ଶୁଖିଲା ପଡ଼ିଛି ଶତାଧିକ ପୋଖରୀ

କେସିଙ୍ଗା,୨୦ା୪(ଡି.ଏନ.ଏ.): ଗତ କିଛି ଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଟାଣ ଖରା ଯୋଗୁ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଏବେ ଠାରୁ ଅଧିକାଂଶ କୂଅ, ପୋଖରୀ, ନାଳ ଶୁଖିବାରେ ଲାଗିଛି। ଅସହ୍ୟ ଗରମ ଅନୁଭୂତ ହେଉଥିବା ବେଳେ ପାନୀୟ ଜଳ ଅଭାବ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ଏହି ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଥିବା ୩୫୦ରୁ ଊଦ୍ଧର୍‌ବ ପୋଖରୀରୁ ପ୍ରାୟ ୧୫୦ଟି ପୋଖରୀ ସମ୍ପୂର୍ଣ୍ଣ ଶୁଖିଗଲାଣି। ଲୋକମାନେ ଗୃହପାଳିତ ଗାଈ, ବଳଦ, ଛେଳି, ମେଣ୍ଢାଙ୍କ ପାଇଁ ବହୁତ ହଇରାଣ ହେଉଛନ୍ତି। ସମଗ୍ର ବ୍ଲକରେ ୩୦ ହଜାରରୁ ଊଦ୍ଧର୍‌ବ ବଳଦ, ଗାଈ ଥିବା ବେଳେ ୬ ହଜାରରୁ ଉଦ୍ଧର୍‌ବ ମଇଁଷି ଅଛନ୍ତି। ଏହି ଗୃହପାଳିତ ପଶୁଙ୍କ ପାଇଁ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମ ନିକଟରେ ଥିବା ନାଳ, କୂଅ, ପୋଖରୀ ପାଣି ଶୁଖି ଆସିଥିବାରୁ ଲୋକେ ନଳକୂପରୁ ପାଣି ଆଣି ଗୃହପାଳିତ ପ୍ରାଣୀଙ୍କୁ ପିଇବାକୁ ଦେଉଛନ୍ତି। ପାନୀୟ ଜଳ ସମସ୍ୟା ଦୂର ପାଇଁ ୨୬ଟି ଗ୍ରାମ ପଞ୍ଚାୟତରେ ଆର.ଡବ୍ଲୁ.ଏସ.ଏସ.ବିଭାଗ ପକ୍ଷରୁ ପ୍ରାୟ ୩୫ଟି ପ୍ରୋଜେକ୍ଟ ହାତକୁ ନିଆଯାଇଛି। ୯୮କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରତି ଗ୍ରାମରେ ଗୋଟିଏ ଦୁଇଟି ଲେଖାଏ କରି ଓଭରହେଡ ପାଣି ଟାଙ୍କି କାମ ଚାଲିଛି। ଆସନ୍ତା ଜୁନ ମାସ ପୂର୍ବରୁ ଏହି ପ୍ରୋଜେକ୍ଟ ଶେଷ ହେବ ବୋଲି ବିଭାଗ ପକ୍ଷରୁ ଜଣାପଡିଛି। କେସିଙ୍ଗା ବ୍ଲକରେ ୧୭୧୦ଟି ନଳକୂପ ରହିଛି। ଉକ୍ତ ବିଭାଗ ପକ୍ଷରୁ ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ପାଇପ ସଂଯୋଗ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସେହିପରି କେସିଙ୍ଗା ସହରରେ ମଧ୍ୟ ପି.ଏଚ.ଡ଼ି.ବିଭାଗ ପକ୍ଷରୁ ସ୍ଥାନୀୟ ତେଲ ନଦୀ ତଟରୁ ପି.ଏଚ. ଡ଼ି. ମୁଖ୍ୟ କାର୍ଯ୍ୟାଳୟ କୁ ୩.୫ କିମି ଯାଏ ୩ କୋଟି ବ୍ୟୟ ଅଟକଳରେ ପାଇପ ଲାଇନ କାମ ଚାଲିଛି।
କେସିଙ୍ଗା ଏନ.ଏ.ସି.ର ୱାର୍ଡ ନମ୍ବର ୧ରେ ଏକ ଓଭରହେଡ ପାଣି ଟାଙ୍କି ନିର୍ମାଣାଧୀନ ରହିଛି। ଏହା ଅଳ୍ପ ଦିନ ମଧ୍ୟରେ ଶେଷ ହୋଇ ସହରବାସୀଙ୍କୁ ସକାଳେ ଓ ସନ୍ଧ୍ୟାରେ ପାଣି ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ଆର.ଡବ୍ଲୁ.ଏସ.ଏସ. ବିଭାଗର ଯନ୍ତ୍ରୀ ଧର୍ମେନ୍ଦ୍ର ସେଠୀଙ୍କୁ ପଚାରିବାରେ ଗ୍ରୀଷ୍ମପ୍ରବାହ ଯୋଗୁ ଜଳସ୍ତର ହ୍ରାସ ପାଉଛି। ଗାଁ ଗାଁରେ ନଳକୂପ ଖନନ ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ କ୍ଷମତା ଦିଆଯାଇଛି। ଦୁଇଟି ଭ୍ରାମ୍ୟମାନ ଗାଡି ରହିଛି। ଯେଉଁ ଗ୍ରାମରୁ ଅଭିଯୋଗ ଆସୁଛି ତୁରନ୍ତ ଯାଇ ନଳକୂପ ମରାମତି କରାଯାଉଛି। କେସିଙ୍ଗା ବ୍ଲକରେ ୩୫ଟି ପ୍ରୋଜେକ୍ଟରୁ ୨୮ଟି ନିର୍ମାଣ କାମ ଶେଷ ହୋଇଛି। ଖୁବଶୀଘ୍ର ଅନ୍ୟଗୁଡିକର ନିର୍ମାଣ କାର୍ଯ୍ୟ ଶେଷ ହେବ ା ଫଳରେ ପାନୀୟ ଜଳ ସମସ୍ୟା ଦୂର ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?