ବରଗଛରେ ପିଟି ହେଲା ଟ୍ୟାଙ୍କର, ଫସି ରହିଲେ ଡ୍ରାଇଭର

କୋକସରା,୩୧।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ୨୬ ନଂ ଜାତୀୟ ରାଜପଥ ଚାରବାହାଲ ଶାନ୍ତି ନଗର ପଡା ନିକଟରେ ମଙ୍ଗଳବାର ଏକ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତାକଡ଼ରେ ଥିବା ଏକ ବରଗଛରେ ପିଟି ହୋଇ ଯିବାରୁ ଗାଡ଼ିଟିର ସାମ୍ନାପଟ ଭାଙ୍ଗି ଚୁରମାର ହୋଇଯାଇଛି। ଦୁର୍ଘଟଣା ଏତେ ଜୋର୍‌ରେ ହୋଇଥିଲା ଯେ ଗାଡ଼ି ଭିତରେ ଡ୍ରାଇଭର ଦୀର୍ଘ ସମୟ ଧରି ଫସି ରହିଥିଲେ। ପରେ ସ୍ଥାନୀୟ ମୋଟେର ଫାଣ୍ଡି ପୋଲିସ ପହଞ୍ଚି କୋକସରା ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ବହୁ କୌଶଳ କ୍ରମେ ଡ୍ରାଇଭରକୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡ୍ରାଇଭରଙ୍କୁ ଭବାନୀପାଟଣା ହସ୍ପିଟାଲ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ଗୁରୁତର ଡ୍ରାଇଭରଜଣଙ୍କ ବୌଦ୍ଧ ଜିଲାର ବାଉଁଶୁଣି ଅଞ୍ଚଳର ବିକାଶ ସାହୁ ବୋଲି ଜଣାପଡିଛି। ସେ ଝାରସୁଗୁଡାରୁ ଟ୍ୟାଙ୍କରରେ ପେଟ୍ରୋଲ ନେଇ ଜୟପାଟଣା ବ୍ଲକ ବାନେରର ଏକ ପେଟ୍ରୋଲ ଟାଙ୍କିକୁ ଯାଉଥିବା ବେଳେ ଦୁର୍ଘଟଣା ହୋଇଛି। ଘଟଣାସ୍ଥଳରେ ପହଞ୍ଚି ମୋଟେର ଫାଣ୍ଡି ଅଧିକାରୀ ଅଜୟ ନାଏକ ତଦନ୍ତ ଜାରି ରଖିଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ସ୍କୁଲ ସମୟରେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ପରିସ୍ରା କରିବାକୁ ଯାଇଥିବା ବେଳେ…

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଧୀନ ଏକ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୨୧…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri