ସରସ୍ବତୀ ପୂଜା-ସାଧାରଣତନ୍ତ୍ର ଦିବସ ମଧ୍ୟାହ୍ନ ଭୋଜନରେ ପରିବର୍ତ୍ତନ ତାଲିକା ନାହିଁ, ଛାତ୍ରୀଛାତ୍ର ଅଣ୍ଡା ଖାଇବାରୁ ବଞ୍ଚିତ

ଦାରିଙ୍ଗବାଡି, ୨୫।୧ (ଅରୁଣ ସାହୁ ): ଏବେ ଯାଇଛି ସରସ୍ବତୀ ପୂଜା ଉତ୍ସବ ଆଉ ସୋମବାର ଦେଶ ପାଳିବ ସାଧାରଣତନ୍ତ୍ର ଦିବସ। ଏହାକୁ ନେଇ ସାରା ରାଜ୍ୟ ଉତ୍ସବ ମୁଖର ଥିବା ବେଳେ ଏବେ ଚର୍ଚ୍ଚା ଧରିଛି ଆମିଷ ଭୋଜନ କୁ ନେଇ। କୋରାପୁଟ ଜିଲାରେ କୌଣସି ସ୍ଥାନରେ ଆମିଷ ବିକ୍ରୀକୁ ଜିଲ୍ଲା ପ୍ରଶାସନ କଟକଣା କରିଥିବା ବେଳେ ସୋମବାର ରାଜ୍ୟର ସମସ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ତାଲିକାରେ ଅଣ୍ଡା ଭୋଜନ ବ୍ୟବସ୍ଥା ରହିଛି । ତେବେ ପିଲା ସରସ୍ବତୀ ପୂଜାରେ ଆମିଷ ଭୋଜନକୁ ନା କରିଥିବା ବେଳେ ଅଣ୍ଡା ପାଇବାରୁ ବଞ୍ଚିତ ହୋଇଛନ୍ତି। ଅନେକ ଛାତ୍ରୀଛାତ୍ର ସରସ୍ବତୀ ପୂଜାକୁ ଶ୍ରଦ୍ଧାର ସହ ପାଳନ କରିବା ସହ ଆମିଷ (ଅଣ୍ଡା)ଭୋଜନ ଖାଇ ନ ଥିବା ବେଳେ ବହୁ ପିଲା ବିଭିନ୍ନ ବିଦ୍ୟାଳୟରେ ଭୋକ ଉପାସରେ ଘରକୁ ଫେରିଥିବା ଜଣାପଡିଛି । ସେହିପରି ଏବେ ପୁଣି ସୋମବାରରେ ସାଧାରଣତନ୍ତ୍ର ଦିବସ ପଡୁଥିବାରୁ ଅନେକ ଛାତ୍ରୀଛାତ୍ର ଏହି ଦିବସକୁ ସମ୍ମାନ ଜଣାଇ ଆମିଷ ଭୋଜନକୁ ନା କରିବେ। ତେବେ ସରକାର ଏହି ଦିଗରେ ବିଶେଷ ଦିନ ଗୁଡିକୁ ଦେଖି ଛାତ୍ରୀଛାତ୍ରଙ୍କ ଆବେଗକୁ ଗୁରୁତ୍ୱ ଦେଇ ଉକ୍ତ ତାଲିକାରେ ପରିବର୍ତ୍ତନ କରି ସାଦା ଭୋଜନ ବ୍ୟବସ୍ଥା କରିବା ଜରୁରୀ ବୋଲି ଚର୍ଚ୍ଚା ଧରିଛି। କୋରାପୁଟ ଜିଲାପାଳ ଏବେ ସାଧାରଣତନ୍ତ୍ର ଦିବସରେ ଛାତ୍ରାବାସର ଛାତ୍ରୀଛାତ୍ରଙ୍କୁ ପୂର୍ବ ନିର୍ଦ୍ଧାରିତ ପ୍ରକାରେ ଅଣ୍ଡା ଭୋଜନ ଖାଇବାକୁ ଦେବେ ନା ପରିବର୍ତ୍ତନ କରିବେ ସେନେଇ କୋରାପୁଟ ତଥା କନ୍ଧମାଳରେ ଜୋରଦାର ଚର୍ଚ୍ଚା ଚାଲିଛି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

କର୍ମସିୟାଲ ପରେ ଏବେ ‘ଛୋଟୁ’ର ବି ବଢିଲା ଦାମ୍‌, ମହଙ୍ଗା ହେଲା ୫ ଲିଟର ସିଲିଣ୍ଡର

ନୂଆଦିଲ୍ଲୀ,୧।୫: ମାସର ପ୍ରଥମ ଦିନରେ, ତୈଳ କମ୍ପାନୀଗୁଡ଼ିକ ବାଣଜି୍ୟକ ଗ୍ୟାସ ସିଲିଣ୍ଡରର ସମାନ ମୂଲ୍ୟ ବୃଦ୍ଧି ପରେ ୫ କିଲୋଗ୍ରାମ ଫ୍ରି ଟ୍ରେଡ ଏଲପିଜି (FTL) ସିଲିଣ୍ଡରର…

ମୋ ଜେଜେବାପା ଜଣେ ‘ଭଲ ବ୍ୟକ୍ତି’ ନୁହଁନ୍ତି..ଦୁଃଖ ବଖାଣିଲେ ଟ୍ରମ୍ପଙ୍କ ନାତୁଣୀ

ଓ୍ବାଶିଂଟନ୍‌,୧।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାତୁଣୀ କାଇ ଟ୍ରମ୍ପ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଜଣେ ପ୍ରମୁଖ ଏବଂ ପ୍ରଭାବଶାଳୀ…

କାଳସାଜିଲା କାଳବୈଶାଖୀ: ରାତିସାରା ତାଣ୍ଡବ ରଚିଲା, ଭାଙ୍ଗିଲା ବଡ଼ ବଡ଼ ଗଛ, ଯାତାୟାତ ଠପ୍‌

କୃଷ୍ଣପ୍ରସାଦ,୧।୫ (କୈଳାଶ ଚନ୍ଦ୍ର ପଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ କାଳ ରାତ୍ରିରେ କାଳ ସାଜିଲା କାଳବୈଶାଖୀ। ମଧ୍ୟ ରାତ୍ରରେ ପ୍ରଚଣ୍ଡ ଶବ୍ଦ କରି ବଜ୍ରାଘାତ…

ଅଧରାତିରେ ଷ୍ଟ୍ରଙ୍ଗ୍‌ ରୁମ୍‌ ଭିତରେ ପଶିଲେ ମମତା: ୩ ଘଣ୍ଟା ପରେ ସେଠାରୁ ବାହାରି କହିଲେ, ଜୀବନ-ମୃତ୍ୟୁ…

କୋଲକାତା,୧।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଏକ ଷ୍ଟ୍ରଙ୍ଗରୁମରେ ତିନି ଘଣ୍ଟାରୁ ଅଧିକ ସମୟ ବିତାଇବା ପରେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (EVM) ସହିତ ଜଡିତ…

ଝଡ଼ ବର୍ଷାରେ ଉଡ଼ିଲା ଟିଣ: ଘରେ ପଶିଲା ପାଣି 

ଟିକିରି,୧।୫(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶିପୁର ବ୍ଲକ ଟିକିରି ପଞ୍ଚାୟତ ଅନ୍ତର୍ଗତ ଗୋକୁଳମୁଣ୍ଡା ଗ୍ରାମରେ ଶୁକ୍ରବାର ଝଡ ପବନ ଓ ବର୍ଷା ହୋଇଛି। ଏଥିରେ ସ୍ବର୍ଗତ…

ବିଶ୍ୱ ଶାନ୍ତି ମହାଯଜ୍ଞ ଦର୍ଶନ କଲେ ବିଧାୟକ: ଅଞ୍ଚଳବାସୀଙ୍କୁ କଲେ ପ୍ରଶଂସା, କହିଲେ…

ଗଞ୍ଜାମ,୧।୫ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଠାରେ ନୃସିଂହ ମନ୍ଦିର ପ୍ରତିଷ୍ଠା ଦ୍ୱାଦଶ ବର୍ଷ ପୂର୍ତ୍ତ ଏବଂ ଗୋପୀନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା…

ଉପସ୍ଥିତ ବୁଦ୍ଧି ଖଟାଇ ନଦୀରେ ବୁଡ଼ିଯାଉଥିବା ୨ ବାଳିକାଙ୍କୁ ଉଦ୍ଧାରକଲେ ମହିଳା

କଲ୍ୟାଣସିଂହପୁର,୧।୫ (ଦୀପକ କୁମାର ପରିଡା)ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ଅଡ଼ାବାଡ଼ି ଗାଁରେ ନଦୀରେ ବୁଡ଼ିଯାଉଥିବା ୨ ଝିଅଙ୍କୁ ଜଣେ ମହିଳା ଉପସ୍ଥିତ ବୁଦ୍ଧି ଖଟାଇ…

ବାଥ୍‌ରୁମ୍‌ରେ ଗାଧୋଉଥିଲେ ମହିଳା, ଲୁଚିକି ଭିଡିଓ କରୁଥିଲେ ୨ କ୍ରିକେଟର୍‌: ବାନ୍ଧିଲା ପୋଲିସ

କଲମ୍ବୋ,୧।୫: ଚଳିତ IPL 2026 ସିଜିନ ମଧ୍ୟରେ ଶ୍ରୀଲଙ୍କା କ୍ରିକେଟରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା ଅଣ୍ଡର-୧୯ କ୍ରିକେଟ ଦଳର ଦୁଇ ଖେଳାଳିଙ୍କୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri