ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବହିଷ୍କାର ଦାବିରେ ସ୍କୁଲ ଘେରାଉ : ପ୍ରଧାନ ଶିକ୍ଷୟିତ୍ରୀ ଚେତା ଶୁନ୍ୟ

କେସିଙ୍ଗା,୨୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବୋରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସବିତା ସେଠି ୧୦ ବସ୍ତା (୫) କୁଇଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ନେଉଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରା ପଡିଥିଲେ। ଏହି ଘଟଣାରେ ସୋମବାର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବହିଷ୍କାର ଦାବିରେ ଗ୍ରାମବାସୀ ଓ ଅଭିଭାବକମାନେ ସ୍କୁଲ ଘେରାଉ କରିଥିଲେ। ଗତ ଶନିବାର ବୋରିଆ ପ୍ରଧାନ ଶିକ୍ଷୟିତ୍ରୀ ସବିତାଙ୍କ ସ୍ବାମୀ ଏକ ଅଟୋରେ ୧୦ ବସ୍ତା ଚାଉଳ ବିଦ୍ୟାଳୟରୁ ଆଣି ଭବାନୀପାଟଣାସ୍ଥିତ ଶାନ୍ତିନଗର ପଡ଼ାକୁ ନେଉଥିବାବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରା ପଡିଥିଲେ। ଉକ୍ତ ସ୍କୁଲ ଭିତରକୁ ଏକ ଅଟୋ ପଶି ଚାଉଳ ବୋଝେଇ କରି ବାହାରିବା ବେଳେ ବୋରିଆ ଗ୍ରାମର କିଛି ବ୍ୟକ୍ତି ଫଟୋ ଉଠାଇଥିଲେ। ଆଟୋକୁ ଜାତୀୟ ରାଜପଥ ୨୬ ଉତ୍କେଲା ଫାଣ୍ଡି ଛକ ନିକଟରେ ଅଟକ ରଖି ବିଡିଓ ପ୍ରଫୁଲ୍ଲ କୁମାର ଅଦୁ, ବୋରିଆ ସରପଞ୍ଚ ରିମା ନାୟକ, ନାଏବ ସରପଞ୍ଚ ଓ ଓ୍ବାଡସଭ୍ୟଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବିଡିଓ, ସରପଞ୍ଚ ପହଞ୍ଚତ୍ ଉତ୍କେଲା ଫାଣ୍ଡିକୁ ନେଇଥିଲେ। ଶିକ୍ଷୟିତ୍ରୀ ଓ ତାଙ୍କ ସ୍ବାମି, ଆଟୋ ଡ୍ରାଇଭରଙ୍କ ସମେତ ୧୦ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ, ଅଟୋ ଜବତ କରିଥିଲେ। କେସିଙ୍ଗା ଥାନାକୁ ନେଇ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ସବିତା ସେଠିଙ୍କ ବଦଳି ହୋଇଛି। ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦେବକୀ ମାଝି ଗତ ୧୪ ତାରିଖରେ ଯୋଗଦେଇ ଥିଲେ ସୁଦ୍ଧା ଆଜି ଯାଏ ସବିତା ସେଠି ଚାର୍ଚ୍ଚ ଦେଇ ନାହାନ୍ତି। ଏହି ଘଟଣା ଶିକ୍ଷା ବିଭାଗ ଅଧିକାରୀଙ୍କ ଦୃଷ୍ଟି ଗୋଚର ହେବାରୁ ସୋମବାର କେସିଙ୍ଗା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ନଳିନୀପ୍ରଭା ଦେଈ ଓ ଦାସ ବାବୁ ଦୁହେଁ ବୋରିଆ ସ୍କୁଲ ଯାଇ ମଧ୍ୟାହ୍ନ ଚାଉଳ ଯାଞ୍ଚ ବେଳେ ୫ କୁଇଣ୍ଟାଲ କମ ଥିବା ଜଣାପଡଥିଲା। ଏହିପରି ପ୍ରଧାନ ଶିକ୍ଷୟିତ୍ରୀ ମଝିରେ ମଝିରେ ଚୋରି କରି ଘରକୁ ନେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଦ୍ୟାଳୟରେ ୬ଜଣ ଶିକ୍ଷୟିତ୍ରୀ ଅଛନ୍ତି। ଗ୍ରାମବାସୀ ମଧ୍ୟାହ୍ନ ଚାଉଳ ବିଷୟ ପଚାରିବାରୁ କିଛି ଜାଣି ନ ଥିବା ପ୍ରକାଶ କରିଥିଲେ। ପୁରୁଣା ୬ଜଣ ଶିକ୍ଷୟିତ୍ରୀଙ୍କୁ ବଦଳି କରିବା ପାଇଁ ଗ୍ରାମବାସୀ ତଥା ଅଭିଭାବକମାନେ ଜିଲା ପ୍ରକଳ୍ପ ସଂଯୋକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଯଦି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବହିଷ୍କାର କରା ନ ଗଲେ ସ୍କୁଲରେ ତାଲା ଦେଇ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ସବିତା ସେଠୀଙ୍କୁ ସୋମବାର ସ୍କୁଲ ଯିବା ଦେଖି ଗ୍ରାମବାସୀ ସ୍କୁଲ ଘେରାଉ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଏହି ସବୁ ଦେଖି ଚେତାଶୂନ୍ୟ ହେବାରୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଏ ସଂକ୍ରାନ୍ତରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ନଳିନୀ ପ୍ରଭା ଦେଈଙ୍କୁ ପଚାରିବାରୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ ୫ କୁଇଣ୍ଟାଲ କମ ଥିଲା। ଗ୍ରାମବାସୀ ପ୍ରଧାନ ଶିକ୍ଷିୟତ୍ରୀଙ୍କୁ ବହିଷ୍କାର ଦାବି କରୁଛନ୍ତି, ମଁୁ ଜିଲା ପ୍ରକଳ୍ପ ସଂଯୋକଙ୍କ ସହ ଆଲୋଚନା ପରେ ସା ସୁଦ୍ଧା ନିଷ୍ପତ୍ତି ନିଆଯିବ ବୋଲି ପ୍ରକାଶ କରିଥିଲେ।
ଫଟୋ-ଗ୍ରାମବାସୀଙ୍କ ଦ୍ୱାରା ସ୍କୁଲ ଘେରାଉ, ପ୍ରଧାନ ଶିକ୍ଷିୟତ୍ରୀ ବହିଷ୍କାର ଦାବି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri