ମନ୍ଦିରରୁ ପଡ଼ି ରଙ୍ଗ କାରିଗରଙ୍କ ଜୀବନ ଗଲା

କୋକସରା,୧୮ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆସନ୍ତା ନଭେମ୍ବର ୪ ତାରିଖରେ ପ୍ରଭୁ ବୁଢ଼ାରଜା ଠାକୁରଙ୍କ ବାର୍ଷିକ ଦଶହରା ଥିବାରୁ ମନ୍ଦିର ଉପରେ ସାଥୀ ଶ୍ରମିକଙ୍କ ସହ ରଙ୍ଗ ମାରୁଥିବା ବେଳେ ଅସାବଧାନତା କାରଣରୁ ମନ୍ଦିର ଉପରୁ ଖସି ପଡ଼ି ଜଣେ ରଙ୍ଗ କାରିଗରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଧର୍ମଗଡ଼ ବ୍ଲକ ଛିଲିପା ପଞ୍ଚାୟତ ଅନ୍ତର୍ଗତ ବିକ୍ରମଗୁଡ଼ା ଗ୍ରାମର ଇଶରାମ ନାଏକଙ୍କ ପୁଅ ଟଙ୍କଧର(୪୦) ବୋଲି ଜଣାପଡ଼ିଛି। ଘଟଣା ପରେ ମନ୍ଦିର କମିଟି ପକ୍ଷରୁ ସ୍ଥାନୀୟ ଆମପାଣି ପୋଲିସକୁ ଖବର ଦେବା ସହ ମୃତକଙ୍କ ପରିବାରକୁ ସୂଚନା ଦେଇଥିଲେ। ମୃତକ ପରିବାର ପହଞ୍ଚି ସହାୟତା କ୍ଷତିପୂରଣ ୫ ଲକ୍ଷ ଦାବି କରି ମୃତଦେହ ନେବାକୁ ମନା କରିଥିଲେ। ପରେ ଦୀର୍ଘ ସମୟ ଧରି ମନ୍ଦିର କମିଟିର କର୍ମକର୍ତ୍ତା ଓ ପୋଲିସ ବୁଝାଶୁଝା ପରେ ମଧ୍ୟ କୌଣସି ସମାଧାନ ହୋଇ ନ ଥିଲା। ପରେ ଘଟଣାସ୍ଥଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରଓ୍ବାଲଙ୍କ ସମେତ ଭାଜପା ନେତା ଲକ୍ଷ୍ମୀକାନ୍ତ ବାଗ ପହଞ୍ଚି ପରିବାର ଓ ପରିଜନଙ୍କ ସହ ଆଲୋଚନା କରିଥିଲେ। କ୍ଷତିପୂରଣ ବାବଦରେ ମନ୍ଦିର କମିଟି ପକ୍ଷରୁ ୧ ଲକ୍ଷ ୩୦ ହଜାର ଟଙ୍କା ଓ ବ୍ଲକ ଉପାଧ୍ୟକ୍ଷଙ୍କ ଉପଜିଲାପାଳଙ୍କ ସହ ଆଲୋଚନା ପରେ ରେଡ୍‌କ୍ରସରୁ ୩୦ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ପରିବାର ମୃତଦେହ ନେବାକୁ ରାଜି ହୋଇଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ କୋକସରା ହସ୍ପିଟାଲକୁ ପଠାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ। ଏନେଇ ଆମପାଣି ଥାନା କେସ୍‌ ନମ୍ବର ୮/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଏଏସ୍‌ଆଇ ମନୋଜ ନାଏକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?