ଅନ୍ଧାର ଆଡ଼କୁ ଗତି କରୁଛି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼, ୨୨।୪: (ଡି.ଏନ୍‌.ଏ.) କଳାହାଣ୍ଡି ଜିଲାରେ ବର୍ତ୍ତମାନ ଜମି ମାଫିଆଙ୍କ ଅରାଜକତା ଅନେକ ମାତ୍ରାରେ ବଢ଼ିବାରେ ଲାଗିଛି। ଜମି ମାଫିଆ ଓ ଅଧିକାରୀଙ୍କ ସଲାସୂତରାରେ ଗୋଚର ଜମି ହେଉ, ଦେବୋତ୍ତର ଜମି ହେଉ କିମ୍ବା ସ୍କୁଲ ନିର୍ମାଣ ହୋଇଥିବା ଜମି ହେଉ କେତେବେଳେ କିସମ ପରିବର୍ତ୍ତନ ହୋଇ ଜମି ବିକ୍ରି ହୋଇ ଯାଉଛି ତାହାର ନାଁ ଗନ୍ଧ ମଧ୍ୟ ଜଣାପଡୁନାହିଁ। ବର୍ତ୍ତମାନ ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ସ୍କୁଲ କୋଠା ନିର୍ମାଣ ନିମନ୍ତେ ପୂର୍ବଜ ଦାନ କରିଥିଲେ ଜମି। କିନ୍ତୁ ବର୍ତ୍ତମାନର ଦାୟାଦ ସେହି ଜମିକୁ ବିକ୍ରି କରିବାକୁ ଚକ୍ରାନ୍ତ ଆରମ୍ଭ କଲେଣି। ସ୍କୁଲ ଜମି ବିକ୍ରି ପାଇଁ ପ୍ରକ୍ରିୟା ଚାଲିଥିବାବେଳେ ଅନ୍ଧାର ଆଡ଼କୁ ଗତି କରୁଛି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ। କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମାଲିଗୁଡା ପଞ୍ଚାୟତର ବରଗାଁରେ ପୂର୍ବରୁ ସ୍କୁଲ ନ ଥିଲା । ଏଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍ବର୍ଗତ କୀର୍ତ୍ତିମାଳା ସିଂଙ୍କ ସହମତି କ୍ରମେ ତାଙ୍କ ଜମିକୁ ତାଙ୍କ ଭାଇ ଜମିଦାର ସ୍ବର୍ଗତ ବିଶ୍ୱନାଥ ସିଂହ ୧୯୫୧ ମସିହାରେ ୧ ଏକର ୩୩ ଡ଼ିସିମିଲ ଜମିକୁ ଗାଁରେ ସ୍କୁଲ ଖୋଲିବା ପାଇଁ ଦାନ କରିଦେଇଥିଲେ। କିନ୍ତୁ ବର୍ତ୍ତମାନର ସେଟେଲମେଣ୍ଟରେ ୧ ଏକର ୩୩ ଡ଼ିସିମିଲ ଜାଗା ନ ଥିବା ବେଳେ ଏବେ ଖାତା ନଂ. ୪୧୩/୮୩, ପ୍ଲଟ ନଂ. ୭୨୩ ରେ ୩ ଡ଼ିସିମିଲ ଜାଗା, ପ୍ଲଟ ନଂ. ୭୨୬ ରେ ୪ ଡ଼ିସିମିଲ ଜାଗା, ଏବଂ ପ୍ଲଟ ନଂ. ୭୨୭ ରେ ୪୬ ଡ଼ିସିମିଲ ସମେତ ସମୁଦାୟ ୫୩ ଡ଼ିସିମିଲ ଜାଗା ପରିସରରେ ସ୍କୁଲ କୋଠା ନିର୍ମାଣ ହୋଇଥିବା ଜଣାପଡ଼ିଛି। ଜମି ଦାନ ପରେ ୧୯୫୭ ମସିହା ସେପ୍ଟେମ୍ବର ୨ ତାରିଖରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ସେହି ଦିନଠାରୁ ଗାଁର ଛାତ୍ରୀଛାତ୍ର ଏହି ସ୍କୁଲରେ ପାଠପଢି ଆସୁଛନ୍ତି । ଅନେକ ଛାତ୍ରୀଛାତ୍ର ଏହି ସ୍କୁଲରେ ନିଜର ଭବିଷ୍ୟତ ଗଢି ସାରିଲେଣି। ବର୍ତ୍ତମାନ ମଧ୍ୟ ଅନେକ ଛାତ୍ରୀଛାତ୍ର ନିଜ ଭବିଷ୍ୟତ ପାଇଁ ଆଗଭର ହେଉଛନ୍ତି। ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୨୮ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଆଗରୁ ସରକାର ସ୍କୁଲ ମରାମତି ପାଇଁ ଟଙ୍କା ଦେଉ ନ ଥିଲେ ,ସେଥିପାଇଁ ସ୍କୁଲ କମିଟି କିଛି ଜମିକୁ ଲୋକଙ୍କୁ ଲିଜ ଦେଇ ସେଥିରୁ ଆୟ ଟଙ୍କାକୁ ସ୍କୁଲ ମରାମତି କରି ଆସୁଥିଲେ। ସ୍ବର୍ଗତ ବିଶ୍ୱନାଥ ସିଂ ଜମି ଦାନ କରି ୭୨ ବର୍ଷ ହେଉଥିବାବେଳେ ଏଣିକି ସ୍କୁଲ ନିର୍ମାଣର ୬୬ ବର୍ଷ ବିତିଗଲାଣି। ଅନ୍ୟ ପକ୍ଷରେ ଏତେ ବର୍ଷ ପରେ ମଧ୍ୟ ସ୍କୁଲ ନାମରେ ଜମିର କୌଣସି କାଗଜପତ୍ର ନାହିଁ। ବର୍ତ୍ତମାନ ଏହି ସ୍କୁଲ ଜମିକୁ ଜମିଦାର ବିଶନାଥ ସିଂହଙ୍କ ଦାୟାଦ ଅନୁପ ସିଂ ସ୍କୁଲ ଜମିକୁ ବିକ୍ରି କରିଦେବା ପାଇଁ ମସୁଧା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସ୍କୁଲ ଜମି ବିକ୍ରି ହେଉଥିବା ଜଣାପଡିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ବର୍ତ୍ତମାନ ସ୍କୁଲ ଜମିକୁ ଅନୁପ ସିଂ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଉଥିବା କହିଛନ୍ତି। ଅନ୍ୟ ପକ୍ଷରେ ଗୋଟିଏ ପରିବାର ପକ୍ଷରୁ ଗୋଟିଏ ପିଢ଼ି ପ୍ରଥମେ ଜମି ଦାନ କଲେ ଓ ଆଉ ଗୋଟିଏ ପିଢ଼ି ଜମିକୁ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବା କେତେ ଦୂର ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସହ ଉଦ୍‌ବେଗର ବିଷୟ ହୋଇଛି। ଏ ନେଇ ଗ୍ରାମବାସୀ ଜିଲାପାଳ, ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri