୨୦ ମେଣ୍ଢାକୁ ମାରି ଖାଇଲେ କୁକୁରପଲ

କୋକସରା,୬ା୬,(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରିଗୁଡା ଗ୍ରାମରେ ସୋମବାର କୁକୁରପଲ ଆକ୍ରମଣରେ ୨୦ ମେଣ୍ଢା ମୃତ୍ୟୁ ଘଟିଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ସୋମବାର ସକାଳେ ଗମ୍ଭାରିଗୁଡା ଗ୍ରାମର ମେଣ୍ଢା ଚରାଳି ସୋମେଶ୍ୱର ଶବର ପ୍ରତିଦିନ ଭଳି ନିଜ ମେଣ୍ଢା ଧରି ଚରାଇବାକୁ ଯାଇଥିଲେ। ସେହିପରି ତାଙ୍କ ସହ ଗ୍ରାମର ମେଣ୍ଢା ଚାଷୀ ବନିତା ଶବର, ଜୟନ୍ତୀ ପଟେଲ ଓ ପ୍ରକାଶ ଶବର ମଧ୍ୟଳ ୨୦ଟି ମେଣ୍ଢାକୁ ନେଇ ଗାଁ ନିକଟସ୍ଥ ଚିଙ୍ଗୁ ପାଖରେ ଚରାଇବାକୁ ଯାଇଥିଲେ।

ହେଲେ ହଠାତ୍‌ ସେହି ସମୟରେ ୧୫ରୁ ୨୦ଟି ବୁଲା କୁକୁର ପହଞ୍ଚି ମେଣ୍ଢା ପଲକୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଏପରିକି ମେଣ୍ଢା ଚରାଳି ସୋମେଶ୍ୱର ଶବରଙ୍କୁ ମଧ୍ୟ କୁକୁର ପଲ ଆକ୍ରମଣ କରି ଆହତ କରିଥିଲେ। ହେଲେ କୌଶଳ କ୍ରମେ ସୋମେଶ୍ୱର ଜମି ହୁଡାରେ ଥିବା ଏକ ଗଛରେ ଚଢି ଯାଇ ନିଜ ଜୀବନ ରକ୍ଷା କରିଥିଲେ। ମେଣ୍ଢା ଚରାଳି ଚିତ୍କାର କରି ଗ୍ରାମବାସୀଙ୍କୁ ଡାକ ଦେବାରୁ ଚାଷ ଜମିରେ କାମ କରୁଥିବା କିଛି ଲୋକ ଦୌଡି ଆସି କୁକୁରଙ୍କୁ ଘଉଡାଇଥିଲେ। ତେବେ ଏହି ସମୟ ମଧ୍ୟରେ ସମସ୍ତ ମେଣ୍ଢାଙ୍କ ମୃତ୍ୟୁ ହୋଇସାରିଥିଲା । ଏତଦ୍‌ବ୍ୟତୀତ ନିକଟସ୍ଥ ଓଲମା ଗ୍ରାମରେ ମଧ୍ୟ ଏହି କୁକୁରପଲ ଛେଳି ଓ ମେଣ୍ଢାକୁ ଆକ୍ରମଣ କରିଥିବା ସୂଚନା ରହିଛି। ମେଣ୍ଢା ଚାଷ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ଗମ୍ଭାରୀଗୁଡା ଗ୍ରାମର ଗରିବ ମେଣ୍ଢା ଚାଷୀମାନେ କ୍ଷତିପୂରଣ ପାଇଁ ଏବେ ପ୍ରଶାସନ ପାଖରେ ଦାବି କରିଛନ୍ତି। ଏହି ଘଟଣାର ଏନେଇ କୋକସରା ପ୍ରାଣୀ ଚିକିତ୍ସାଳୟ ଡାକ୍ତର ପ୍ରସନ୍ନ କୁମାରଙ୍କୁ ପଚାରିବାରୁ ଏନେଇ କ୍ଷତିପୂରଣ ପାଇଁ ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

କୋଲକାତା,୯।୭: ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ନିର୍ଦ୍ଦୋଷ ଶିଶୁ ଉପରେ ହୋଇଥିବା ନିର୍ମମ ଆକ୍ରମଣ ପରେ, ପୂର୍ବ ବର୍ଦ୍ଧମାନ ଜିଲାରୁ ଗଣବଳାତ୍କାରର ଏକ ଘଟଣା ସାମ୍ନାକୁ ଆସିଛି। ଦିୱାନ-ଦିଘି…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ବିଜେଡି ନେତା, ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ପୂର୍ବତନ ବିଧାୟକ କହିଲେ…

ଗଞ୍ଜାମ ,୯।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ସରକାରୀ କାର୍ଯ୍ୟରେ ଅନ୍ୟ ସମ୍ପ୍ରଦାୟକୁ ଯାଇ ବାସନ୍ଦର ଶିକାର ହେଲେ ଆଶାକର୍ମୀ

ପାରଳାଖେମୁଣ୍ଡି,୯ା୭(ଗିରିଧାରୀ ପରିଚ୍ଛା):ସରକାରୀ ସ୍ବାସ୍ଥ୍ୟସେବା ଓ କଲ୍ୟାଣମୂଳକ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ହେଲେ ସେହି ଦାୟିତ୍ୱ ପାଳନ କରିବାକୁ ଯାଇ ଜଣେ…

ବାଇକରେ ଯାଉଥିବାବେଳେ ଧକ୍କା ଦେଲା କାର୍‌, ଘଟଣାସ୍ଥଳରେ ଚାଲିଗଲା ତ୍ରିଲୋଚନଙ୍କ ଜୀବନ

ବଲାଙ୍ଗୀର, ୯।୭( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ବ୍ରିଜ ନିକଟରେ ବୁଧବାର ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଏକ କାର୍‌…

ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ପକ୍କା! ଚତୁର୍ଥ ଟି-୨୦ରେ ଏହି ୩ ଖେଳାଳିଙ୍କ ସ୍ଥାନ ଉପରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ,୯।୭ : ଇଂଲଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରଦର୍ଶନ ବେଶ ନିରାଶାଜନକ ରହିଛି। ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚ ମଧ୍ୟରୁ…

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri