କଳାହାଣ୍ଡି

କୋକସରାରେ ନୂତନ ଧାନମଣ୍ଡି ଉଦ୍‌ଘାଟିତ

କୋକସରା,୬ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କୋକସରା ପ୍ରାଥମିକ କୃଷି ସମବାୟ ସମିତି ଅଧୀନରେ ଥିବା ରେଙ୍ଗାଳପାଲି ପଞ୍ଚାୟତର ଝରିଆଗୁଡାଠାରେ ଚଳିତ ବର୍ଷ ନୂତନ ଧାନ ମଣ୍ଡି ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ମଣ୍ଡି ପାଇଁ ଜାଗା ସମସ୍ୟା ଥିବାରୁ ଝରିଆଗୁଡା ଗ୍ରାମର ଚାଷୀ ଜୟଲାଲ…

କଳାହାଣ୍ଡି ଉତ୍ସବ ‘ଘୁମୁରା’ ଆସିଲେ ଅଧିକାରୀଙ୍କର ମନେ ପଡ଼େ କେନ୍ଦୁଗୁଡ଼ା ଘାଟ, ପରେ କାହାର ଦେଖା ମିଳେନି

ଥୁଆମୂଳ ରାମପୁର,୬ା୧୨: କଳାହାଣ୍ଡି ଜିଲାର କଳା ଓ ସଂସ୍କୃତିର ପର୍ବ ‘ଘୁମୁରା’ରେ କଳାହାଣ୍ଡି ତଥା ବାହାର ରାଜ୍ୟର କଳା ପ୍ରଦର୍ଶନ ଓ ପ୍ରତିଭା ପ୍ରଦର୍ଶିତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଆସୁଥିବା ବେଳେ ପ୍ରତିବର୍ଷ ଏହି ଅବସରରେ ଥୁଆମୂଳ ରାମପୁର ବ୍ଲକସ୍ଥିତ…

ସରପଞ୍ଚଙ୍କ ନାମରେ ଅନାସ୍ଥା ପ୍ରସ୍ତାବକୁ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଓ୍ବାର୍ଡ ସଭ୍ୟାସଭ୍ୟ

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କିଛି ମାସ ତଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଘଟଣା ଥୁଆମୂଳ ରାମପୁର ବ୍ଲକ ରାଜନୀତିକୁ ସରଗରମ କରିଥିବାବେଳେ ବ୍ଲକ ଅଧ୍ୟକ୍ଷାଙ୍କୁ ପ୍ରଶାସନ ପକ୍ଷରୁ ଗ୍ରୀନ ସିଗ୍‌ନାଲ ମିଳିଛି।…

୧୦୦ ଚାଷୀଙ୍କ ନାଁରେ ମାମଲା

କୋକସରା,୫ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମେଗାଲିଫ୍ଟ କେନାଲରୁ କଳାହାଣ୍ଡି ଜିଲାର ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକ୍‌କୁ ରବି ଚାଷ ପାଇଁ ଜଳସେଚନ ଦାବିରେ ଚାଷୀମାନେ ଆନ୍ଦୋଳନ କରିଥିଲେ। ଗତ ୩ ତାରିଖରେ ସଚେତନ କୃଷକ ମଞ୍ଚ ଆବାହନରେ ୩ ବ୍ଲକ୍‌ର…

ଧାନମଣ୍ଡି ବୁଲିଲେ ଜିଲାପାଳ, ଭିତ୍ତିଭୂମି ନେଇ କହିଲେ…

କର୍ଲାମୁଣ୍ଡା:୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲାପାଳ ସଚିନ ପାୱାର ଗୁରୁବାର କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରିଛନ୍ତି। ଏହି ଅବସରରେ ଜିଲାପାଳଙ୍କ ସହ ଭବାନୀପାଟଣା ଉପଜିଲାପାଳ ପ୍ରଭାତ କୁମାର ପରିଡ଼ା, କର୍ଲାମୁଣ୍ଡା ବିଡିଓ ମଣ୍ଟୁ ଖମାରୀ, ତହସିଲଦାର ଅରୁଣ ବର୍ଗେ…

ସ୍ବାମୀଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ନବ ବିବାହିତା

ଥୁଆମୂଳ ରାମପୁର,୪ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ ବୁଧବାର ଜଣେ ନବବିବାହିତା ତାଙ୍କୁ ସ୍ବାମୀ ଶାରୀରିକ, ମାନସିକ ଏବଂ ଯୌତୁକ ଜନିତ ନିର୍ଯାତନା ଦେଉଥିବା ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଥୁଆମୂଳ…

ପ୍ରେମିକାଙ୍କୁ ଭେଟିବାକୁ ଆସି ଘର ଲୋକଙ୍କ ହାତରେ ଧରାପଡିଲେ ପ୍ରେମିକ, ବିଦ୍ୟୁତ ଖୁଣ୍ଟରେ ବାନ୍ଧି…

ରିଷିଡ଼ା,୪ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳର ଜଣେ ବିବାହିତ ଯୁବକ ନିଜ ପ୍ରେମିକାଙ୍କୁ ଭେଟିବାକୁ ଆସି ପରିବାର ଲୋକଙ୍କ ହାତରେ ଧରାପଡ଼ିଛନ୍ତି। ଯୁବକ ଜଣକ ହେଲେ କର୍ଲାମୁଣ୍ଡା ବ୍ଲକ ଓଡିଆମୁଣ୍ଡା ଗ୍ରାମର ରାକେଶ ବାଗ(୨୮)। ମିଳିଥିବା ସୂଚନା ମୁତାବକ,…

୨୦ ବର୍ଷ ଦେଶସେବା ସାରି ଭିଟାମାଟିକୁ ଫେରିଲେ ଯବାନ,ଗାଁ ଦାଣ୍ଡରେ…

କୋକସରା,୩ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗ୍ରାମର ସ୍ବର୍ଗତ ହୃଷୀକେଶ ଦଳପତିଙ୍କ ବଡ଼ପୁଅ ଭୋଳାନାଥ ଦଳପତି ଭାରତ ସରକାରଙ୍କ ଆସାମ ରାଇଫଲରେ ସିଆର୍‌ପିଏଫ୍‌ ଯବାନ ଭାବେ ୨୦୦୪ରେ ଯୋଗଦାନ କରିଥିଲେ। ଦେଶ ସେବାରେ…

ମେଗାଲିଫ୍ଟ କେନାଲରୁ ୩ ବ୍ଲକକୁ ଜଳସେଚନ ଦାବି: ଏନ୍‌ଏଚ୍‌ ଅବରୋଧ କଲା ଚାଷୀ ସଙ୍ଗଠନ

କୋକସରା,୩ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଚଳିତବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର କମ୍‌ ଥିବା ଦର୍ଶାଇ ଇନ୍ଦ୍ରାବତୀ ମେଗାଲିଫ୍ଟ କର୍ତ୍ତୃପକ୍ଷ ରବି ଚାଷ ପାଇଁ ଜଳସେଚନ ବନ୍ଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାର ପ୍ରତିବାଦ କରିଛି ସଚେତନ କୃଷକ ମଞ୍ଚ। ମଞ୍ଚର…

ପୋଲକୁ ଧକ୍କା ଦେଲା ବସ୍‌: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରୁପ୍ରା ରୋଡ,୩।୧୨(ସଞ୍ଜିବ ଦାସ):ଭବାନୀପାଟଣାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବରାଳଦେବୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଭବାନୀପାଟଣାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବସ (ଓଡି ୦୭ସି ୧୧୧୨) ଭାରସାମ୍ୟ ହରାଇ ନର୍ଲା ଚାରିଛକଠାରେ ଏକ…

ଜାପାନରେ ଚମକିଲେ କଳାହାଣ୍ଡି ପୁଅ

ଭବାନୀପାଟଣା,୨।୧୨(ଉତ୍ତମ କୁମାର ଦାଶ): ଜାପାନରେ ଚମକିଛନ୍ତି କଳାହାଣ୍ଡିର ପୁଅ ଅନିରୁଦ୍ଧ ନାଏକ। ଜାପାନର କାଇଟୋ ସାଙ୍ଗିଓ ବିଶ୍ୱବିଦ୍ୟାଳୟରେ ସୋସିଓଲୋଜିକାଲ ସୋସାଇଟି (ଜେଏସ୍‌ଏସ୍‌)ର ଶହେ ବର୍ଷ ପୂର୍ତ୍ତି ବାର୍ଷିକ ସମ୍ମିଳନୀରେ ଯୋଗଦେଇ ‘ବିୟୁଣ୍ଡ ୟୁରୋସେଣ୍ଟ୍ରାଇଜିମ’ ଭାରତର ଲେନ୍ସ ମାଧ୍ୟମରେ ଗ୍ଲୋବାଲ ସୋସୋଲୋଜି ଉପରେ…

ଦିନକୁ ଦିନ ବଢୁଛି ଚୋରି ଘଟଣା ବୃଦ୍ଧି:ଭୟରେ ସହରବାସୀ

ଥୁଆମୂଳ ରାମପୁର,୨।୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ତେବେ ଥୁଆମୂଳ ରାମପୁର ସହରର ମୁଖ୍ୟ ରାସ୍ତାରେ ଥିବା ଘର ଓ ଦୋକାନ ଗୁଡ଼ାକ ମଧ୍ୟ ଅସୁରକ୍ଷିତ ହୋଇପଡିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri