ସାଧାରଣତନ୍ତ୍ର ଦିବସ ପାଇଁ  ପ୍ରସ୍ତୁତି ଜୋରଦାର: ସାମୁହିକ ପରେଡ୍‌ରେ ବିଡିଓ, ଆଇଆଇସି ସାମିଲ

ଦାରିଙ୍ଗବାଡି, ୨୪ ।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ ସୋମବାର ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏ ନେଇ ବ୍ଲକ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଗତ କିଛି ଦିନ ହେଲା ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ, ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପରେ ବ୍ଲକସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରଚନା, ଚିତ୍ରାଙ୍କନ, ସଙ୍ଗୀତ, ଦଳଗତ ନୃତ୍ୟ ଆଦି ପ୍ରତିଯୋଗିତା ହୋଇଛି। ଶନିବାର ସାମୁହିକ ପରେଡ ଅଭ୍ୟାସ ଜୋରଦାର ଚାଲିଛି। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନେ ପରେଡ ଅଭ୍ୟାସ କରୁଥିବା ବେଳେ ତାଙ୍କୁ ଉତ୍ସାହିତ କରିବା ସହ ପରେଡ୍‌କୁ ଆହୁରି ଆକୃଷ୍ଟ କରିବା ପାଇଁ ନିଜେ ବିଡିଓ ପ୍ରୀତିରଞ୍ଜନ ରଥ ଏବଂ ଆଇଆଇଆସି ସଂଗ୍ରାମ କେଶରୀ ଜେନା ବିଦ୍ୟାର୍ଥୀଙ୍କ ସହ ସାମିଲ ହୋଇଥିଲେ।
ଏଥିରେ ବିଦ୍ୟାର୍ଥୀମାନେ ୨ ଅଧିକାରୀଙ୍କୁ ନିକଟରେ ପାଇ ଖୁସି ଓ ଗର୍ବ ଅନୁଭବ କରିଥିଲେ। ଏହି ପରେଡକୁ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ଶିକ୍ଷକ ରଶ୍ମୀରଞ୍ଜନ ତ୍ରିପାଠୀ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଦିବସକୁ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଖେତୀଶ ପ୍ରିୟଦର୍ଶୀ ସାହୁ ପ୍ରମୁଖ ପରିଚାଳନା କରୁଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?