୨୦ ମେଣ୍ଢାକୁ ମାରି ଖାଇଲେ କୁକୁରପଲ

କୋକସରା,୬ା୬,(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରିଗୁଡା ଗ୍ରାମରେ ସୋମବାର କୁକୁରପଲ ଆକ୍ରମଣରେ ୨୦ ମେଣ୍ଢା ମୃତ୍ୟୁ ଘଟିଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ସୋମବାର ସକାଳେ ଗମ୍ଭାରିଗୁଡା ଗ୍ରାମର ମେଣ୍ଢା ଚରାଳି ସୋମେଶ୍ୱର ଶବର ପ୍ରତିଦିନ ଭଳି ନିଜ ମେଣ୍ଢା ଧରି ଚରାଇବାକୁ ଯାଇଥିଲେ। ସେହିପରି ତାଙ୍କ ସହ ଗ୍ରାମର ମେଣ୍ଢା ଚାଷୀ ବନିତା ଶବର, ଜୟନ୍ତୀ ପଟେଲ ଓ ପ୍ରକାଶ ଶବର ମଧ୍ୟଳ ୨୦ଟି ମେଣ୍ଢାକୁ ନେଇ ଗାଁ ନିକଟସ୍ଥ ଚିଙ୍ଗୁ ପାଖରେ ଚରାଇବାକୁ ଯାଇଥିଲେ।

ହେଲେ ହଠାତ୍‌ ସେହି ସମୟରେ ୧୫ରୁ ୨୦ଟି ବୁଲା କୁକୁର ପହଞ୍ଚି ମେଣ୍ଢା ପଲକୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଏପରିକି ମେଣ୍ଢା ଚରାଳି ସୋମେଶ୍ୱର ଶବରଙ୍କୁ ମଧ୍ୟ କୁକୁର ପଲ ଆକ୍ରମଣ କରି ଆହତ କରିଥିଲେ। ହେଲେ କୌଶଳ କ୍ରମେ ସୋମେଶ୍ୱର ଜମି ହୁଡାରେ ଥିବା ଏକ ଗଛରେ ଚଢି ଯାଇ ନିଜ ଜୀବନ ରକ୍ଷା କରିଥିଲେ। ମେଣ୍ଢା ଚରାଳି ଚିତ୍କାର କରି ଗ୍ରାମବାସୀଙ୍କୁ ଡାକ ଦେବାରୁ ଚାଷ ଜମିରେ କାମ କରୁଥିବା କିଛି ଲୋକ ଦୌଡି ଆସି କୁକୁରଙ୍କୁ ଘଉଡାଇଥିଲେ। ତେବେ ଏହି ସମୟ ମଧ୍ୟରେ ସମସ୍ତ ମେଣ୍ଢାଙ୍କ ମୃତ୍ୟୁ ହୋଇସାରିଥିଲା । ଏତଦ୍‌ବ୍ୟତୀତ ନିକଟସ୍ଥ ଓଲମା ଗ୍ରାମରେ ମଧ୍ୟ ଏହି କୁକୁରପଲ ଛେଳି ଓ ମେଣ୍ଢାକୁ ଆକ୍ରମଣ କରିଥିବା ସୂଚନା ରହିଛି। ମେଣ୍ଢା ଚାଷ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ଗମ୍ଭାରୀଗୁଡା ଗ୍ରାମର ଗରିବ ମେଣ୍ଢା ଚାଷୀମାନେ କ୍ଷତିପୂରଣ ପାଇଁ ଏବେ ପ୍ରଶାସନ ପାଖରେ ଦାବି କରିଛନ୍ତି। ଏହି ଘଟଣାର ଏନେଇ କୋକସରା ପ୍ରାଣୀ ଚିକିତ୍ସାଳୟ ଡାକ୍ତର ପ୍ରସନ୍ନ କୁମାରଙ୍କୁ ପଚାରିବାରୁ ଏନେଇ କ୍ଷତିପୂରଣ ପାଇଁ ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri