ସରପଞ୍ଚଙ୍କ ନାମରେ ଅନାସ୍ଥା ପ୍ରସ୍ତାବକୁ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଓ୍ବାର୍ଡ ସଭ୍ୟାସଭ୍ୟ

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କିଛି ମାସ ତଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଘଟଣା ଥୁଆମୂଳ ରାମପୁର ବ୍ଲକ ରାଜନୀତିକୁ ସରଗରମ କରିଥିବାବେଳେ ବ୍ଲକ ଅଧ୍ୟକ୍ଷାଙ୍କୁ ପ୍ରଶାସନ ପକ୍ଷରୁ ଗ୍ରୀନ ସିଗ୍‌ନାଲ ମିଳିଛି। ପଞ୍ଚାୟତ ସମିତି ରାଜ ଆଇନ ୧୯୫୯ର ଧାରା ୪୬ ବି (୧) ଏବଂ (୨) ଅନୁସାରେ ତାଙ୍କ ଅନାସ୍ଥା କାଟ୍‌ ଖାଇଯିବାରୁ କଳାହାଣ୍ଡି ଉପଜିଲାପାଳ ଅନାସ୍ଥା ପ୍ରସ୍ତାବକୁ ରଦ୍ଦ କରିଛନ୍ତି। ଏବଂ ପୁଣି ତାଙ୍କ କାର୍ଯ୍ୟରେ ଯୋଗ ଦେବା ପାଇଁ ଉପଜିଲାପାଳଙ୍କ କାର୍ଯ୍ୟାଳୟ, ଭବାନୀପାଟଣା, କଳାହାଣ୍ଡି ପତ୍ରସଂଖ୍ୟା ୯୩୭୮ ଅନୁସାରେ ମଙ୍ଗଳବାର ଆଦେଶ ଦେଇଥିବା ଜଣାପଡ଼ିଛି। ଏହାକୁ ନେଇ ଅଧ୍ୟକ୍ଷଙ୍କ ସମର୍ଥକମାନେ ପଦ ଫେରି ପାଇଥିବାରୁ ଖୁସିର ଉତ୍ସବ ମନାଉଥିବା ବେଳେ ପୁଣି ତାଙ୍କ ମାଳିଗାଁ ପଞ୍ଚାୟତର ସମର୍ଥକ ସରପଞ୍ଚ ବାସନ୍ତୀ ଝୋଡ଼ଇଙ୍କ ନାମରେ କଳାହାଣ୍ଡି ଉପଜିଲାପାଳଙ୍କୁ ମାଳିଗାଁ ନାଏବ ସରପଞ୍ଚ ଫୁଲମଣୀ ମାଝୀଙ୍କ ନେତୃତ୍ୱରେ ୭ ଜଣ ଓ୍ବାର୍ଡ ସଭ୍ୟା-ସଭ୍ୟ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ନେଇ ପୁଣି ଥୁଆମୂଳ ରାମପୁର ରାଜନୀତି ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।

ସୂଚନା ମୁତାବକ ଗତ ମାସ ୧୨ ତାରିଖରେ ପ୍ରଥମଥର ମାଳିଗାଁ ପଞ୍ଚାୟତର ଓ୍ବାର୍ଡ ସଭ୍ୟାସଭ୍ୟ ସରପଞ୍ଚଙ୍କ ବିରୋଧରେ କଳାହାଣ୍ଡି ଉପଜିଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ହେଲେ ତାହାର କାର୍ଯ୍ୟ କରିବା ବିଳମ୍ବ ହେତୁ ପୁଣି ଗୁରୁବାର ଉକ୍ତ ପଞ୍ଚାୟତର ଓ୍ବାର୍ଡ ସଭ୍ୟାସଭ୍ୟ ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲାପାଳ କାର୍ଯ୍ୟାଳୟ ଯାଇଥିବା ଜଣାପଡ଼ିଛି।

ପ୍ରକାଶ ଥାଉକି, ମାଳିଗାଁ ସରପଞ୍ଚ ବାସନ୍ତୀ ଝଡ଼ିଆଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ଅନାସ୍ଥା ପ୍ରସ୍ତାବ ଆଗତ କରିବା ନେଇ ଜିଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି। ତାଙ୍କ ଅଭିଯୋଗ ମୁତାବକ ସରପଞ୍ଚ ବାସନ୍ତୀ ଝଡ଼ିଆ ପଞ୍ଚାୟତରେ ସଠିକ୍‌ ଭାବରେ ବୈଠକ ଆୟୋଜନ କରୁ ନ ଥିବାରୁ ନାଏବ ସରପଞ୍ଚ, ସମସ୍ତ ଓ୍ବାର୍ଡମେମ୍ବର ପଞ୍ଚାୟତର କି କି କାମ କେଉଁ ଯୋଜନାରୁ କେତେ ଟଙ୍କା ଆସୁଛି ଏବଂ କେଉଁ କେଉଁ ଜାଗାରେ ହେଉଛି ତାହା ଆମେ ଜାଣିପାରୁ ନାହୁଁ ତା’ ସହ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟ ନିୟମିତ ଖୋଲାଯାଉ ନାହିଁ ଏକଥା କହିଲେ ସରପଞ୍ଚ ଭଡ଼ା ଗୁଣ୍ଡା ଲଗେଇ ଓ୍ବାର୍ଡ ସଭ୍ୟାସଭ୍ୟଙ୍କୁ ରାସ୍ତାରେ ଧମକ ଚମକ କରୁଥିବା ସମେତ ସରକାରୀ ପଇସା ଆତ୍ମସାତ କରୁଥିବା ଘଟଣାକୁ ନେଇ ନେଇ ଅସନ୍ତୋଷ ପ୍ରକାଶ କରି ବୈଠକରେ ସମସ୍ତଙ୍କର ନିଷ୍ପତ୍ତିରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ଜିଲାପାଳଙ୍କ ପାଖରେ ଫେରାଦ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?