ପ୍ରକାଶ ଯେ, ଶନିବାର ଛୁଟି ରହିଥିବାରୁ ଲଭର୍ସ ପଏଣ୍ଟରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଏହି ସମୟରେ ଭୁବନେଶ୍ୱରରୁ କିଛି ପର୍ଯ୍ୟଟକ ପରିବାର ନେଇ ବୁଲିବାକୁ ଆସିଥିଲେ ଏହି ସମୟରେ କାର ନଂ (ଓଡି୦୨ସିଏଚ୍ ୩୪୫୮୦)ଟି ପାର୍କିଂ ହୋଇ ରହିଥିଲା । ସଧ୍ୟା ସାଢେ ୫ ଟାରେ ପର୍ଯ୍ୟଟକମାନେ ଦାରିଙ୍ଗବାଡି ଫେରିବା ପାଇଁ କାରରେ ପ୍ରଥମେ ଆଗ ସିଟରେ ମହିଳା ବସିଥିଲେ। ଏହି ସମୟରେ କାରଟି ନଦୀ ଆଡକୁ ଗଡିବା ଆରମ୍ଭ ହୋଇଥିଲା। ନଦୀ ପଠାର ଏକ ଗହୀର ଖାତ ରେ ଗୋଟିଏ ଗଛରେ ଅଟକି ରହିଯାଇଥିଲା।ଥିଲା। ଫଳରେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଗଲେ ମହିଳା। ଖବର ଲେଖିବା ସୁଦ୍ଧା ପର୍ଯ୍ୟଟକମାନେ ଘଟଣାସ୍ଥଳରେ ରହିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ କାରଟିର ଉଦ୍ଧାର ପାଇଁ ପ୍ରୟାସ ଚାଲିଛି ।

