ନଭେମ୍ବର ୧ରେ କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ: କରିବେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ
ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଭେମ୍ବର ୧ ତାରିଖରେ କଳାହାଣ୍ଡି ଗସ୍ତ କରିବେ । ଏହି ସମୟରେ ସେ ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏଥିରେ ଲକ୍ଷ୍ମୀ ବସ୍ ଚଳାଚଳ, ଭବାନୀପାଟଣା ଭଙ୍ଗାବାରୀସ୍ଥିତ ନୂତନ ମେଡିକାଲ…
ମା’ ଚଣ୍ଡୀଙ୍କ ପାଖରେ ପଡିଲା ପୋଢ଼ ବଳି
ତୁଣ୍ଡଲା,୨୨।୧୦(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସର୍ବପୁରାତନ ଶୈବପୀଠ ବେଲଖଣ୍ଡି ମା’ ଚଣ୍ଡୀଙ୍କଠାରେ ବୋଦା, ଗଡ଼ରା ଓ ପୋଢ଼ ବଳି ପଡ଼ିଥିବା ଦେଖିବାକୁ ମିଳିଛି। ବର୍ଷରେ ମହାଶିବରାତ୍ରି ସମୟରେ ମାନସିକ ଧାରୀମାନେ ଯେମିତି ଶହ ଶହ ସଂଖ୍ୟାରେ ବୋଦା…
ଛତର ଯାତ୍ରା ରକ୍ତରଞ୍ଜିତ
ଭବାନୀପାଟଣା,୨୩।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ରବିବାର ମହାସମାରୋହରେ ପାଳିତ ହୋଇଯାଇଛି। କଳାହାଣ୍ଡିର ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତିର ମିଶ୍ରଣରେ ସୃଷ୍ଟି ହୋଇଛି ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ପ୍ରତିବର୍ଷ ଭଳି…
ଭଉଣୀ ପାଳିଲେ ଭାଇ ଜିଉନ୍ତିଆ
କର୍ଲାମୁଣ୍ଡା,୨୨।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସାଧାରଣ ପାରେଡ଼ ପଡ଼ିଆରେ କର୍ଲାମୁଣ୍ଡା ଦୁର୍ଗାପୂଜା ବ୍ଲକ କମିଟି ପକ୍ଷରୁ ଧୁମ୍ଧାମରେ ପୂଜାର୍ଚ୍ଚନା କରାଯାଉଛି। ପଡ଼ାର ଶତାଧିକ ଭଉଣୀ ଭାଇଙ୍କ ଶୁଭ କାମନା କରି ଭାଇଜିଉନ୍ତିଆ ବ୍ରତ ପାଳନ କରିଥିଲେ।…
ଲକ୍ଷାଧିକ ଭକ୍ତଙ୍କ ଗହଣରେ ପାଳିତ ହେଲା ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା
ଭବାନୀପାଟଣା,୨୨।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ରବିବାର ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ପାଳିତ ହୋଇଯାଇଛି। ରବିବାର ଭୋରରେ ଜେନାଖାଲରେ ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କ ଗୁପ୍ତ ପୂଜା ସମ୍ପନ୍ନ ହୋଇଥିଲା। ପରେ…
ଆଜି ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା
କଳାହାଣ୍ଡିରେ ଶାରଦୀୟ ଦଶହରା କହିଲେ ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରାକୁ ବୁଝାଇଥାଏ। ଭବାନୀପାଟଣା ସହରରେ ମା’ ମାଣିକେଶ୍ୱରୀଙ୍କ ପୀଠ ଅବସ୍ଥିତ। ଏଠାରେ ବୈଦିକ ରୀତିରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ସମେତ ଆଦିବାସୀ ସଂସ୍କୃତିର ମିଶ୍ରଣରେ ବିଶେଷ ପୂଜାର୍ଚ୍ଚନାର ଏକ ନିଆରା…
ପାଟଖଣ୍ଡା ଯାତ୍ରା ସମ୍ପନ୍ନ: ମାନସିକଧାରୀ ପକାଇଲେ ବଳି
କର୍ଲାମୁଣ୍ଡା:୧୯।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଧୀନ ତେରେସିଂହାଠାରେ ଚାଲିଥିବା ମା’ ପାଟଖଣ୍ଡାଙ୍କ ଯାତ୍ରା ଗୁରୁବାର ସମ୍ପନ୍ନ ହୋଇଯାଇଛି। ଯାତ୍ରାରେ ମା’ଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଭକ୍ତଙ୍କ ସମାଗମ ହୋଇଥିଲା । ମାନସିକ କରିଥିବା ଭକ୍ତମାନେ…
ନିଯୁକ୍ତି ପ୍ରତିଶ୍ରୁତି ମିଳିଲେ ସମର୍ଥନ
ଭବାନୀପାଟଣା/ଥୁଆମୂଳ ରାମପୁର, ୧୯।୧୦(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି)କଳାହାଣ୍ଡି ଓ ରାୟଗଡା ଜିଲା ମଧ୍ୟରେ ଥିବା ସିଜିମାଳି ବକ୍ସାଇଟ ଖଣିକୁ ନେଇ ଏବେ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ବାଦନୁବାଦ ଲାଗି ରହିଛି। ଏପରିସ୍ଥଳରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କେରପାଇ…
ମନ୍ଦିରରୁ ପଡ଼ି ରଙ୍ଗ କାରିଗରଙ୍କ ଜୀବନ ଗଲା
କୋକସରା,୧୮ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆସନ୍ତା ନଭେମ୍ବର ୪ ତାରିଖରେ ପ୍ରଭୁ ବୁଢ଼ାରଜା ଠାକୁରଙ୍କ ବାର୍ଷିକ ଦଶହରା ଥିବାରୁ ମନ୍ଦିର ଉପରେ ସାଥୀ ଶ୍ରମିକଙ୍କ ସହ ରଙ୍ଗ ମାରୁଥିବା ବେଳେ ଅସାବଧାନତା କାରଣରୁ ମନ୍ଦିର ଉପରୁ ଖସି ପଡ଼ି ଜଣେ ରଙ୍ଗ କାରିଗରଙ୍କ…
କଳାହାଣ୍ଡିରେ ଗଡ଼ିବ ୬୩ଟି ଲକ୍ଷ୍ମୀ ବସ୍: ଜାଣନ୍ତୁ କେବେ କରିବେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ
ଭବାନୀପାଟଣା,୧୭।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ୧୩ଟି ବ୍ଲକରେ ଗଡିବ ରାଜ୍ୟ ସରକାରଙ୍କ ୬୩ଟି ଲକ୍ଷ୍ମୀ ବସ୍। ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ପରେ ଜିଲାରେ ଗଡ଼ିବ ଲକ୍ଷ୍ମୀ ବସ୍। ମାସ ଶେଷ ସପ୍ତାହରେ…
୧୩ ବର୍ଷରେ ନକଟିଗୁଡ଼ା ଦୁର୍ଗାପୂଜା
ଭବାନୀପାଟଣା,୧୬।୧୦(ଉତ୍ତମ କୁମାର ଦାଶ):(୦୩) ଶାରଦୀୟ ଦୁର୍ଗାପୂଜା ପାଇଁ ସମୟ ଯେତେ ପାଖେଇ ଆସୁଛି, ପୂଜା ମଣ୍ଡପଗୁଡିକରେ ପ୍ରସ୍ତୁତି ସେତେ ଯୋର ଧରୁଛି। ଏପରିସ୍ଥଳେ କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ନକଟିଗୁଡା ପୂଜା ମଣ୍ଡପ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ପ୍ରତିବର୍ଷ ପୂଜା…
ପରିତ୍ୟକ୍ତ ଅବସ୍ଥାରେ ଦେଶର ପ୍ରଥମ ଘରୋଇ ପାୱାର ହାଉସ
ଭବାନୀପାଟଣା,୧୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଗାନ୍ଧୀଛକ ନିକଟରେ ୧୯୨୫ରେ ନିର୍ମାଣ ହୋଇଥିବା ଦେଶର ପ୍ରଥମ ଘରୋଇ ପାୱାର ହାଉସ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ତକତ୍ାଳୀନ କଳାହାଣ୍ଡି ମହାରାଜା ବ୍ରଜମୋହନ ଦେଓଙ୍କ ଉଦ୍ୟମକ୍ରମେ ଏହା ଆରମ୍ଭ ହୋଇଥିଲା।…

