କଳାହାଣ୍ଡି

ବଡ଼ ଭାଇର ଫାଉଡ଼ା ମାଡ଼ରେ ସାନ ଭାଇର ଗଲା ଜୀବନ

ଭବାନୀପାଟଣା,୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମହିଭର ଗ୍ରାମରେ ଶୁକ୍ରବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜମିବାଡିକୁ କେନ୍ଦ୍ରକରି ବଡ଼ ଭାଇ ପ୍ରେମାନନ୍ଦ ନାଏକଙ୍କ ଫାଉଡା ଚୋଟରେ ସାନ ଭାଇ ଲିଙ୍ଗରାଜଙ୍କ ମୃତ୍ୟୁ ଘଟିଛି। ଖବର ପାଇ…

ଶିକ୍ଷକଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ: ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସମ୍ପୃକ୍ତି ଅଭିଯୋଗ

ଭବନୀପାଟଣା,୧।୮(ଉତ୍ତମ କୁମାର ଦାଶ):ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଉ ୩ ଜଣଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଛି। ସେଥିମଧ୍ୟରୁ କଳାହାଣ୍ଡିରୁ ଜଣେ ପ୍ରଧାନ ଶିକ୍ଷକ ରହିଛନ୍ତି। ଗୁରୁବାର ପୂର୍ବାହ୍ନରେ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ…

ଭିତ୍ତିଭୂମି ନାହିଁ, ୟୁଏଏସ ନାହିଁ: ବିଇଓ ଅଫିସ ଆଗରେ ଗର୍ଜିଲା ପ୍ରାଥମିକ ଶିକ୍ଷକ ସଂଘ

ଥୁଆମୂଳ ରାମପୁର,୧।୮(ଦୁର୍ଗା କୀର୍ତ୍ତି): ବିଦ୍ୟାଳୟରେ ଆବଶ୍ୟକୀୟ ଭିତ୍ତିଭୂମି ନ ଥାଇ ୟୁ.ଏ.ଏସ ଲାଗୁ କରିବା ବିଭାଗୀୟ ଦୂରଦୃଷ୍ଟି ଅଭାବ ବୋଲି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି। ୟୁ.ଏ.ଏସ ପ୍ରଚଳନକୁ ବିରୋଧ କରି ଗୋଷ୍ଠୀଶିକ୍ଷା…

ଯୌନ ନିର୍ଯାତନା ବିରୋଧରେ ସଚେତନତା ଜରୁରୀ

ଥୁଆମୂଳ ରାମପୁର,୧ା୮ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସଦରସ୍ଥିତ ମା’ ମାଣିକେଶ୍ୱରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟଠାରେ ଗୁରୁବାର ତାଲୁକ ଆଇନସେବା କମିଟି ଅଧ୍ୟକ୍ଷ ତଥା ଜେଏମ୍‌ଏଫ୍‌ସି କୋର୍ଟର ବିଚାରପତି ଡ. ତାରିଣୀ ପ୍ରସାଦ ସାହୁଙ୍କ ତତ୍ତ୍ୱାବଧାନରେ ଯୌନ ନିର୍ଯାତନା ସୁରକ୍ଷା…

ପାଣିଘେରରେ ତେରେସିଂହା ବସ୍ତି ସ୍କୁଲ

କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ/ସୁଶାନ୍ତ ମଲ୍ଲିକ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ର ତେରେସିଂହା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପଣିଘେରରେ ରହିଛି। ଏହି ସମସ୍ୟା ପ୍ରତିବର୍ଷ ଦେଖାଦେଉଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନାହିଁ। ଫଳରେ ଅସୁରକ୍ଷିତ ତଥା ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଚାଲିଛି…

ଦିଗମ୍ବର ଠେଲାଙ୍କ ସ୍ବପ୍ନ ସାକାର: ଅନ୍ତ୍ୟୋଦୟ ଗୃହ ଯୋଜନାରେ ୪ ମାସରେ କଲେ ଗୃହ ନିର୍ମାଣ

ଭବାନୀପାଟଣା,୧ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ବୋରବୋର୍ଡା ପଞ୍ଚାୟତ ଅନ୍ତର୍ଗତ ଫପସୀ ଗ୍ରାମର ଦିଗମ୍ବର ଠେଲା ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ପାଇ ୪ ମାସ ମଧ୍ୟରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିଛନ୍ତି। ସେ ଶତପ୍ରତିଶତ ଦିବ୍ୟାଙ୍ଗ (ଦୃଷ୍ଟିବାଧିତ) ହୋଇଥିବାବେଳେ…

ସାର, କୀଟ ନାଶକ ଔଷଧର କଳାବଜାରୀ ରୋକିବା ପାଇଁ ଅଚାନକ ଚଢାଉ କଲା କୃଷି ବିଭାଗ

କର୍ଲାମୁଣ୍ଡା,୩୧।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ସାର ଓ କୀଟ ନାଶକ ଔଷଧର କଳାବଜାରୀ ରୋକିବା ଉଦ୍ୟମରେ କୃଷି ବିଭାଗ ପକ୍ଷରୁ ଗୁରୁବାର ଅଚାନକ ଚଢ଼ାଉ ହୋଇଛି। ଏଥିରେ ନର୍ଲା ଜିଲା କୃଷି ଅଧିକାରୀ ଶୁଭେନ୍ଦୁ…

ଖେଳ ସାମଗ୍ରୀ କ୍ରୟରେ ଦୁର୍ନୀତି ଅଭିଯୋଗ: ଭିଜିଲାନ୍ସର ତଦନ୍ତ ଆରମ୍ଭ

ଭବାନୀପାଟଣା,୧୨ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରତି ପଞ୍ଚାୟତକୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଯୋଗାଯାଇଥିବା ଖେଳ ସାମଗ୍ରୀରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ନିମ୍ନମାନର ସାମଗ୍ରୀ ବଣ୍ଟନ କରାଯାଇଥିବା…

ବ୍ଲକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ, ବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି, ୟୁଏଏସ୍‌ ପ୍ରଚଳନ କରିବାକୁ…

କର୍ଲାମୁଣ୍ଡା,୩୦।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବୁଧବାର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ନିଯୁକ୍ତି, ଶିକ୍ଷକଙ୍କୁ ମୋବାଇଲ ଫୋନ ପ୍ରଦାନ, ନେଟ…

ନିମ୍ନମାନର କାମ: ଧୋଇଗଲା ପୋଲ, ସ୍କୁଲ ଛାତ ଟିଣ ଉଡ଼ିଗଲା

ଥୁଆମୂଳ ରାମପୁର,୩୦ା୭ (ଦୁର୍ଗା କୀର୍ତ୍ତି):ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ବିକାଶ ପାଇଁ ସରକାର ବିଭିନ୍ନ ପ୍ରକଳ୍ପ ନିର୍ମାଣକରି ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ନିମ୍ନମାନର କାମ ଯୋଗୁ ତାହା ଅତି କମ୍‌ ଦିନ ମଧ୍ୟରେ ନଷ୍ଟ ହୋଇଯାଉଛି।…

ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ଜେଲ ଗଲେ ୩ ଅଭିଯୁକ୍ତ

ଥୁଆମୂଳ ରାମପୁର, ୨୯।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମର ସୁନି ସାହୁଙ୍କ ୧୫ ବର୍ଷିଆ ନାବାଳକ ପୁଅ ନରେଶ ସାହୁଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପୋଲିସ ୩ଜଣଙ୍କୁ…

କଳାହାଣ୍ଡି ଜିଲାର ୬୦ ଆର୍‌ଆଇଙ୍କ ବଦଳି: ଖାଲିପଡ଼ିଛି ୩୦ ପଦବୀ

ଭବାନୀପାଟଣା,୨୯ା୭ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଗତ ଜୁନ ୧୩ରେ ବିଭିନ୍ନ ପଦବୀରେ କାର୍ଯ୍ୟରତ ରାଜସ୍ବ କର୍ମଚାରୀଙ୍କ ବଦଳି ହୋଇଛି। ଏଥିରେ ଜିଲାର ୧୩ ତହସିଲର ୬୦ଜଣ ରାଜସ୍ବ ନିରୀକ୍ଷକ (ଆର୍‌ଆଇ)ଙ୍କୁ ବଦଳି କରାଯାଇଛି। ଏକସଙ୍ଗେ ଏତେ ସଂଖ୍ୟକ ଆର୍‌ଆଇଙ୍କ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?