ପରିତ୍ୟକ୍ତ ଅବସ୍ଥାରେ ଦେଶର ପ୍ରଥମ ଘରୋଇ ପାୱାର ହାଉସ

ଭବାନୀପାଟଣା,୧୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଗାନ୍ଧୀଛକ ନିକଟରେ ୧୯୨୫ରେ ନିର୍ମାଣ ହୋଇଥିବା ଦେଶର ପ୍ରଥମ ଘରୋଇ ପାୱାର ହାଉସ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ତକତ୍ାଳୀନ କଳାହାଣ୍ଡି ମହାରାଜା ବ୍ରଜମୋହନ ଦେଓଙ୍କ ଉଦ୍ୟମକ୍ରମେ ଏହା ଆରମ୍ଭ ହୋଇଥିଲା। ଏଥିରେ ବିଜୁଳି ଉପତ୍ାଦନ ପାଇଁ ବ୍ୟବହାର ହୋଇଥିବା ଜର୍ମାନୀର ମେଶିନଗୁଡିକ ଏବେ ଖତଖାଇ ପଡିରହିଛି। ଇତିହାସର ମୁକସାକ୍ଷୀ ପାଲଟିଥିବା ଏହି ପାୱାର ହାଉସ କଳାହାଣ୍ଡିବାସୀଙ୍କ ପାଇଁ ଗର୍ବ ଓ ଗୌରବ ଆଣିଥିଲା। ମିଳିଥିବା ସୂଚନା ଅନୁଯାୟୀ,୧୯୧୦ରେ ପଞ୍ଜାବର ଗୁରୁଦାସପୁର ଜିଲା ଶେଖମାରର ସର୍ଦ୍ଦାର ପାଲା ସିଂହଙ୍କୁ ତକତ୍ାଳୀନ କଳାହାଣ୍ଡି ମହାରାଜା ବ୍ରଜ ମୋହନ ଦେଓ ଭବାନୀପାଟଣାକୁ ଆଣିଥିଲେ। ସର୍ଦ୍ଦାର ପାଲା ସିଂହ ଜଣେ ଇଲେକ୍ଟ୍ରିକ୍‌ ମେକାନିକାଲ ଇଞ୍ଜିନିୟର ଥିଲେ। କଳାହାଣ୍ଡି ମହାରାଜାଙ୍କ ବୈଷୟିକ ଉପଦେଷ୍ଟା ଭାବେ ସେ କାର୍ଯ୍ୟ କରୁଥିଲେ। ଭବାନୀପାଟଣା ସହରରେ ବିଜୁଳି ଆଲୁଅ ପାଇଁ ଜେନେରେଟର ସାହାଯ୍ୟରେ ବିଦ୍ୟୁତ ଉପତ୍ାଦନ ନିମନ୍ତେ ଗାନ୍ଧୀଛକ ନିକଟରେ ୧୯୨୫ରେ ଏକ ଘରୋଇ ପାୱାର ହାଉସ ନିର୍ମାଣ କରାଯାଇଥିଲା। ଏହି ପାୱାର ହାଉସ ଜରିଆରେ ସହରକୁ ବିଜୁଳି ଯୋଗାଣ ହେଉଥିଲା। ବର୍ତ୍ତମାନ ଏଠାରେ ଟିପିଡବ୍ଲ୍ୟୁଓଡିଏଲ ବିଦ୍ୟୁତ ବିଭାଗର ସବଡିଭିଜନ୍‌ କାର୍ଯ୍ୟାଳୟ ଚାଲୁଛି। ୧୯୨୫ରେ ଆରମ୍ଭ ହୋଇଥିବା ଦେଶର ପ୍ରଥମ ଘରୋଇ ପାୱାର ହାଉସ ନିର୍ମାଣରେ ଜର୍ମାନୀର ମେଶିନଗୁଡିକ ଲାଗିଥିଲା। ପ୍ରଥମ ପର୍ଯ୍ୟାୟରେ ପାୱାର ହାଉସଠାରୁ ରାଜବାଟି ଓ ରାଜବାଟିଠାରୁ ବର୍ତ୍ତମାନର ମେଟରନିଟି ୱାର୍ଡ ପର୍ଯ୍ୟନ୍ତ ବିଭିନ୍ନ ଛକରେ ଲୁହା ପାଇପରେ ବିଜୁଳି ବତି ଲଗାଯାଇଥିଲା। ସନ୍ଧ୍ୟା ହେଲେ ପାୱାର ହାଉସର ଜେନେରେଟର ଶଦ୍ଧ ଆରମ୍ଭ ହେବା ପରେ ଛକରେ ବିଜୁଳି ବତି ଜଳୁଥିଲା। କଳାହାଣ୍ଡି ମହାରାଜାଙ୍କ ଉଦ୍ୟମ ଓ ସର୍ଦ୍ଦାର ପାଲା ସିଂହଙ୍କ ମାର୍ଗଦର୍ଶନରେ ଭବାନୀପାଟଣା ସହରରେ ବିଦ୍ୟୁତ୍‌କରଣ ଆରମ୍ଭ ହୋଇଥିଲା। ୧୯୪୭ ପରେ ଏହାର ଗୋଟିଏ ମେଶିନ ଭୁବନେଶ୍ୱର ପାୱାର ହାଉସକୁ ନିଆଯାଇଥିଲା। ସେହିପରି ଅନ୍ୟ ଏକ ମେଶିନ ଭୁବନେଶ୍ୱର ରାଜଭବନକୁ ନିଆଯାଇଥିଲା। ଭବାନୀପାଟଣା ସହରରେ ଆଲୋକୀକରଣ ସେତେବେଳେ ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ପରେ ପାୱାର ହାଉସରୁ ସହରର ବାହାଦୁରବଗିଚା ପଡା, ମନ୍ଦାର ବଗିଚାପଡା ସମେତ ଅନ୍ୟପଡାକୁ ମଧ୍ୟ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ହୋଇଥିଲା। ଯାହାକି ଦେଶ ପାଇଁ ଏକ ନିଆରା ଅନୁଭୁତି ଥିଲା। ଯେତେବେଳେ ଦେଶର କାରିଗରୀ କୌଶଳ ବିକଶିତ ହୋଇ ନ ଥିଲା। ସେତେବେଳେ କଳାହାଣ୍ଡି ଜିଲାରେ ୯୬ବର୍ଷ ପୂର୍ବେ ଭବାନୀପାଟଣା ସହରର ବିଭିନ୍ନ ଛକକୁ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ଜିଲା ପାଇଁ ଗର୍ବ ଓ ଗୌରବ ବିଷୟ ଆଣିଥିଲା। ମେକାନିକାଲ ଇଞ୍ଜିନିୟର ସର୍ଦ୍ଦାର ପାଲା ସିଂହ ପଞ୍ଜାବରୁ ଆସି ଭବାନୀପାଟଣା ସହରବାସୀଙ୍କୁ ଆଲୁଅ ଦେଖାଇବା ଇତିହାସର ସ୍ବର୍ଣ୍ଣ ଅକ୍ଷରରେ ସବୁଦିନ ପାଇଁ ଲିପିବଦ୍ଧ ହୋଇରହିବ। ଏହି ପାୱାର ହାଉସ ଏବେ ଇତିହାସ ପାଲଟିଯାଇଛି। କିନ୍ତୁ ଏହାର ଉଦ୍ୟମ ଓ କାରିଗରୀ କୌଶଳ ସ୍ମୃତି ହୋଇ ରହିଛି। ଏପରିସ୍ଥଳେ ବର୍ତ୍ତମାନ ମଧ୍ୟ ମେଶିନଗୁଡିକର ଅବଶିଷ୍ଟ ଯନ୍ତ୍ରାଂଶ ଏକ ଅନ୍ଧାରୁଆ ଗର୍ଭଗୃହରେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?