ବିନା ନୋଟିସରେ ବିଦ୍ୟାଳୟ ଛୁଟି: ଶିକ୍ଷାଦାନ, ମଧ୍ୟାହ୍ନଭୋଜନରୁ ବଞ୍ଚିତ  ଛାତ୍ରୀଛାତ୍ର

ଦାରିଙ୍ଗବାଡି,୨୪।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏବେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ନେଇ ଚିନ୍ତା ବଢିଛି ।ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବିଭିନ୍ନ ଯୋଜନା ସରକାର ପ୍ରସ୍ତୁତି କରୁଛନ୍ତି। ବିଶେଷକରି କନ୍ଧମାଳ ଜିଲା ପଛୁଆ ଓ ଅନୁନ୍ନତ ଜିଲା ହୋଇଥିବା ବେଳେ ଅନୁସୂଚିତ ଜନଜାତି ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା ତେଣୁ ସରକାର ଅନୁସୂଚିତ ଜନଜାତି ଓ ଜାତି ଏବଂ ପଛୁଆବର୍ଗଙ୍କ ପାଇଁ ସ୍ବତନ୍ତ୍ର ଭାବେ ଶିକ୍ଷାକୁ ଗୁରୁତ୍ୱ ଦେଇ ଦୁର୍ଗମ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସରକାରୀ ବିଦ୍ୟାଳୟ ଖୋଲିଛନ୍ତି। ତେବେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଡକରବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶନିବାର ଖୋଲାଯାଇନାହିଁ। ଫଳରେ ଛାତ୍ରୀଛାତ୍ର ଶିକ୍ଷାଦାନରୁ ବଞ୍ଚିତ ହେବା ସହ ମଧ୍ୟାହ୍ନଭୋଜନରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଆନନ୍ଦ ଦାସଙ୍କ ସମେତ ୫ ଜଣ ଅନୁପସ୍ଥିତ ରହିଥିବା ଓ ବିଦ୍ୟାଳୟରେ ତାଲା ପଡିଥିବା ଦେଖି ସିଆରସିସି ଶିବ ଶଙ୍କର ସାହୁ ତୁରନ୍ତ ଦାରିଙ୍ଗବାଡି ବିଇଓଙ୍କ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ବିଦ୍ୟାଳୟରେ ତାଲା ଝୁଲୁଥିବା ନେଇ ରିପୋର୍ଟ କରିଥିବା ଜଣାପଡିଛି।
ପ୍ରକାଶ ଯେ, ଗତ କିଛିମାସ ପୂର୍ବରୁ ନିୟମିତ ଉକ୍ତ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପାଳିକରି  ଝାଡୁ ମାରିବାକୁ ନିର୍ଦ୍ଦେଶ ଦେଇଥିବା ଓ ଘଟଣା ସମ୍ପର୍କରେ ଖବର ପ୍ରକାଶିତ ହୋଉଥିବା ବେଳେ ବିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତକୁ ବାଟବଣା କରାଯାଇଥିବା ଅଭିଯୋଗ ନ ସରୁଣୁ ପୁଣି ଉକ୍ତ ବିଦ୍ୟାଳୟକୁ ତାଲା ପକାଇ ବିଦ୍ୟାଳୟରେ ପିଲାଙ୍କୁ ଶିକ୍ଷାଦାନରୁ ବଞ୍ଚିତ କରିବା ଘଟଣା ଏବେ କିଭଳି ତଦନ୍ତ ହେଉଛି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ଲୋକେ ଚାହିଁ ବସିଥିବା ଡକରବାଡ଼ି ଗ୍ରାମବାସୀ କହିଛନ୍ତି
 ସୂଚନାଯୋଗ୍ୟ, ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ଛାତ୍ର ନିଶାଶକ୍ତ ଅବସ୍ଥାରେ ଛାତ୍ରାବାସକୁ ଆସିଥିବା ଅଭିଯୋଗରେ ହଷ୍ଟେଲରୁ ବିଦା କରାଯାଇଥିବା ବେଳେ ସେହି ବିଦ୍ୟାଳୟରେ ସରସ୍ବତୀ ପୂଜାଦିନ ମଧ୍ୟାହ୍ନଭୋଜନ ରୋଷେଇ କରାଯାଇ ନ ଥିବାରୁ ଶତାଧିକ ଛାତ୍ରୀଛାତ୍ର ଭୋକଉପାସରେ ଘରକୁ ଫେରିଥିବା ବେଳେ ଶନିବାର ଡକରବାଡ଼ି ବିଦ୍ୟାଳୟ ବନ୍ଦ ଘଟଣା ଏବେ ଅଭିଭାବକ ମହଲରେ ବ୍ୟଥିତ କରିଛି। ଶିକ୍ଷା ବିଭାଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏନେଇ ସିଆରସିସି ସାହୁ କହିଛନ୍ତି ଯେ, ସେ ମଧ୍ୟାହ୍ନରେ ଡକରବାଡ଼ି ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ ସେ ବିଦ୍ୟାଳୟରେ ତାଲା ଝୁଲୁଥିବା ଦେଖି ପ୍ରଧାନ ଶିକ୍ଷକଙ୍କୁ ଫୋନ କରିଥିଲେ। ସେ ଫୁଲବାଣୀ କୌଣସି କାର୍ଯ୍ୟରେ ଯାଇଥିବା କହିଥିଲେ ଓ ଛାତ୍ରୀଛାତ୍ର କିମ୍ବା ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକ ମଧ୍ୟ ଅନୁପସ୍ଥିତ ଦେଖିଥିବା କହିଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

ଉଜ୍ଜୈନରୁ ଅହମଦାବାଦ, ବଙ୍ଗଳାରୁ ଓଡ଼ିଶା ପର୍ଯ୍ୟନ୍ତ ଝଲସିଲା ସାରା ଦେଶ; ମୋଦିଙ୍କ ଜନ୍ମଦିନରେ ଜଳିଲା କୋଟି କୋଟି ଦୀପ

ନୂଆଦିଲ୍ଲୀ,୧୭।୯: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ସ୍ବତନ୍ତ୍ର ଅବସରକୁ ପାଳନ କରିବା ପାଇଁ ସାରା ଦେଶରେ ‘ସେବା-ସଂକଳ୍ପ ଅଭିଯାନ’…

NHAI ଉପରେ ସୁପ୍ରିମକୋର୍ଟଙ୍କ ପ୍ରଭାବ: ପ୍ରତି ୧୦୦ କିଲୋମିଟରରେ ଗୋଟିଏ ‘ପଶୁ ଆଶ୍ରୟସ୍ଥଳ’ ନିର୍ମାଣ କରାଯିବ

ନୂଆଦିଲ୍ଲୀ,୧୭।୯: ଜାତୀୟ ରାଜପଥରେ ବୁଲୁଥିବା ବୁଲା ପଶୁଙ୍କ ସମସ୍ୟା ଦେଶର ଅନେକ ରାଜ୍ୟକୁ ପ୍ରଭାବିତ କରୁଛି। ଏହି ପଶୁମାନଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣାକୁ ନେଇ ସ୍ବତଃପ୍ରବୃତ୍ତ ଭାବେ…

ପାଣିରେ ବୁଡ଼ି ଚାଲିଗଲା ଯୁବତୀଙ୍କ ଜୀବନ

ଲାଞ୍ଜିଗଡ଼, ୧୭ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳର ଏକ ନାଳପାଣିରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ…

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ଧରାପଡ଼ିଲେ ଅଭିଯୁକ୍ତ

ବଞ୍ଚୋ,୧୭।୯(ପ୍ରଦୋଷ ବିଶ୍ୱାଳ ): ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ପୋଲିସ ଗୁରୁବାର ଜଣେ ଯୁବକଙ୍କୁ ଗିରଫ କରିଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା; ଦ୍ରୁତତମ ଶତକର ରେକର୍ଡ ସ୍ଥାପନ କଲେ

ନୂଆଦିଲ୍ଲୀ,୧୭।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅଭିଷେକ ଶର୍ମା ମାତ୍ର ୩୦ଟି ବଲରେ ଶତକ ହାସଲ କରିଛନ୍ତି। ଏହି ସଫଳତା ସହିତ ସେ ଭାରତ…

ହସ୍ପିଟାଲରୁ ମହିଳାଙ୍କ ମୃତଦେହ ଜବତ, ବିଷକ୍ରିୟା ସନ୍ଦେହ…

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୁରୁବାର ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ପ୍ରହଲ୍ଲାଦ ସେଠୀଙ୍କ ସ୍ତ୍ରୀ ସାବିତ୍ରୀ ସେଠୀ(୪୫)ଙ୍କ ମୃତଦେହ ବ୍ରହ୍ମପୁର ବଡ଼…

ବର୍ଷା, ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ

ରାଉରକେଲା,୧୭।୯: ସୁନ୍ଦରଗଡ଼ ଜିଲା ରାଉରକେଲା ସହରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା, ପବନରେ ଏକ ପୂଜା ପେଣ୍ଡାଲ ଭୁଶୁଡ଼ି ପଡିଛି। ସିଭିଲ ଟାଉନ୍‌ସିପ ଅଞ୍ଚଳରେ ଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?