ଦୁଇ ଗ୍ରାମକୁ ରାଜସ୍ବ ଗ୍ରାମର ସ୍ବୀକୃତି

କେସିଙ୍ଗା,୨୬ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ପଞ୍ଚାୟତର କଛାରପଦର ଓ ଧୁଙ୍ଗିଆମୁଣ୍ଡା ଗ୍ରାମକୁ ରାଜ୍ୟ ସରକାର ରାଜସ୍ବ ଗ୍ରାମ ଭାବେ ବୁଧବାର ସ୍ବୀକୃତି ପ୍ରଦାନ କରିଛନ୍ତି। ଫଳରେ ଗ୍ରାମବାସୀଙ୍କ ମନରେ ଆନନ୍ଦର ଲହରି ଖେଳିଯାଇଛି। କେସିଙ୍ଗା ତହସିଲ କାର୍ଯ୍ୟାଳୟ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ବାଗତ କରାଯାଇଥିଲା। ଏହି ଉଭୟ ଗ୍ରାମରେ ୩୫ ଶହରୁ ଊଦ୍ଧର୍‌ବ ଲୋକେ ବସବାସ କରନ୍ତି। କଛାରପଦର ଓ ଧୁଙ୍ଗିଆମୁଣ୍ଡା ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବାକୁ ଦୀର୍ଘ ୨୦ବର୍ଷ ଧରି ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ। ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ନ ଥିବାରୁ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିଲେ। ଗ୍ରାମବାସୀ ଜିଲାପାଳଠାରୁ ରାଜସ୍ବ ବିଭାଗ ଓ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତିକରି ଜିଲାପାଳ ରାଜ୍ୟ ସରକାରଙ୍କ ନିକଟକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିବା ପାଇଁ ଏକ ସର୍ଭେ କରି ପଠାଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ଅସୁବିଧାକୁ ଦୂର କରିବା ପାଇଁ ଉଭୟ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ସ୍ବୀକୃତି ପ୍ରଦାନ କରିଥିବାରୁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ଓ ଜିଲାପାଳ,କେସିଙ୍ଗା ତହସିଲଦାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜିଲାପାଳ ନିର୍ଦ୍ଦେଶ କ୍ରମେ କେସିଙ୍ଗା ତହସିଲଦାର ଯୁଗେଶ୍ୱର ସାହୁଙ୍କ ତତ୍ତ୍ୱାବଧାନରେ ରାଜସ୍ବ ନିରୀକ୍ଷକ ଡିଙ୍ଗର ପୁଟେଲ,ରାଜସ୍ବ ପରିଦର୍ଶକ ହିମାଂଶୁ ଶେଖର ପ୍ରଧାନ, ସହକାରୀ ରାଜସ୍ବ ନିରୀକ୍ଷକ ଶୁଭଚିନ୍ତକ ନାୟକ,ଅମିନ ଭୁବନେଶ୍ବର ହରପଲ, ପ୍ରଦୀପ ଠାକୁରଙ୍କ ସମେତ, ରେଙ୍ଗାଲି ଗ୍ରାମର ଗୌନ୍ତିଆ ଅଲେଖ ସାହା, ବାଲସି ସରପଞ୍ଚ ଭାରତୀ ସୁନା, ଭୁପିନ୍ଦର ସୁନା, ମେମ୍ବର ଅହଲ୍ୟା ମାଝି, ନରସିଂହ ମାଝି, ଲଛମନ ଶବର,ଶିବ ମାଝି, ମୁରଲୀ ଶବର,ଦଶରଥ ସାହାଙ୍କ ସମେତ ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରସ୍ଥାବିତ ନୂତନ ମୌଜାର ସୀମା ନିର୍ଦ୍ଧାରଣ କରାଯାଇଥିଲା। ଏହି ଦୁଇ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପାଇବାରୁ ରାଜସ୍ବ ନିରୀକ୍ଷକ ଡିଙ୍ଗର ପୁଟେଲ ଘୋଷଣା କରି ଗ୍ରାମବାସୀଙ୍କ ନିଜସ୍ବ ସୁବିଧା ସୁଯୋଗ ପାଇବେ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧୁବନ ଗ୍ରାମପଂଚାୟତର ସୁକୁଡୁବାଜୁ ନିକଟରେ ଧସିଲା ପାହାଡ଼, ରାସ୍ତା ଜାମ୍

ଗୁଡାରି,୨୪।୯(ପ୍ରମୋଦ କୁମାର ପତି): ଲଗାଣ ବର୍ଷାରେ ଗୁରୁବାର ଅପରାହ୍ନରେ ଗୁଡାରି ବ୍ଲକର ମଧୁବନ ଗ୍ରାମପଂଚାୟତ ଅନ୍ତର୍ଗତ ସୁକୁଡୁବାଜୁ ନିକଟରେ ପାହାଡ଼ରୁ ବଡ଼ ପଥର ଖସି ରାସ୍ତା ମଝିରେ…

ଗାଜଲବାଡି ଘାଟିରେ ଭୂସ୍ଖଳନ, ପୂର୍ବରୁ ସିଲ୍ କରିଥିଲା ପ୍ରଶାସନ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଭୂସ୍ଖଳନ ହୋଇଛି । ଏକାଧିକ…

ଚାଷଜମିରେ ଦା’ ରେ ହାଣି ହତ୍ୟା ଉଦ୍ୟମ ଘଟଣା, ଜେଲ ଗଲେ ଅଭିଯୁକ୍ତ  

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ପ୍ରକାଶ ବେହେରାଙ୍କୁ ତାଙ୍କ ଗ୍ରାମର ଏସ. ବଳରାମ ରେଡ୍ଡୀ ଓରଫ ବଳିଆ ଦା’ ରେ…

ଅଜଣା ଜୀବ କାମୁଡ଼ାରେ ଅନୁଭବ ମଲ୍ଲିକଙ୍କ ମୃତ୍ୟୁ, ମାଣ୍ଡିପାଙ୍କାରେ ଶୋକାକୁଳ ପରିବେଶ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅଜଣା ବିଷାକ୍ତ ଜୀବ…

କେସିଙ୍ଗାରେ ଲଘୁଚାପ ବର୍ଷା-ପବନର ତାଣ୍ଡବ: ଗଛ ଭାଙ୍ଗି ତାର ଛିଣ୍ଡିଲା, ବିଦ୍ୟୁତ ସେବା ଠପ୍

କେସିଙ୍ଗା,୨୪।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପରଲସିଙ୍ଗା ଗ୍ରାମରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ଜମିର ହିଡ ଉପରେ ଥିବା ଗଛ ଲଘୁଚାପ ଜନିତ…

ଭାଇ ଅର୍ଜୁନ ତେନ୍ଦୁଲକରଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାରା, ସଭିଏଁ କହୁଛନ୍ତି…

ମୁମ୍ବାଇ,୨୪।୯: ଅର୍ଜୁନ ତେନ୍ଦୁଲକର ଗୁରୁବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି; ତାଙ୍କର ଜନ୍ମ ୨୪ ସେପ୍ଟେମ୍ବର ୧୯୯୯ରେ ହୋଇଥିଲା। ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ…

ଧରିତ୍ରୀ ପ୍ରଭାବ; ସାନ୍ତାଳୀ ଗାଁ ପାଣିଖିଆରେ ପାଣି ପଶିବା ଘଟଣା, ଶୁଖିଲା ଖାଦ୍ୟ ବାଣ୍ଟିଲା ପ୍ରଶାସନ

ମହାକାଳପଡ଼ା,୨୪।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ସାନ୍ତାଳୀ ଗାଁ ପାଣି ଖିଆରେ ସମୁଦ୍ର ପାଣି ମାଡ଼ି ଆସିଛି । ଲଘୁଚାପ ପ୍ରଭାବରେ…

ବିଧାନସଭା ନିର୍ବାଚନ ପୂର୍ବରୁ BJPର ବଡ଼ ଘୋଷଣା: ବିଭିନ୍ନ ରାଜ୍ୟରେ ୨୪ ନୂଆ ପଦାଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୪।୯: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ BJP ନିଜର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆରମ୍ଭ କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?