କଳାହାଣ୍ଡି

୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା

ଭବାନୀପାଟଣା,୨୪।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ବିଜେପୁର ଥାନା ଅଞ୍ଚଳରେ ୨ଜଣ ନାବାଳିକାଙ୍କୁ ଗଣବଳାତ୍କାର କରିବା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ଆଉ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ତାଙ୍କୁ ଖୋଜିବା ପାଇଁ ପୋଲିସ ତନାଘନା ଚଳାଇଛି। ତେବେ…

କାଳବୈଶାଖୀ ହେଲା କାଳ

ବେହେରା,୨୪।୪(ଡି.ଏନ୍‌.ଏ.): ଅଦିନିଆ ବର୍ଷା, କାଳବୈଶାଖୀ ଓ କୁଆପଥର ମାଡ଼ ମାସକ ମଧ୍ୟରେ ବାରମ୍ବାର ହେଉଥିବାରୁ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତ ଦଲସର୍ଗି ଗ୍ରାମର ଅନେକ ପନିପରିବା ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ୨୫ରୁ ଅଧିକ ଏକର ଚାଷ…

ମାଟିମାଆର ପୂଜାର୍ଚ୍ଚନା କଲେ ଚାଷୀ: ପାରମ୍ପରିକ କୃଷି ଉପରେ ଗୁରୁତ୍ୱ

କର୍ଲାମୁଣ୍ଡା(ଡିଏନଏ)୨୩/୪: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ସ. ମାଲପଡା ପଞ୍ଚାୟତ ସରଦାପୁରଠାରେ କର୍ଲାମୁଣ୍ଡା ବ୍ଳକ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ନେଇ ରବିବାର ବ୍ଳକ ସ୍ତରୀୟ ଅକ୍ଷୟ ତୃତୀୟା ପାଳନ କରାଯାଇଛି। ଏହି ଅବସରରେ ମାଟିମାଆର ପୂଜାର୍ଚ୍ଚନା ସହିତ ଅଖିମୁଠି ଅନୁକୂଳ…

ଯାତ୍ରୀବାହୀ ବସ୍‌-କାର୍‌ ମୁହାଁମୁହିଁ

କୋକସରା,୨୨ା୪(ଡି.ଏନ୍‌.ଏ.): ଜାତୀୟ ରାଜପଥ ୨୬ କଳାହାଣ୍ଡି ଜିଲା ଆମପାଣି ଘାଟିରେ ଦୁର୍ଘଟଣା ଘଟିଛି। କୋକସରା ବ୍ଲକ ଆମପାଣି ଘାଟିର ବୁଲାଣିରେ ଶନିବାର ଯାତ୍ରୀବାହୀ ଘରୋଇ ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବସ୍‌ ଓ କାରରେ ଥିବା…

ଅନ୍ଧାର ଆଡ଼କୁ ଗତି କରୁଛି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼, ୨୨।୪: (ଡି.ଏନ୍‌.ଏ.) କଳାହାଣ୍ଡି ଜିଲାରେ ବର୍ତ୍ତମାନ ଜମି ମାଫିଆଙ୍କ ଅରାଜକତା ଅନେକ ମାତ୍ରାରେ ବଢ଼ିବାରେ ଲାଗିଛି। ଜମି ମାଫିଆ ଓ ଅଧିକାରୀଙ୍କ ସଲାସୂତରାରେ ଗୋଚର ଜମି ହେଉ, ଦେବୋତ୍ତର ଜମି ହେଉ କିମ୍ବା ସ୍କୁଲ ନିର୍ମାଣ ହୋଇଥିବା ଜମି ହେଉ…

ଉତ୍କେଲାରୁ ଉଡ଼ିବ ବିମାନ

ଭବାନୀପାଟଣା,୨୧।୪(ସ୍ବ.ପ୍ର.): ଦୀର୍ଘଦିନର ପ୍ରତୀକ୍ଷା ପରେ ଆସନ୍ତା ମେ’ ମାସରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ବିମାନବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ ହେବ। ଇଣ୍ଡିଆ ୱାନ୍‌ ଏୟାରର ଏକ ବିମାନ ପ୍ରଥମେ ଉତ୍କେଲାରୁ ରାୟପୁର ଉଡ଼ିବ। ପରେ ରାୟପୁରରୁ ଫେରି ଭୁବନେଶ୍ୱର…

ସ୍ତ୍ରୀ ହତ୍ୟାକାରୀ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ

ଭବାନୀପାଟଣା,୨୧।୪(ସ୍ବପ୍ର): କଳାହାଣ୍ଡି ଜିଲା ଜୟପାଟଣା ଥାନା କୁହୁରିଗୁମା ଗାଁରେ ୨୦୧୯ରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ଏହି ଗାଁର ଅଗସ୍ତି ମାଝି ତାଙ୍କ ସ୍ତ୍ରୀ ବେଲଙ୍କ ଚରିତ୍ରକୁ ସନ୍ଦେହ କରି ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏହି ମାମଲାର ଶୁଣାଣି ଶୁକ୍ରବାର…

୨ ନାବାଳିକାଙ୍କୁ ଗଣବଳାତ୍କାର

ଭବାନୀପାଟଣା/ଲାଞ୍ଜିଗଡ଼, ୨୧।୪(ସ୍ବ.ପ୍ର./ଡି.ଏନ୍‌.ଏ.): ଯାତ୍ରା ଦେଖି ଫେରୁଥିବା ବେଳେ ଗଣବଳାତ୍କାରର ଶିକାର ହୋଇଛନ୍ତି ୨ ନାବାଳିକା। ମାନବିକତାକୁ ଦୋହଲାଇଦେବା ଭଳି ଏଭଳି ଲଜ୍ଜାଜନକ ଘଟଣା କଳାହାଣ୍ଡି ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତ ରବିବାର ଭୋର୍‌ ସମୟରେ ଏହି କାଣ୍ଡ ଘଟିଥିବା ବେଳେ…

ବିଷ ପିଇ ଜୀବନ ହାରିଲେ ନାବାଳିକା: ବନ୍ଧାହେଲେ ଅଭିଯୁକ୍ତ ପ୍ରେମିକ

କୋକସରା,୨୦ା୪(ଡି.ଏନ.ଏ.): ପ୍ରେମ ପ୍ରତାରଣାର ଶିକାର ହୋଇ ଜଣେ ନାବାଳିକା ଲୋକଲଜ୍ଜା ସହି ନ ପାରି ବିଷ ପିଇ ଗୁରୁତର ହୋଇପଡିଥିଲେ। ଏକ ମାସ ହେଲା ନାବାଳିକ ବୁର୍ଲା ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଥିଲେ। ଏମିତି ଏକ…

ଯାତ୍ରା ଦେଖି ଫେରୁଥିବା ୨ ନାବାଳିକାଙ୍କୁ ଗଣବଳାତ୍କାର, ୫ ଅଭିଯୁକ୍ତ ଫେରାର

ଭବାନୀପାଟଣା/ଲାଞ୍ଜିଗଡ଼,୨୦ା୪(ସ୍ବ.ପ୍ର./ଡି.ଏନ୍‌.ଏ.): କଳାହାଣ୍ଡିରେ କଳଙ୍କ। ଯାତ୍ରା ଦେଖି ଫେରୁଥିବା ୨ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ମସଗ୍ର ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପରିବାର ଲୋକେ ଏନେଇ ବିଜେପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଜିଲାର ବିଜେପୁର…

ଡାକ୍ତରଙ୍କ ବିରୋଧରେ ଥାନାରେ ଅଭିଯୋଗକଲେ ମାଲିକ

ଭବାନୀପାଟଣା,୨୦।୪(ସ୍ବ.ପ୍ର.): ଟମି ମୋ ପରିବାରର ଥିଲା ଜଣେ ସଦସ୍ୟ। ସେ କୁକୁର ହେଲେ ବି ମୋ ପୁଅ ଭଳି ଥିଲା। ହଠାତ୍‌ ତାର ଦେହ ଖରାପ ହେବାରୁ ମେଡ଼ିକାଲ ନେଲି ହେଲେ ଡାକ୍ତର ବାବୁଙ୍କ ଅବହେଳା ଯୋଗୁ ଆଜି ଟମି ମୋତେ…

ଶୁଖିଲା ପଡ଼ିଛି ଶତାଧିକ ପୋଖରୀ

କେସିଙ୍ଗା,୨୦ା୪(ଡି.ଏନ.ଏ.): ଗତ କିଛି ଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଟାଣ ଖରା ଯୋଗୁ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଏବେ ଠାରୁ ଅଧିକାଂଶ କୂଅ, ପୋଖରୀ, ନାଳ ଶୁଖିବାରେ ଲାଗିଛି। ଅସହ୍ୟ ଗରମ ଅନୁଭୂତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?