ଧାନ ଚାଲାଣ ବେଳେ ୨ ଟ୍ରକ୍‌ରୁ ୧୧ଶହ ଧାନ ବସ୍ତା ଜବତ

କୋକସରା,୨।୬ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପୋଲିସ ଆନ୍ଧ୍ରପ୍ରଦେଶକୁ ବେଆଇନ ଭାବେ ଧାନ ଚାଲାଣ ହେଉଥିବା ୨ଟି ଟ୍ରକକୁ ଜବତ କରିଛି।

ମିଳିଥିବା ସୂଚନା ମୁତାବକ, ବ୍ଲକର ମୋଟେର ଏବଂ ଜୟପାଟଣା ବ୍ଲକ ବାନେର ଅଞ୍ଚଳରୁ ୨ଟି ଟ୍ରକ ଯୋଗେ ଆନ୍ଧ୍ରପ୍ରଦେଶର କାକିନାଡାକୁ ଧାନ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ପୋଲିକୁ ଖବର ମିଳିଥିଲା। ଖବର ପାଇ ଆମପାଣି ପୋଲିସ ଟ୍ରକ୍‌କୁ ଅଟକ ରଖି ଯୋଗାଣ ବିଭାଗକୁ ଘଟଣା ସମ୍ପର୍କରେ ଜଣାଇଥିଲା। ପରେ କୋକସରା ବ୍ଲକ ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ, ଧର୍ମଗଡ଼ ଉପଖଣ୍ଡ ଯୋଗଣା ଅଧିକାରୀ ଖଗେଶ୍ୱର ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କାଗଜ ପତ୍ର ଯାଞ୍ଚ କରି ଟ୍ରକ୍‌ ଦ୍ୱୟକୁ ଜବତ କରିଛନ୍ତି। ୨ଟି ଟ୍ରକ୍‌ ନମ୍ବର ଏପି ୩୧ ଟିଟି ୧୭୨୮ ଓ ଓଡି ୧୦ ଆର୍‌ ୮୭୩୨। ଏଥିରେ ୧୧ଶହ ବ୍ୟାଗରେ ୩୫୯.୮୦ କୁଇଣ୍ଟାଲ ଧାନ ଥିବା ଜଣାପଡିଛି। ଜବତ ଧାନକୁ ବୋବରିଆ ସ୍ଥିତ ଜେକେ ଫୁଡ ରାଇସ୍‌ମିଲରେ ଜିମା ଦିଆଯାଇଛି। ପୋଲିସ ଟ୍ରକ ଦ୍ୱୟକୁ ଥାନାରେ ଅଟକ ରଖାଯାଇଥିବା କୋକସରା ବ୍ଲକ ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?