ଜାପାନରେ ଚମକିଲେ କଳାହାଣ୍ଡି ପୁଅ

ଭବାନୀପାଟଣା,୨।୧୨(ଉତ୍ତମ କୁମାର ଦାଶ): ଜାପାନରେ ଚମକିଛନ୍ତି କଳାହାଣ୍ଡିର ପୁଅ ଅନିରୁଦ୍ଧ ନାଏକ। ଜାପାନର କାଇଟୋ ସାଙ୍ଗିଓ ବିଶ୍ୱବିଦ୍ୟାଳୟରେ ସୋସିଓଲୋଜିକାଲ ସୋସାଇଟି (ଜେଏସ୍‌ଏସ୍‌)ର ଶହେ ବର୍ଷ ପୂର୍ତ୍ତି ବାର୍ଷିକ ସମ୍ମିଳନୀରେ ଯୋଗଦେଇ ‘ବିୟୁଣ୍ଡ ୟୁରୋସେଣ୍ଟ୍ରାଇଜିମ’ ଭାରତର ଲେନ୍ସ ମାଧ୍ୟମରେ ଗ୍ଲୋବାଲ ସୋସୋଲୋଜି ଉପରେ ଏକ ଅନୁସନ୍ଧାନ କାଗଜ ଉପସ୍ଥାପନ କରିଥିଲେ।

ଯାହାକି ଉପସ୍ଥିତ ପଣ୍ଡିତ ତଥା ବିଦ୍ୱାନ ବ୍ୟକ୍ତିଙ୍କ ହୃଦୟ ଜିତିପାରିବା ସହ ତାଙ୍କୁ ଜାପାନ ସୋସୋଲୋଜିକାଲ ସୋସାଇଟି (ଜେଏସ୍‌ଏସ୍‌) ଟ୍ରାଭେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଭାରତରୁ ଜଣେ ମାତ୍ର ଗବେଷକ ଛାତ୍ର ଭାବେ ସେଠାରେ ସେ ଅଂଶଗ୍ରହଣ କରିଥିଲେ। ଅନିରୁଦ୍ଧ ଏବେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗର ପିଏଚଡି ଗବେଷକ ଛାତ୍ର ରହିଛନ୍ତି। ଏହି ସଫଳତାକୁ ନେଇ ଜିଲାର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଅନିରୁଦ୍ଧ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ପଞ୍ଚାୟତ ନୂଆଗୁଡା ଗ୍ରାମର ପଦ୍ମକେଶରୀ ନାଏକଙ୍କ ପୁଅ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ପୋଷ୍ଟ ଡିଲିଟ କରିବି ନାହିଁ’… ଦୃଢ଼ ଭାବରେ ଠିଆ ହେଲେ ଭାଜପା ଏମପିଙ୍କ ଝିଅ; ହଇଚଇ ସୃଷ୍ଟି କରିଥିଲା ଏହି ପୋଷ୍ଟ, ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ!

ନୂଆଦିଲ୍ଲୀ,୨୭।୭: NEET ପେପର୍‌ ଲିକ ପ୍ରସଙ୍ଗରେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଚାପରେ ଆସି ଇସ୍ତଫା…

ପରଲୋକରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଆଉ ନାହାନ୍ତି। ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି।…

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri