ଶୁଖିଲା ପଡ଼ିଛି ଶତାଧିକ ପୋଖରୀ

କେସିଙ୍ଗା,୨୦ା୪(ଡି.ଏନ.ଏ.): ଗତ କିଛି ଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଟାଣ ଖରା ଯୋଗୁ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଏବେ ଠାରୁ ଅଧିକାଂଶ କୂଅ, ପୋଖରୀ, ନାଳ ଶୁଖିବାରେ ଲାଗିଛି। ଅସହ୍ୟ ଗରମ ଅନୁଭୂତ ହେଉଥିବା ବେଳେ ପାନୀୟ ଜଳ ଅଭାବ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ଏହି ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଥିବା ୩୫୦ରୁ ଊଦ୍ଧର୍‌ବ ପୋଖରୀରୁ ପ୍ରାୟ ୧୫୦ଟି ପୋଖରୀ ସମ୍ପୂର୍ଣ୍ଣ ଶୁଖିଗଲାଣି। ଲୋକମାନେ ଗୃହପାଳିତ ଗାଈ, ବଳଦ, ଛେଳି, ମେଣ୍ଢାଙ୍କ ପାଇଁ ବହୁତ ହଇରାଣ ହେଉଛନ୍ତି। ସମଗ୍ର ବ୍ଲକରେ ୩୦ ହଜାରରୁ ଊଦ୍ଧର୍‌ବ ବଳଦ, ଗାଈ ଥିବା ବେଳେ ୬ ହଜାରରୁ ଉଦ୍ଧର୍‌ବ ମଇଁଷି ଅଛନ୍ତି। ଏହି ଗୃହପାଳିତ ପଶୁଙ୍କ ପାଇଁ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମ ନିକଟରେ ଥିବା ନାଳ, କୂଅ, ପୋଖରୀ ପାଣି ଶୁଖି ଆସିଥିବାରୁ ଲୋକେ ନଳକୂପରୁ ପାଣି ଆଣି ଗୃହପାଳିତ ପ୍ରାଣୀଙ୍କୁ ପିଇବାକୁ ଦେଉଛନ୍ତି। ପାନୀୟ ଜଳ ସମସ୍ୟା ଦୂର ପାଇଁ ୨୬ଟି ଗ୍ରାମ ପଞ୍ଚାୟତରେ ଆର.ଡବ୍ଲୁ.ଏସ.ଏସ.ବିଭାଗ ପକ୍ଷରୁ ପ୍ରାୟ ୩୫ଟି ପ୍ରୋଜେକ୍ଟ ହାତକୁ ନିଆଯାଇଛି। ୯୮କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରତି ଗ୍ରାମରେ ଗୋଟିଏ ଦୁଇଟି ଲେଖାଏ କରି ଓଭରହେଡ ପାଣି ଟାଙ୍କି କାମ ଚାଲିଛି। ଆସନ୍ତା ଜୁନ ମାସ ପୂର୍ବରୁ ଏହି ପ୍ରୋଜେକ୍ଟ ଶେଷ ହେବ ବୋଲି ବିଭାଗ ପକ୍ଷରୁ ଜଣାପଡିଛି। କେସିଙ୍ଗା ବ୍ଲକରେ ୧୭୧୦ଟି ନଳକୂପ ରହିଛି। ଉକ୍ତ ବିଭାଗ ପକ୍ଷରୁ ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ପାଇପ ସଂଯୋଗ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସେହିପରି କେସିଙ୍ଗା ସହରରେ ମଧ୍ୟ ପି.ଏଚ.ଡ଼ି.ବିଭାଗ ପକ୍ଷରୁ ସ୍ଥାନୀୟ ତେଲ ନଦୀ ତଟରୁ ପି.ଏଚ. ଡ଼ି. ମୁଖ୍ୟ କାର୍ଯ୍ୟାଳୟ କୁ ୩.୫ କିମି ଯାଏ ୩ କୋଟି ବ୍ୟୟ ଅଟକଳରେ ପାଇପ ଲାଇନ କାମ ଚାଲିଛି।
କେସିଙ୍ଗା ଏନ.ଏ.ସି.ର ୱାର୍ଡ ନମ୍ବର ୧ରେ ଏକ ଓଭରହେଡ ପାଣି ଟାଙ୍କି ନିର୍ମାଣାଧୀନ ରହିଛି। ଏହା ଅଳ୍ପ ଦିନ ମଧ୍ୟରେ ଶେଷ ହୋଇ ସହରବାସୀଙ୍କୁ ସକାଳେ ଓ ସନ୍ଧ୍ୟାରେ ପାଣି ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ଆର.ଡବ୍ଲୁ.ଏସ.ଏସ. ବିଭାଗର ଯନ୍ତ୍ରୀ ଧର୍ମେନ୍ଦ୍ର ସେଠୀଙ୍କୁ ପଚାରିବାରେ ଗ୍ରୀଷ୍ମପ୍ରବାହ ଯୋଗୁ ଜଳସ୍ତର ହ୍ରାସ ପାଉଛି। ଗାଁ ଗାଁରେ ନଳକୂପ ଖନନ ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ କ୍ଷମତା ଦିଆଯାଇଛି। ଦୁଇଟି ଭ୍ରାମ୍ୟମାନ ଗାଡି ରହିଛି। ଯେଉଁ ଗ୍ରାମରୁ ଅଭିଯୋଗ ଆସୁଛି ତୁରନ୍ତ ଯାଇ ନଳକୂପ ମରାମତି କରାଯାଉଛି। କେସିଙ୍ଗା ବ୍ଲକରେ ୩୫ଟି ପ୍ରୋଜେକ୍ଟରୁ ୨୮ଟି ନିର୍ମାଣ କାମ ଶେଷ ହୋଇଛି। ଖୁବଶୀଘ୍ର ଅନ୍ୟଗୁଡିକର ନିର୍ମାଣ କାର୍ଯ୍ୟ ଶେଷ ହେବ ା ଫଳରେ ପାନୀୟ ଜଳ ସମସ୍ୟା ଦୂର ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri