କଳାହାଣ୍ଡି

କେନ୍ଦୁପତ୍ର କ୍ରୟ ମାମଲା: ଏକାଠି ହେଲେ ତୋଳାଳି, କର୍ମଚାରୀ

କୋକସରା,୧୭।୪(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ବନାଞ୍ଚଳ ବିଜମରା କେନ୍ଦୁପତ୍ର ଫରେଷ୍ଟ ସେକ୍ସନରେ ରହିଥିବା ୧୪ଟି କେନ୍ଦୁପତ୍ର ଫଡ଼ି ବିରିମୁହାଣ, ଆମପାଣି, ରଏନଗୁଡା ବିଜମରା, ଧୋବେନଚଞ୍ଚରା, ଘଣ୍ଟିଗୁଡା, କୁଳେରଗୁଡା, ଗୋତୋମୁଣ୍ଡା, ପିପଲଝାପର, ଭାଲୁଚୁଆଁ, କନକପୁର,ପାଇକପଡା, ଜୟନ୍ତପୁର ଓ କନ୍ଦାଗଡ ଫଡ଼ିରେ…

ଆସିଲେନି କେହି: ଜଗୁଆଳି ବୃଦ୍ଧାଙ୍କ ଅନ୍ତିମ ସତ୍କାର କଲା ଉନ୍ନୟନ ସମିତି

କୋକସରା,୧୬ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନସ୍ଥଳି ଡୋକରିଚଞ୍ଚରାରେ ଦୀର୍ଘ ୧୦ ବର୍ଷ ହେଲା ଏକ ଅସହାୟ ବୃଦ୍ଧ ଦମ୍ପତି ଘେନୁ ମାଝୀ (୭୭) ଏବଂ ତାଙ୍କ ସ୍ତ୍ରୀ ମଙ୍ଗଳ ଦେଈ ମାଝୀ…

କଳାହାଣ୍ଡି ଜିଲାର ବିଭିନ୍ନ ଜଙ୍ଗଲରେ ନିଆଁ

ଭବାନୀପାଟଣା,୧୬।୪(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ଗତ କିଛି ଦିନ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏପରି ପରିସ୍ଥିତିରେ ଜିଲାର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲ ଗୁଡିକରେ ନିଆଁ ଲାଗୁଥିବା ସୂଚନା ମିଳିଛି। ଜିଲାର ଉତ୍ତର ଡିଭିଜନରେ ଶୁକ୍ରବାର ୨୭ ଗୋଟି…

ପ୍ରତିଶ୍ରୁତି ପାଣିର ଗାର, ବେସାହାରା ପରିବାର

ଭବାନୀପାଟଣା,୧୫।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ବଡ଼ପୁଝାରିଗୁଡା ପଞ୍ଚାୟତ ବତାସୀଗୁଡା ଗ୍ରାମର ସ୍ବର୍ଗତ ମଦନ ମାଝିଙ୍କ ପରିବାର ଏବେ ଦୁର୍ବିସହ ଜୀବନଯାପନ କରୁଛନ୍ତି। କେନ୍ଦୁଲିଭରେ କାମ କରି ପରିବାରକୁ ରୋଜଗାର ଯୋଗାଉ ଥିବା ମଦନଙ୍କ ଅକାଳ ବିୟୋଗ ପରେ ପରିବାର ଲୋକେ…

ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଭବାନୀପାଟଣା,୧୪।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ କୁଟୁରୁଖମାର ଛକ ନିକଟରେ ଶୁକ୍ରବାର ଏକ ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅଖିଳ ମାଝି। ଚାଷ ଜମିକୁ ପାଣି ମଡ଼ାଇବା ପାଇଁ ଅଖିଳ ଯାଉଥିବା ବେଳେ…

୬ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ନାହିଁ

ଲାଞ୍ଜିଗଡ,୧୪।୪(ଡି.ଏନ.ଏ.): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଏକ ଶିଳ୍ପାଞ୍ଚଳ ହୋଇଥିବା ବେଳେ ଅନେକ ଲୋକ ବିଭିନ୍ନ ପ୍ରକାର ସିମ ବ୍ୟବହାର କରିଥାନ୍ତି। ସେ ମଧ୍ୟରୁ ବିଏସ୍‌ଏନ୍‌ଏଲ୍‌ (ଭାରତ ସଞ୍ଚାର ନିଗମ ଲିମିଟେଡ଼) ଏକ ପୁରୁଣା ଟେଲିକମ କମ୍ପାନୀ ହୋଇଥିବା ବେଳେ ଲୋକେ ଏହି…

କାମରେ ଆସୁନି ଗୋଷ୍ଠୀ ଶୌଚାଳୟ

କେସିଙ୍ଗା,୧୪।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବଗାଡ ଗ୍ୟାସ ଗୋଦାମ ନିକଟରେ ଥିବା ଖଲିଆ ବନ୍ଧହୁଡ଼ା ଉପରେ କେସିଙ୍ଗା ଏନ୍‌ଏସି ପକ୍ଷରୁ ୬ ଲକ୍ଷ ଟଙ୍କାରେ ନିର୍ମିତ ଗୋଷ୍ଠୀ ଶୌଚାଳୟ ଏବେ କାମରେ ଆସୁନି। ଜନସାଧାରଣଙ୍କ ସୁବିଧା ଓ ପରିମଳ ବ୍ୟବସ୍ଥା ସଫା…

ଭତ୍ତା ଟଙ୍କା ହଡ଼ପ ଅଭିଯୋଗ

କୋକସରା,୧୩।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ସହ ଅନୁବନ୍ଧିତ ବ୍ଲକର ଡାଲଗୁମାଠାରେ ଥିବା ସିଏସପି ଶାଖାରେ ବୃଦ୍ଧା ସତିଦେଈ ଚନ୍ଦନ (୮୦) ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ଖୋଲିଥିବା ଜମାଖାତାରୁ ୮ ହଜାର ୫ ଶହ ଟଙ୍କା ସିଏସପି…

ନିମ୍ନମାନର କାମ ନେଇ ସିଡିଏମ୍‌ଓଙ୍କଠାରେ ଅଭିଯୋଗ

କେସିଙ୍ଗା,୧୩।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମପଞ୍ଚୟତ ବାଲସି ଗ୍ରାମରେ ନିର୍ମାଣାଧୀନ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିମ୍ନମାନର କାମ ଓ ବିନା ସୂଚନା ଫଳକରେ ଚାଲିଛି। ଏ ନେଇ ଗ୍ରାମବାସୀ ସିଡିଏମଓଙ୍କ ନିକଟରେ ଅଭିଯୋଗ କରାଯାଇଛି। ଏହି କାମରେ ଶିଶୁ…

ଭବାନୀ ନିଆଲ ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର(ବ୍ୟୁରୋ)/ ଭବାନୀପାଟଣା, ୧୧।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲଙ୍କୁ ସୋମବାର ବିଜେଡିରୁ ବହିଷ୍କୃତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସାଧାରଣ ସମ୍ପାଦକ ମାନସ…

ଘରୋଇ କମ୍ପାନୀକୁ କେନ୍ଦୁପତ୍ର ବିକ୍ରି କରିବା ବିରୋଧ କରି ଦାବିପତ୍ର ଦେଲେ କର୍ମଚାରୀ

କୋକସରା,୧୦।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ କେନ୍ଦୁପତ୍ର ଫରେଷ୍ଟ ଡିଭିଜନ ଅନ୍ତର୍ଭୁକ୍ତ ବିଜମରା ସେକ୍ସନ ଅଧୀନରେ କାର୍ଯ୍ୟ କରୁଥିବା ମୁନସି, ଚେକର, ଚପରାଶି ଓ କେନ୍ଦୁପତ୍ର ତୋଳାଳୀମାନେ ସୋମବାର କୋକସରା ବ୍ଲକ ଉପାଧ୍ୟକ୍ଷଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ବିଗତ…

ନକଲି ସ୍କୁଲ ଲିଭିଂ ସାର୍ଟିଫିକେଟ ଦେଇ ଅଙ୍ଗନଓ୍ବାଡି ଚାକିରି

ଭବାନୀପାଟଣା,୧୦।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦେପୁର ସେକ୍ଟର ଅଧୀନ ଉପକାଭଟ୍ଟାର ଅଙ୍ଗନଓ୍ବାଡ଼ି କର୍ମୀ ଝୁନୁପମା ଶତପଥୀ ନକଲି ସ୍କୁଲ ଲିଭିଂ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ହୋଇଛି। ଏହା ପରେ ତାଙ୍କୁ ବହିଷ୍କାର ପାଇଁ ଭବାନୀପାଟଣା ଡିଏସ୍‌ଡବ୍ଲ୍ୟୁ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?