Odisha Elections 2024

ପେଟ୍ରୋଲରେ ପୋଡି ହୋଇ ବିବାହିତ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପା

କୋକସରା,୨୫।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ବାମୀ, ଶାଶୁ ଓ ବଡ଼ ଯାଆ ନିର୍ଯାତନା ଓ ଶେଷରେ ପେଟ୍ରୋଲ ଢାଳି ମହିଳାଙ୍କୁ ପୋଡି ହତ୍ୟା କରିଥିବା ନେଇ ସଙ୍ଗିନ ଅଭିଯୋଗ ଆଣିିଛନ୍ତି ମୃତ ଝିଅଙ୍କର ବାପା। ସୂଚନା ମତେ କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଜୟନ୍ତପୁର ଗ୍ରାମର ଦିପେନ ସାଗରଙ୍କ ଝିଅ ଉର୍ମିଳା ସାଗର(ପୂଜା)ର ବିବାହ ସାମାଜିକ ରୀତିନୀତି ଅନୁସାରେ ଗତ ୨୦୨୦ ମସିହା ମାର୍ଚ୍ଚ ମାସ ୨୦ ତାରିଖରେ ମାଝୀଗୁଡା ଗ୍ରାମର ବାଲେଶର ନାଗଙ୍କ ପୁଅ ଜୟନ୍ତ ନାଗଙ୍କ ସହିତ ହୋଇଥିଲା। ବିବାହର କିଛିମାସ ଦାମ୍ପତ୍ୟ ସଂସାର ହସଖୁସିରେ ଅତିବାହିତ ହେବାପରେ ଉର୍ମିଳାଙ୍କ ଜୀବନରେ ମାଡି ଆସିଥିଲା ନିର୍ଯାତନାର କଳାବାଦଲ। ଅନେକ ସମୟରେ ସ୍ବାମୀ ଜୟନ୍ତ, ଶାଶୁ ଚମ୍ପାବତୀ ନାଗ ଓ ବଡ଼ ଯାଆ କୁଲକି ନାଗ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଗତ ଜୁଲାଇ ୨୩ରେ ଉର୍ମିଳା ନିଜ ମାଆଙ୍କୁୁ ଫୋନ କରି ଜୀବନରେ ମାରିଦେବାକୁ ଧମକ ଦେଉଥିବା ଓ ମୋତେ ଶୀଘ୍ର ଆସି ନେଇଯାଅ ବୋଲିି ଫୋନ କରି କହିଥିବା ବେଳେ ସେହିଦିନ ସାରେ ଖବର ମିଳିଲା ଯେ ଝିଅ ପୋଡି ହୋଇ ଯାଇଛି ଓ କୋକସରା ଡାକ୍ତରଖାନାରେ ଭର୍ତ୍ତି ଅଛି। ଖବର ପାଇ ଝିଅର ବାପା ମା କୋକସରା ଡାକ୍ତରଖାନାରେ ପହଞ୍ଚିବା ପରେ ଝିଅର ଶରୀର ସମ୍ପୂର୍ଣ୍ଣ ପୋଡି ଯାଇ ଅତି ଜଟିଳ ଅବସ୍ଥାରେ ରହିଥିବା ବେଳେ ଡାକ୍ତର ପିଡୀତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ହେଲେ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ୨୪ତାରିଖ ସା ୬ ଘଣ୍ଟା ସମୟରେରେ ଉର୍ମିଳାଙ୍କ ମୃତ୍ୟୁ ହୋଇଥିଲା। ଗତ ଜୁଲାଇ ୨୩ରେ ଝିଅକୁ ପେଟ୍ରୋଲ ଢାଳି ପୋଡି ମାରି ଦେବାକୁ ଉଦ୍ୟମ କରାଯାଇଥିବା ନେଇ ମହିଳାଙ୍କ ମା ଆଶା ସାଗର କୋକସରା ପୋଲିସରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ପରେ କୋକସରା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ। ଅନ୍ୟପଟେ ମୃତ ମହିଳାଙ୍କ ଶବ ଭୁବନେଶ୍ୱରରୁ ଆସୁଥିବା ଜଣାପଡିଛି। କୋକସରା ଥାନାରେ ଏନେଇ କେଶ ନମ୍ବର ୧୯୩/୨୩ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ସେକ୍ଟର ଅଫିସରଙ୍କୁ ଘେରିଲେ ଗ୍ରାମବାସୀ

ଲୋଇସିଂହା,୨୧।୫(ସୁଶାନ୍ତ ବାରିକ) ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ବ୍ଲକ ସରଗାଡ ଗ୍ରାମରେ ନିର୍ବାଚନରେ ନିୟୋଜିତ ସେକ୍ଟର ଅଫିସର ସୂର୍ଯ୍ୟକାନ୍ତ ପଧାନଙ୍କୁ ଘେରିଲେ...

ବରଗଡ଼ ଜିଲାରେ ୭୫.୯୭ ପ୍ରତିଶତ ମତଦାନ: ଭଟଲିରେ ସର୍ବାଧିକ, ଅତାବିରାରେ ସର୍ବନିମ୍ନ

ବରଗଡ଼,୨୧।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ମତଦାନ ପ୍ରକ୍ରିୟା ସରିଛି । ଖରା,ତ ାତି ସତ୍ତ୍ବେ ମତଦାନ କେନ୍ଦ୍ର ଗୁଡିକରେ ଏଥର...

ମୁଖ୍ୟମନ୍ତ୍ରୀ ଜଣେ, ଶାସନ ଚଳାଉଛନ୍ତି ଅନ୍ୟ ଜଣେ

କୁଚିଣ୍ଡା,୨୧ା୫(ବିରଞ୍ଚତ୍ ଦର୍କା):ବିଜେଡି ସରକାରରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ। ହେଲେ ତାଙ୍କୁ ମୋହାରା କରି କାର୍ତ୍ତିକ ପାଣ୍ଡିଆନ ସରକାର ଚଳାଉଛନ୍ତି। ଏଭଳି ସରକାରକୁ ହଟାଇବାକୁ ପଡ଼ିବ। ଏଥର...

ଗୋଟିଏ ଇଆଡ଼େ, ଆଉ ଗୋଟେ ସିଆଡ଼େ

ସମ୍ବଲପୁର/ରେଙ୍ଗାଲିରୁ,୨୧ା୫ (ଅନିଲ ଦାସ):ରାଜ୍ୟରେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସମ୍ବଲପୁର ସମେତ ୫ ଲୋକ ସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀମାନେ...

ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ୧ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର,(ସତ୍ୟଜିତ୍‌ ରାଉତ)/ ମାଲକାନଗିରି, ୨୧ା୫ (ଦୁର୍ଯ୍ୟୋଧନ ପାତ୍ର):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଥିବା ମାଲକାନଗିରି ଜିଲାର ପୂର୍ବତନ ମୃତ୍ତିକା...

ମତଦାନ କଲେ ମୃତ ଦିଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୨୧ା୫(ପ୍ରଶାନ୍ତ କୁମାର ମିଶ୍ର):ନିର୍ବାଚନ ପାଇଁ ଦିଲୀପ ବହୁତ ଉତ୍ସାହିତ ଥିଲା। ଭୋଟ ଦେବା ପାଇଁ ସେ ଉତ୍କଣ୍ଠାର ସହ ୨୦ ତାରିଖକୁ ଅପେକ୍ଷା କରିଥିଲା। ହେଲେ...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri