କଳାହାଣ୍ଡି

୨୦ ମେଣ୍ଢାକୁ ମାରି ଖାଇଲେ କୁକୁରପଲ

କୋକସରା,୬ା୬,(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରିଗୁଡା ଗ୍ରାମରେ ସୋମବାର କୁକୁରପଲ ଆକ୍ରମଣରେ ୨୦ ମେଣ୍ଢା ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ସୋମବାର ସକାଳେ ଗମ୍ଭାରିଗୁଡା ଗ୍ରାମର ମେଣ୍ଢା ଚରାଳି ସୋମେଶ୍ୱର ଶବର ପ୍ରତିଦିନ ଭଳି ନିଜ ମେଣ୍ଢା…

ଦାଦନ ଖଟିବାକୁ ଯାଇଥିଲେ, ଗାଁକୁ ଫେରୁଛି ମୃତଦେହ

କୋକସରା,୫।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକରେ ସପ୍ତାହେ ନ ପୁରୁଣୁ ପୁଣି ଜଣେ ଦାଦନ ଶ୍ରମିକଙ୍କ ବେଙ୍ଗାଲୁରୁରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶ୍ରମିକ ହେଲେ ମୁଷାପାଲି ପଞ୍ଚାୟତ ଖପ୍ରାମାଲ ଗ୍ରାମର ଗଜିନ ନାଏକ (୨୧)। ଗଜିନ ପ୍ରାୟ ୪ ବର୍ଷ…

କାଳେଶ୍ୱର ପୀଠରେ ଶୀତଳଷଷ୍ଠୀ

କୋକସରା,୪ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ଚିକିଲି ଗ୍ରାମର କାଳେଶ୍ୱର ଶୈବ ପୀଠରେ ଶନିବାର ପାରମ୍ପରିକ ରୀତିନୀତିରେ ଶୀତଳଷଷ୍ଠୀ ବା ଶିବ ବିବାହ ଉତ୍ସବ ପାଳିତ ହୋଇଛି। କାଳେଶ୍ୱର ମହାଦେବ ପୂଜକ ମଦନ ବେମାଲଙ୍କ ପୌରୋହିତ୍ୟରେ ବର ଦମ୍ପତି…

ଠାକୁରଙ୍କୁ ବି ଛାଡ଼ିଲେନି: ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଚୋରି

ଭବାନୀପାଟଣା,୪।୬(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡ଼ା ଜଗନ୍ନାଥ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁବୃର୍ତ୍ତ ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର ଚୋରିକରି ନେଇଛନ୍ତି। ଏହା ସହ ପିତଳ ସାମଗ୍ରୀ, ହୁଣ୍ଡିରେ ଥିବା ଟଙ୍କା ନେଇଯାଇଛନ୍ତି। ଶନିବାର…

ଲୋକଙ୍କ ସହ ଆଲୋଚନା କରି ସମସ୍ୟା ବୁଝିଲେ ଡବ୍ଲ୍ୟୁଡିସି ଅଧ୍ୟକ୍ଷ

କେସିଙ୍ଗା,୩।୬(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିିଶା ବିକାଶ ପରିଷଦ(ଡବ୍ଲ୍ୟୁଡିସି) ଅଧ୍ୟକ୍ଷ ଅସିତ ତ୍ରିପାଠୀ ୨ ଦିନିଆ କଳାହାଣ୍ଡି ଜିଲା ଗ୍ରସ୍ତରେ ଯାଇଛନ୍ତି। ଶୁକ୍ରବାର ଅଧ୍ୟକ୍ଷ ତ୍ରିପାଠୀ କଳାହାଣ୍ଡି ଜିଲା କେସିଙ୍ଗା ସହର ପରିଦର୍ଶନ କରିଥିଲେ। ତାଙ୍କ ସହ ସିଇଓ ଡ.ଅଜିତ କୁମାର ମିଶ୍ର ମଧ୍ୟ…

ଜଣେ ଯୁବ ସଂଗଠକଙ୍କୁ ହରାଇଲା ଭାଜପା

କୋକସରା,୨।୬(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଭାଜପା କୋକସରା ମଣ୍ଡଳର ଯୁବ ମୋର୍ଚ୍ଚା ସଭାପତି ବିନୋଦ ନାଏକଙ୍କ ଗୁରୁବାର ପରଲୋକ ଘଟିଛି। ତାଙ୍କ ବିୟୋଗରେ କଳାହାଣ୍ଡି ଭାଜପା କର୍ମକର୍ତ୍ତା ଶୋକ ବ୍ୟକ୍ତ କରିଛନ୍ତି । ବିନୋଦ ଜଣେ ଯୁବ ସଂଗଠକ ଭାବେ…

ଜାଲ୍‌ ସାର୍ଟିଫିକେଟରେ ଚାକିରି କରି ଜେଲ୍‌ ଗଲେ ଶିକ୍ଷକ

କୋକସରା,୨ା୬(ଡି.ଏନ.ଏ): ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ଶିକ୍ଷକ ଏବେ ଜେଲରେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋକସରା ଥାନା ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ, କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଞ୍ଚଳର ସାହାଜପତି ଗ୍ରାମର ସୁବାସ ଚନ୍ଦ୍ର ଚୌଧୁରୀ(୩୫)…

ଧାନ ଚାଲାଣ ବେଳେ ୨ ଟ୍ରକ୍‌ରୁ ୧୧ଶହ ଧାନ ବସ୍ତା ଜବତ

କୋକସରା,୨।୬ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପୋଲିସ ଆନ୍ଧ୍ରପ୍ରଦେଶକୁ ବେଆଇନ ଭାବେ ଧାନ ଚାଲାଣ ହେଉଥିବା ୨ଟି ଟ୍ରକକୁ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ବ୍ଲକର ମୋଟେର ଏବଂ ଜୟପାଟଣା ବ୍ଲକ ବାନେର ଅଞ୍ଚଳରୁ ୨ଟି ଟ୍ରକ…

ତହସିଲଦାରଙ୍କ ଉପସ୍ଥିତିରେ ବିବାହ କଲେ ପ୍ରେମୀଯୁଗଳ

କୋକସରା,୧ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ କାର୍ଯ୍ୟାଳୟରେ ବୁଧବାର ପ୍ରେମୀଯୁଗଳଙ୍କ ବିବାହ ହୋଇଛି। ବିବାହ ବନ୍ଧନରେ ବାନ୍ଧି ହୋଇଥିବା ପ୍ରେମୀଯୁଗଳ ହେଲେ ଧନସରା ଗ୍ରାମର ଖଗେଶ୍ୱର ସତନାମୀଙ୍କ ଝିଅ ଚାରୁକଳା (୨୦) ଓ ଭୋଳାନାଥ ନାଏକଙ୍କ ପୁଅ ସୁଶାନ୍ତ (୨୯)। ଝିଅ…

ବରଗଛରେ ପିଟି ହେଲା ଟ୍ୟାଙ୍କର, ଫସି ରହିଲେ ଡ୍ରାଇଭର

କୋକସରା,୩୧।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ୨୬ ନଂ ଜାତୀୟ ରାଜପଥ ଚାରବାହାଲ ଶାନ୍ତି ନଗର ପଡା ନିକଟରେ ମଙ୍ଗଳବାର ଏକ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତାକଡ଼ରେ ଥିବା ଏକ ବରଗଛରେ ପିଟି ହୋଇ ଯିବାରୁ ଗାଡ଼ିଟିର ସାମ୍ନାପଟ ଭାଙ୍ଗି ଚୁରମାର…

ଦାବି ନେଇ ରେଳ ଧାରଣା ଉପରେ ଶହ ଶହ ଲୋକେ

କେସିଙ୍ଗା,୩୧।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଅମ୍ବାଦଳା ରେଲୱେ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ୍‌ ରହଣିକୁ ନେଇ ନାଗରିକ ମଞ୍ଚ ପକ୍ଷରୁ ମଙ୍ଗଳବାର ବିକ୍ଷୋଭ କରାଯାଇଛି। ଏହା ସହ ଟ୍ରେନ୍‌କୁ ଅଟକାଇ ଲାଇନ୍‌ ଉପରେ ମଞ୍ଚ ସଦସ୍ୟ ଅନଶନ କରିଥିଲେ। ପରେ…

ମରଣ ମୁହଁରୁ ବଞ୍ଚିଲା ଗାଈ

କୋକସରା,୨୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ନୂଆଗୁଡା ଗ୍ରାମର ଚାଷଜମି ନିକଟ ଏକ ପରିତ୍ୟକ୍ତ କୁଅରେ ପଡ଼ିଥିବା ଗାଈକୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଗ୍ରାମର ନାରାୟଣ ବେଶ୍ରାଙ୍କ ଗାଈ ରବିବାର ପଡିଥିବା ଦେଖି ସ୍ଥାନୀୟ ଲୋକେ କୋକସରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri