଶୀତ ଉଦ୍ଭାନ ହୋଇଯାଇଛି। ଗତ ଏକ ସପ୍ତାହରେ ତାପମାତ୍ରା ୧୦ ଡିଗ୍ରୀରୁ ୧୫.୫ଡିଗ୍ରୀରେ ପହଞ୍ଚିଛି। ଫଳରେ ଶୀତରୁ ଟିକେ ନିସ୍ତାର ମିଳିଛି। ଚଳିତ ଥର ଶୀତ ବିଳମ୍ବରେ ଆସିଥିବା...

କୁଟିଆ କନ୍ଧଙ୍କ ବିକାଶ ନାଁରେ ହରିଲୁଟ

ଫୁଲବାଣୀ ଅଫିସ, ୨୩।୧୧: କନ୍ଧମାଳ ଜିଲାରେ ଆଦିମ ଜନଜାତି (ପିଭିଟିଜି) କୁଟିଆ କନ୍ଧଙ୍କ ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ବିକାଶ ନାମରେ ଏଠି ସବୁ ଅର୍ଥ ହରିଲୁଟ କରାଯାଉଛି ା କୁଟିଆ କନ୍ଧଙ୍କ...

ଅନିର୍ଦ୍ଦିଷ୍ଟ କାଳ ଅଙ୍ଗନଓ୍ବାଡି କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଜି. ଉଦୟଗିରି,୨୨।୧୧(ଡି.ଏନ୍‌.ଏ.): ଜି. ଉଦୟଗିରି ଆଇସିଡିଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ବିଭିନ୍ନ ଦାବି ନେଇ ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ରାଜ୍ୟ ସରକାର ବିଭିନ୍ନ ସମୟରେ ପ୍ରତିଶ୍ରୁତି ଦେଇ ମଧ୍ୟ ଦାବି...

ଘର ଗ୍ରୀଲ ତାଡ଼ି ନେଲେ ଦୁର୍ବୃତ୍ତ

ଜି.ଉଦୟଗିରି,୨୦ା୧୧(ଡି.ଏନ୍‌.ଏ.): କିଛି ମାସର ବ୍ୟବଧାନ ପରେ ପୁଣି ଜି.ଉଦୟଗିରି ସହରରେ ଚୋର ଦଳ ମାତିଛନ୍ତି। ଶନିବାର ଶ୍ରୀରାମ ପଦାଠାରେ ନୂତନ ଭାବେ ନିର୍ମିତ ଏକ ସରକାରୀ ବାସଗୃହରେ ଠିକାଦାର ଏକ ଲୁହା ଗ୍ରୀଲ ଲଗାଇ ଆସିଥିଲେ। ହେଲେ ରବିବାର ସକାଳେ...

୧୬ ହିତାଧିକାରୀଙ୍କୁ ମିଳିଲା ଜଙ୍ଗଲ ଜମିପଟ୍ଟା

ଦାରିଙ୍ଗବାଡ଼ି,୧୯।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଜଙ୍ଗଲ ଜମିପଟ୍ଟା ବଣ୍ଟନ କରାଯାଇଛି। ଏହି ଅବସରରେ ତହସିଲଦାର ଡ. ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବ୍ଲକ ସଭାଗୃହରେ ଏକ ମେଳାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri